କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର

985 0

ଯୋଡା : ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷକରି କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି। ଚଳିତ ଜୁନ୍‌ ମାସରେ ଚୋରାଚାଲାଣ ହେଉଥିବା ୫୦ରୁ ଊର୍ଦ୍ଧ୍ୱ ବଡ଼ବଡ଼ ଟ୍ରକ୍‌କୁ ପୋଲିସ ଓ ବନବିଭାଗ ପକ୍ଷରୁ ଜବତ କରାଗଲାଣି। ଏହି ସମସ୍ତ ଚୋରା ଖଣିଜ ବୋଝେଇ ଟ୍ରକ୍‌ ପ୍ରାୟତଃ ଖଣି ଲିଜ୍‌ ସଂଲଗ୍ନ ଅଞ୍ଚଳରୁ ଧରାପଡ଼ିଛି। ଯାହାକି ଖଣି ନିର୍ଦ୍ଦେଶାଳୟର ବିନା ଅନୁମୋଦନରେ ଚାଲାଣ ହେଉଥିବା ଜଣାପଡ଼ିଛି। ବିଭିନ୍ନ ଉପାୟରେ ଖଣିଜ ପଦାର୍ଥ ଚୋରି ହେଉଥିବାରୁ ସରକାର ବହୁ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଏନେଇ ଭୁବନେଶ୍ୱର ସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକ ଙ୍କୁ ପଚାରିବାରେ ସେ କହିଛନ୍ତି, ଖଣିଜ ଚୋରି ରୋକିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଥ୍ରିଏମ୍‌ଏସ୍‌, ଷ୍ଟେଟ୍‌ ଲେଭଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏବେ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଖଣି ଲିଜ୍‌ଧାରୀମାନେ ଖଣି ଛାଡ଼ିବା ସମୟରେ ନିଜର ପରିବେଶୀୟ ଅନୁମୋଦନ ଧାର୍ଯ୍ୟଠାରୁ ଅଧିକ ଖଣିଜ ଉତ୍ତୋଳନ କରିଥିବାରୁ ଏହାକୁ ଖାତା ଖତିଆନରେ ଦର୍ଶାଇ ପାରି ନ ଥିଲେ। ଏବେ ସେହି ଖଣିଜକୁ କେତେଜଣ ଖଣି ମାଲିକ ନିଜଦ୍ୱାରା ଉତ୍ତୋଳନ ହୋଇଥିବା ଦର୍ଶାଇ ବିଭାଗୀୟ ଅନୁମୋଦନ ପାଇ ବ୍ୟାପକ ଅନିୟମିତତା କରୁଛନ୍ତି। ଏପରି କି ଏକ ଖଣି କମ୍ପାନୀ ରନ୍‌ ଅଫ୍‌ ମାଇନ୍ସ(ଆର୍‌ଓଏମ୍‌) ବା ମାଟି ମିଶ୍ରିତ ଲୁହାପଥରକୁ ନିଜର ପ୍ଲାଣ୍ଟକୁ ପରିବହନ କରି ସେଠାରେ ବିଶୋଧନ ପରେ ଉନ୍ନତମାନର ଖଣିଜକୁ ନିଜ ବ୍ୟବହାରରେ ଲଗାଉଛି। ନିୟମ ଅନୁସାରେ ଖଣିରେ ଏହି ବିଶୋଧନ କାର୍ଯ୍ୟ କରିବା ପରେ ଲୁହାପଥରକୁ ଶିଳ୍ପକୁ ପରିବହନ କଲେ ରାଜ୍ୟ ସରକାର ରାଜସ୍ବ ପାଇଥାନ୍ତେ। ମାତ୍ର ସରକାର ଏହି ରାଜସ୍ବରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ନିଜର ଶିଳ୍ପକୁ ନିଜେ ହିଁ ଖଣିଜ ପରିବହନ କରୁଥିବାରୁ ପରିବହନ ବେଳେ ଚଞ୍ଚକତା କରି ଗୋଟିଏ ଚାଲାଣରେ ଏକାଧିକ ଟ୍ରିପ୍‌ ଖଣିଜ ଚାଲାଣ କରାଯାଉଛି।

ଏପରି କି ଅଧିକ ନିଲାମ ପ୍ରିମିୟମ ଦେବାକୁ ପଡ଼ିବ ବୋଲି କେତେଜଣ ଖଣି ବ୍ୟବସାୟୀ ବିନା ଅନୁମୋଦନରେ ଲୁହାପଥର ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ଲୁହାପଥର ମାନକୁ ନିମ୍ନମାନର ଦର୍ଶାଇ, ଉନ୍ନତମାନର ଖଣିଜ ପରିବହନ କରାଯାଉଥିବା ଘଟଣା ପୂର୍ବରୁ ନଜିର ରହିଛି। ଯୋଡ଼ା ଖଣିମଣ୍ଡଳର ବିଭିନ୍ନ ରେଳ ସାଇଡିଂ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ଲକ୍ଷଲକ୍ଷ ମେଟ୍ରିକ ଟନ୍‌ ଦାବିଦାର ନ ଥିବା ଲୁହପଥର ଓ ଚୋରା ଲୁହାପଥର ବିଭାଗ ଦ୍ୱାରା ଜବତ ହୋଇ ପଡ଼ିି ରହିଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଚୋରି ହୋଇଯାଉଛି। କେତେଜଣ ପୂବର୍ତନ ଖଣି ଲିଜ୍‌ଧାରୀ ନାମକୁ ଗୋପନ ରଖି କହିଛନ୍ତି ଯେ, ପୂର୍ବରୁ ଯେଉଁ ଖଣିରୁ ୬୨ପ୍ରତିଶତ ମାନର ଖଣିଜ ପରିବହନ ହେଉଥିଲା, ବର୍ତ୍ତମାନ ଖଣି ହାତେଇ ଥିବା କିଛି ବ୍ୟବସାୟୀଙ୍କ ଏହି ନିର୍ଦ୍ଦିଷ୍ଟ ଖଣିରୁ ଖଣିଜର ମାନ କିପରି ଶତକଡା ୫୮ ପ୍ରତିଶତକୁ ହ୍ରାସ ପାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବା ସହ ସରକାର ରାଜସ୍ବ ହରାଇବେ ନାହିଁ ବୋଲି କହିଛନ୍ତି।

Related Post

ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ?

Posted by - September 6, 2021 0
ବରୀ: :(ସ୍ନେହାଂଶୁ ଶେଖର ମହାନ୍ତି)ସରକାର ସାଧାରଣ ଲୋକଙ୍କ ପାଇଁ ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ? ଏହି ପ୍ରଶ୍ନ ଆମ୍ଭେ…

ଭାରତୀୟ ବାୟୁସେନା ପାଇଲଟଙ୍କ ସୁରକ୍ଷା ଦାବି କଲା ଭାରତ,ଦେଖନ୍ତୁ ପାକିସ୍ତାନ ଜାରି କରିଥିବା ଭିଡିଓ

Posted by - February 27, 2019 0
ନୂଆଦିଲ୍ଲୀ : ପାକିସ୍ତାନ ଦ୍ବାରା ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ପ୍ରତି ହିଂସାତ୍ମକ ଆଚରଣ ଓ ଗଣମାଧ୍ୟମରେ ତାଙ୍କର ପ୍ରଦର୍ଶନକୁ ଭାରତ ତୀବ୍ର…

ଗାଁରାସ୍ତା ମଝିରେ ଗଢୁଛି ପାଣି, ଡ୍ରେନ୍ ବ୍ୟବସ୍ତା ପାଇଁଁ ଗ୍ରାମବାସିଙ୍କ ଦାବି

Posted by - June 12, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ)ଗାଁ ପରିମଳ ଧୋବାଥୁଠରୁ ହିଁ ଜଣା ପଡେ । କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସୁରୁଣ୍ଡି ଗ୍ରାମରେ ଗାଁର…

ରଙ୍ଗଫରୁଆ ସାଂସ୍କୃତିକ ଅନୁଷ୍ଠାନର ନୂଆଁଖାଇ ଭେଟ

Posted by - October 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶାର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ରଙ୍ଗଫରୁଆ ପକ୍ଷରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।…