କ୍ରସର କୁ ବନ୍ଦ କରିବାପାଇଁ ଅଣ୍ଟା ଭିଡିଲେ ସ୍ଥାନିୟ ମହିଳା ସଂଘ

450 0

ବୌଦ୍ଧ:(ଚିତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଗ୍ରାମରେ ଥିବା ୪ ଟି କ୍ରସର କୁ ତୁରନ୍ତ ବନ୍ଦ କରିବାପାଇଁ ଆଜି ୧୨ ଟି ସ୍ବୟଂ ସହାୟକ ଦଳର ମହିଳାମାନେ ଏକତ୍ରିତ ଭାବେ ବାହାରୀ  କ୍ରସର କୁ ଯାଇ ବିରୋଧ କରିଥିବା ଦେଖିବାକୁ ମିଳିଛି । ମାଁ ବୁଢି ଠାକୁରାଣି ଆଂଚଳିକ ମଂଚର ସଭାନେତ୍ରି ତିଲୋତମା କହଁରଙ୍କ ନେତୃତ୍ବରେ ସତାଧିକ ମହିଳାମାନେ ଆଜି ସକାଳୁ ଏମ୍ ବି ସି କ୍ରସର କୁ ଯାଇ ଧାରଣାରେ ବସିରହିଥିଲେ।

ଏପଟେ ଉକ୍ତ ଗ୍ରାମରେ ଥିବା ରାମଚଣ୍ଡୀ,ଏଆର୍ଏସ୍,ଭବାନି କ୍ରସରକୁ ଚେତାବନି ଦେବାସହ ଏମ୍ ବିସି କ୍ରସର ଭିତରେ  ବସିରହିଥିଲେ। ଏପରିକି କ୍ରସର ରେ ବ୍ଲାଷ୍ଟିଂ କୁ ବିରୋଧ କରିବାସହ , ହୋଇଥିବା ଚୁକ୍ତିନାମା ଅନୁଯାଇ କାଯ୍ୟ କରିବା, ଏପରିକି ଗୋଟିଏ ଗ୍ରାମରେ ୪ ଟି ଲେଖାଏଁ କ୍ରସର୍ କରିବାପାଇଁ ଅନୁମତି କେମିତି ଦିଆଗଲା ତାହାକୁ ନେଇ ମହିଳା ସଦସ୍ୟମାନେ ଧାରଣାରେ ବସିରହିଥିଲେ।

ରିର୍ପୋଟ୍ ଲେଖା ହେବାପଯ୍ୟନ୍ତ ସମସ୍ଥ ମହିଳା ସଦସ୍ୟମାନେ ସନ୍ଧ୍ୟା ପଯ୍ୟନ୍ତ ଏମ୍ ବିସି କ୍ରସର ଭିତରେ ଧାରଣାରେ ବସିରହିଥିଲେ। ପରେ ଖବର ପାଇ ହରଭଙ୍ଗା ପୋଲିସ୍ ଘଟଣାସ୍ଥଳରେ ପହଚିଂ ଧାରଣାରେ ଥିବା ମହିଳା ସଦସ୍ୟ ମାନଙ୍କୁ ବୁଝାସୁଝା କରିବାପାଇଁ ଚେଷ୍ଟା ଯାରିରଖିଥିବା ଜଣାପଡିଛି । ତେଣୁ ତୁରନ୍ତ ଜିଲ୍ଲାପ୍ରଶାସନ ଘଟଣାର ତଦନ୍ କରି କ୍ରସର ବନ୍ଦ କରିବାପାଇଁ ସମସ୍ଥ ମହିଳା ସଂଘ ପକ୍ଷରୁ ଦାବି ହେଉଛି ।

Related Post

ଇମାମୀ ନଗରରେ ନିଆରା ଢଙ୍ଗରେ ପାଳିତ ହେଲା ଅଧର ପଣା, ନିଳାଦ୍ରୀ ବିଜେ ଓ ସୁନା ବେଶ

Posted by - July 2, 2020 461
ରେମୁଣା:୦୧/୦୭:(ସୌମ୍ୟାସାଇ ବାରିକ)ସାରା ବିଶ୍ୱ ଆଜି କରୋନା ଭୁତାଣୁ ର ଭୟଙ୍କର ସଂକ୍ରମଣ ରେ ଥରହର । ସେଥି ପାଇଁ ଉଚ୍ଚତମ ନ୍ୟାୟାଳୟ ଙ୍କ କଡା ନିର୍ଦ୍ଦେଶ। ରାଜ୍ୟ…

ଯାଜପୁର:ଭଙ୍ଗାଗଲା ସ୍ମିତାରାଣୀଙ୍କ ଲକର, ଖୋଲାଗଲା ସରକାରୀ ବାସଭବନ

Posted by - November 16, 2019 163
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଆଜି କି ଠିକ ଏକ ମାସ ପୁରିଛି ।ସ୍ମିତାରାଣୀଙ୍କ ମୃତ୍ୟୁର ରହସ୍ୟ ଉପରୁ ଏବେ ବି ଉଠିନି…

କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

Posted by - May 24, 2019 0
ଆସିକା ଲୋକସଭା ଆସନରେ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ନବୀନ ଯେମିତି ସମସ୍ତଙ୍କୁ ଚକିତ କରିଥିଲେ ଠିକ୍ ସେମିତି କେନ୍ଦୁଝର କ୍ଷେତ୍ରରେ ମଧ୍ୟ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି…

ଦୀନ ମଜହୁରିଆ ପୁଅ ଅସୁସ୍ଥ ହେବା ପରେ ବେସାହାରା ହୋଇପଡିଛି ପରିବାର,ସରକାରୀ ସହାୟତା ଅପେକ୍ଷାରେ

Posted by - July 29, 2020 57
ବିଂଝାରପୁର:ଯାଜପୁର ଜ଼ିଲ୍ଲା ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ ମଲିପୁର ଗ୍ରାମର ସଦାନନ୍ଦ ମଲ୍ଲିକ ଙ୍କ ସରିର ଅସୁସ୍ଥ ହେବା ପରେ ବେସାହାରା ହୋଇପଡିଛି ତାଙ୍କ ପରିବାର  ଦାନନ୍ଦ…

ବାରଙ୍ଗରେ ଭାରତ ବନ୍ଦର ପ୍ରଭାବ

Posted by - September 28, 2021 0
ବାରଙ୍ଗ:(ସନ୍ତୋଷ ରାଉତ)କୃଷି ଆଇନକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଅବସରରେ ଆଜି ବାରଙ୍ଗ ବ୍ଲକ ଅଫିସ…