ଵାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନକାନନ, ଚୁଡଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତଥା ଆଞ୍ଚଳିକ ବିକାଶ କମିଟିର ମୁଖ୍ୟ ଉପଦେଷ୍ଟା ସୁରେଶ କୁମାର ରାଉତରାୟ I ଆଜି ମଲ୍ଲିକ ଗାର୍ଡେନ, ନନ୍ଦନକାନନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ଯୋଗ ଦେଇ କହିଥିଲେ ଯେ,ନନ୍ଦନକାନନର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉନାହାନ୍ତି ରାଜ୍ୟ ସରକାର I ପଶୁ, ପକ୍ଷୀ ମଡ଼କ ରୋକିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ରାଜ୍ୟ ସରକାର I ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନର ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ I ଏହା ସହ ଐତିହାସିକ ଚୁଡଙ୍ଗଗଡ଼କୁ ନନ୍ଦନକାନନର ପରିସରଭୁକ୍ତ କରାଯାଉ I ନନ୍ଦନକାନନରେ ଥିବା ହ୍ରଦର ପୁନଃରୁଦ୍ଧାର କରାଯିବା ସହ ବୋଟିଙ୍ଗର ମଧ୍ୟ୍ୟ ବ୍ୟବସ୍ଥା କରାଯାଉ I ବନ୍ଦ ହୋଇପଡ଼ିଥିବା ରୋପ୍ୱେ ଆଉ ଅଚଳ ହୋଇ ପଡ଼ିଥିବା ଟଏ ଟ୍ରେନକୁ କାର୍ଯ୍ୟକ୍ଷମ କରାଯାଉ I
ଚନ୍ଦକା ହାତୀ କରିଡର ପ୍ରାଚୀରକୁ ଉଚ୍ଚ ଏବଂ ଦୃଢ କରାଯାଉ I ଯାହାଫଳରେ ଅଂଚଳରେ ବସବାସ କରୁଥିବା ଲୋକେ ସୁରକ୍ଷିତ ରହିବେ I ଏହା ସହ ଦାରୁଠେଙ୍ଗରେ ଥିବା ଡପିଙ୍ଗ ୟାର୍ଡ଼କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଧାୟକ ଜୋର ଦେଇଥିଲେ I
ତେବେ ଆଞ୍ଚଳିକ ବିକାଶ କମିଟି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁର ରାଉତରାୟ, କମିଟିର ଅଧକ୍ଷ ପ୍ରଭାତ ମଲିକ୍ ଙ୍କ ସହ ତମଣ୍ଡୋ, ଗଣ୍ଡରପୁର, କୁମାରବସ୍ତ, ଦାରୁଠେଙ୍ଗ, ପଟିଆ, ଚନ୍ଦକା, ରଘୁନାଥପୁର ଓ କୁଜିମଲର ଉପଦେଷ୍ଟା ମାନେ ଯୋଗ ଦେଇଥିଲେ