ବେକରେ ଓଢ଼ଣି ଲଗେଇ ଆତ୍ମହତ୍ୟା

581 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବେକରେ ଓଢ଼ଣି ଲଗେଇ ଆତ୍ମହତ୍ୟା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ, କୁନ୍ଦେଇ ଥାନା ଅନ୍ତର୍ଗତ କେବିକଙ୍ଗା ଗ୍ରାମରେ। ସୁଚନାନୁଯାଇ କେବିକଙ୍ଗା ଗ୍ରାମର ମଙ୍ଗନୀ ଗଣ୍ଡ ପିତା ସୁକୁ ଗଣ୍ଡ ଯାହାର ବୟସ ୩୪ ବୋଲି ଜଣାଯାଏ। ସେ ନିଜ ଘରରୁ କିଛି ଦୂରରେ ଥିବା ଏକ ଘରେ ବେକରେ ଓଢ଼ଣି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।

ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଅଧରାତି ରୁ ଘରୁ ବାହାରି ଯାଇଥିଲା ଏବଂ କିଛି ଦିନ ହେବ ମସ୍ତିଷ୍କ ବିକ୍ରୁତ ହୋଇ ଯାଇଥିଲା। ସକାଳୁ ହେବାପରେ ପରିବାର ଲୋକେ ଖୋଜାଖୋଜି କରିଥିବା ସମୟରେ ଶୁଣିବାକୁ ପାଇଲେ ଯେ, ଗ୍ରାମର ରାମଚନ୍ଦ୍ର ଘର ବାହାରେ ଆତ୍ମହତ୍ୟା କରିଛି । ପରିବାର ଲୋକ ଏହା ଦେଖିଲା ପରେ ଗ୍ରାମର ଭଦ୍ରବ୍ୟକ୍ତି ଙ୍କୁ ଜଣାଇବା ସାଙ୍ଗେ ସାଙ୍ଗେ କୁନ୍ଦେଇ ଥାନାରେ ଖବର ଦେଇଥିଲେ। କୁନ୍ଦେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Related Post

ଶୋଭାପାବୁଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଶୋଭାପାବୁଲି ଗ୍ରାମରେ ଶୁକ୍ରବାର ଗିରି ଗୋବର୍ଦ୍ଧନ ପୂଜା ଆନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀ ସକାଳୁ ସକାଳୁ ନିକଟରେ ଥିବା…

ଦିନ ଦ୍ବିପହରେ ଖଜୁରପଡାରେ ଘରେ ପସି ମହିଳାଙ୍କ ଗଳାରେ ଛୁରୀ ଲଗାଇ ଡକାୟତି

Posted by - September 20, 2022 0
କେସିଙ୍ଗା : (ପୀତେଶ ପଟେଲ)  କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବୋରିଆ ପଞ୍ଚାୟତ ଖଜୁରପଡା ଗାଁ ରେ ଆଜି ରବିବାର ଦିନ ଦ୍ବିପହରେ ଅଶ୍ୱିନୀ ପ୍ରଧାନ…

ସୁବର୍ଣ୍ଣପୁରରେ ବୃହତ୍ ଆଇନ୍ ସଚେତନତା ଶିବିର

Posted by - November 8, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ) ତୃଣମୂଳ ସ୍ତରରେ ସମସ୍ତଙ୍କୁ ଆଇନ୍ ଗତ ସୁବିଧା ଯୋଗାଣ କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ବୃହତ୍…

ପିପଲଗୁଡା ଗ୍ରାମକୁ ବିଦ୍ୟୁତ ଯୋଗାଣ ଦାବିରେ ଜିଲ୍ଲା ମୁଖ୍ୟ ସଡ଼କ ଅବରୋଧ

Posted by - December 2, 2021 0
କଳାହାଣ୍ଡି;(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସରକାର ଗରିବ ଲୋକଙ୍କ ପାଇଁ ବ୍ୟାପକ ଯୋଜନା ପ୍ରଣୟନ କରୁଥିଲେ ହେଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ସରକାରୀ କର୍ମଚାରୀ ଙ୍କ ବୈମାତୃକ ମନୋଭାବ…

ଇନ୍ଧନର ଅପ ବ୍ୟବହାରକୁ ରୋକିବା ଉଦ୍ଧେଶ୍ୟରେ ସଚେତନତା ପଦଯାତ୍ରା

Posted by - February 2, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ଇନ୍ଧନର ଅପ ବ୍ୟବହାରକୁ ରୋକିବା ଉଦ୍ଧେଶ୍ୟରେ ସଚେତନତା ପଦଯାତ୍ରା । ଯାଜପୁରରେ ପେଟ୍ରୋଲିୟମ କନଜରଭେସନ ରିସର୍ଚ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି…