Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଟାରୀ କ୍ଳବ୍ ତରଫରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ

185 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସହାୟତା ପ୍ରଦାନ କରିବାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି ।ଗତ କୋଭିଡ୍ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସ୍ୱୟଂଚାଳିତ ସାନଗଟାଇଜ୍ ମେସିନ ପ୍ରଦାନ କରି ବିଭିନ୍ନ ମହଲରେ ରୋଟାରୀ କ୍ଳବ୍ ପ୍ରଶଂସା ସାଉଁଟି ଥିଲା ।ଆଜି ଭଞ୍ଜନଗର ରୋଟାରୀ କ୍ଳବ୍ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯାଇଛି ।ଏହି ଅବସରରେ ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାନୀୟ ଜଳ ପ୍ରକଳ୍ପକୁ ଶୁଭାରମ୍ଭ କରି ଲୋକାର୍ପଣ କରିଥିଲେ ।ରୋଟାରୀ କ୍ଳବ୍ ସମାଜର ବିଭିନ୍ନ ଜନକଲ୍ୟାଣ ମୁଳକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ କ୍ଳବ୍ ର ଉଚ୍ଚ ପ୍ରଶଂସା କରିଥିଲେ ।ଡାକ୍ତରଖାନାକୁ ଆସୁଥିବା ସମସ୍ତ ଜନସାଧାରଣ ଏହି ପ୍ରକଳ୍ପ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ଆଲୋଚନା ହୋଇଥିଲା ।

ଏହି ପ୍ରକଳ୍ପର ମୁଲ୍ୟ ପଚାଶ ହଜାର ଟଙ୍କା ହୋଇଥିବା ବେଳେ ଗୋଟିଏ ଥରରେ ୮୦ ଲିଟର ବିଶୁଦ୍ଧ ଜଳ ମିଳିପାରିବ ବୋଲି ଜଣାପଡିଛି ।ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ରୋଟାରିଆନ୍ ପଞ୍ଚାନନ ମିଶ୍ର, ସମ୍ପାଦକ ରୋଟାରିଆନ୍ ରଞ୍ଜିତ କୁମାର ବାରିକ,ରୋଟାରିଆନ୍ ପ୍ରଶାନ୍ତ କୁମାର ନାୟକ, ରୋଟାରିଆନ୍ ଭି ଦେବୀ ପ୍ରସାଦ ପାତ୍ର,ରୋଟାରିଆନ୍ ସୁଶାନ୍ତ କୁମାର ସାହୁ, ରୋଟାରିଆନ୍ ରାମ ପ୍ରସାଦ ପଣ୍ଡା, ରୋଟାରିଆନ୍ ପ୍ରଶାନ୍ତ କୁମାର ସାହୁ, ରୋଟାରିଆନ୍ ସନ୍ତୋଷ କୁମାର ଜେନା, ରୋଟାରିଆନ୍ ସନ୍ନତ କୁମାର ସୁବୁଦ୍ଧି, ରୋଟାରିଆନ୍ କୁଞ୍ଜ ବିହାରୀ ନାୟକ, ରୋଟାରିଆନ୍ ଆଦିତ୍ୟ ଶତପଥୀ, ରୋଟାରିଆନ୍ ସୁଧିର ପାଣିଗ୍ରାହୀ, ରୋଟାରିଆନ୍ ପ୍ରଦ୍ୟୁମ୍ନ ମଳିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।

Related Post

ଜିଲ୍ଲାପାଳ ଙ୍କ ଅଭିନବ ପଦକ୍ଷେପ: ବାଳାଶ୍ରମ ଅନ୍ତେବାସୀଙ୍କ ଜନ୍ମ ଦିନ ପାଳନ

Posted by - January 4, 2020 33
ଯାଜପୁର,୪/୧( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଟାଉନ ସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଶନିବାର ଦିନ ଦୁଇ ଅନ୍ତେବାସୀ ସନାତନ ଓ ଅସାଳୁ ଙ୍କ ଜନ୍ମ ଦିନ ପାଳନ…

ସେନାରେ କାର୍ଯ୍ୟ କରୁଥିବା ଓଡିଆ ଜବାନଙ୍କ ଦୁଃଶାସହିକ କ୍ରିଡା ପ୍ରଦର୍ଶନ

Posted by - November 23, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଓଡିଆ ଜବାନଙ୍କ ଦୁଃଶାସହିକ କ୍ରିଡା ପ୍ରଦର୍ଶନ । ଜବାନଙ୍କ ଏଭଳି ଦୁଃଶାହସିକ କ୍ରିଡା ପାଇଁ ବିଶ୍ୱରେକର୍ଡ ସ୍ଥାପନ…

ଓଟିଏ ଅଫିସର ଭାବେ ମନୋନୀତ ହୋଇଛନ୍ତି ଦିପଙ୍କର ପଣ୍ଡା

Posted by - May 20, 2020 21
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ର ବଲାଣି ଠାରେ ଡିଏଭି ପବ୍ଲିକ ବିଦ୍ୟାଳୟ ବାଲାଣି ଏନସିସି ବିଭାଗ ର ତାଲିମ ଶିକ୍ଷକ ଦୀପଙ୍କର ପଣ୍ଡା ଅଫିସର…

ସ୍ତ୍ରୀର ମାଡ ଭୟରେ ମା’କୁ ଆହାର କେନ୍ଦ୍ରରେ ଛାଡି ଚାଲିଗଲା ପୁଅ

Posted by - November 7, 2019 354
ଚାନ୍ଦବାଲି ୭।୧୧: ସ୍ତ୍ରୀ ପାଇଁ ଆହାର କେନ୍ଦ୍ରରେ ୮୫ ବର୍ଷର ବୃଦ୍ଧା ମା’କୁ ଛାଡ଼ି ଚାଲିଯାଇଥିଲେ ପୁଅ। ଚାନ୍ଦବାଲି ମହୁଲିଆ ଅଞ୍ଚଳରେ ବୃଦ୍ଧା କୁନ୍ତଳା ପୋଥାଳଙ୍କ ଘର ।…

ଭାଲୁମୁଣ୍ଡା ସମବାୟ ସମିତିରେ ଧାନ କ୍ରୟ କେନ୍ଦ୍ର ଉଦଘାଟନ

Posted by - December 7, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ଭାଲୁମୁଣ୍ଡା କୃଷି ସମବାୟୁ ସମିତ ର ଆଜି କୋଲଣିପଡା ଠାରେ ଧାନବି କ୍ରୟ କେନ୍ଦ୍ରର ଶୁଭ ଉଦ୍ଧଘାଟନ ହୋଇଛି ।ଉକ୍ତ ଧାନ ମଣ୍ଡି କୁର…