ବନ୍ଦିତା ପରିଡାହେଲେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ

158 0

ବ୍ୟାସନଗର: ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ଗତ ୨୦୧୯ କୋରାଇ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଦଳର ପ୍ରାର୍ଥିନୀ ହୋଇଥିବା ବନ୍ଦିତା ପରିଡ଼ାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କର ଏହି ନିଯୁକ୍ତିକୁ ଅନୁମୋଦନ କରିଥିବାର କହିଛନ୍ତି ଶ୍ରୀମତୀ ପରିଡ଼ା । ଗତ କିଛି ମାସ ପୂର୍ବରୁ ସେ ଏହି ଦାୟିତ୍ୱ ଭାର ବହନ କରିଆସୁଥିଲେ ହେଁ ଆଜି ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦିଆଯାଇଛି । ସୂଚନାଯୋଗ୍ୟ, ଶ୍ରୀମତୀ ପରିଡ଼ା ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଓ ବିଶ୍ୱସ୍ଥ ଭାବେ ବେଶ ଜଣାଶୁଣା । ବ୍ୟାସନଗର ଭଳି ଏକ ପୈାରାଂଚଳରୁ ରାଜନୀତି କ୍ୟାରିଅର ଆରମ୍ଭ କରି ସେ ରାଜ୍ୟ ସ୍ତରୀୟ ଏକ ଜାତୀୟ ଦଳର ପ୍ରମୁଖ ମହିଳା ୱିଙ୍ଗ୍‌ର ସଭାପତି ହେବେ ଏ ଦକ୍ଷତା ତାଙ୍କ ପାଖରେ ଥିବାର ଆଭାସ ମିଳିଥିଲା ।

ତାଙ୍କର ସାଂଗଠନିକ ଦକ୍ଷତା, ଲୋକ ସଂର୍ପକ ସର୍ବୋପରି ବ୍ୟବହାର ଦିନେ ତାଙ୍କୁ ଏପରି ଗୁରୁ ଦାୟିତ୍ୱରେ ଅଧିସିକ୍ତ କରିବ ବୋଲି ଆଶା କରାଯାଉଥିଲା । ତାଙ୍କର ନୂତନ ପଦଭାରକୁ ନେଇ ବ୍ୟାସନଗର ଓ କୋରାଇ କଂଗ୍ରେସରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବହୁ ନେତା, ଶୁଭେଚ୍ଛୁ ଆଦି ଦଳମତ ନିର୍ବିଶେଷରେ ତାଙ୍କୁ ସ୍ୱାଗତ କରୁଥିବାର ଦେଖାଯାଉଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ଯୁବ ସମାଜସେବୀ ଟିକାୟତ ପାଲ ପ୍ରମୁଖ ତାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Related Post

BJDର ମୂଳ ମନ୍ତ୍ର ହେଉଛି ମହିଳା ସଶକ୍ତିକରଣ :ପ୍ରଣବ ପ୍ରକାଶ ଦାସ

Posted by - February 9, 2021 0
ଯାଜପୁର ଅଫିସ :ଯାଜପୁର ଟାଉନ ସ୍ଥିତ ତାରାମଦନ ରେ ମଦିନା ଆଞ୍ଚଳିକ ସ୍ୱୟଂ ସହାୟକ ମହାସଂଘ ତରଫରୁ ଏକ ବୈଠକ ଆୟୋଜିତ ହୋଇଥିଲା ଉକ୍ତ ବୈଠକରେ ଯାଜପୁର…

ବିଜେପି ର ମିଶ୍ରଣ ପର୍ବ

Posted by - September 3, 2021 0
ସିମୁଳିଆ/ବାଲେଶ୍ଵର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଅବ ଜଣା ପଞ୍ଚାୟତ ବର ପଡିଆ ଠାରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠି ଙ୍କ ଉପସ୍ଥିତି ରେ ପୂର୍ବ…

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ଦରଦାମ ବୃଦ୍ଧିକୁ ନେଇ ସାଇକେଲ ଶୋଭାଯତ୍ରା

Posted by - July 9, 2021 0
ସୋନପୁର:( ଅଜିତ କୁମାର ପୁଝାରୀ ) ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ଏକ…

୨୪ରେ ବିଜେଡ଼ିରେ ଯୋଗଦେବେ ନବ ଦାସ

Posted by - January 14, 2019 0
ଝାରସୁଗୁଡ଼ା ରାଜନୀତିରେ ପୁଣି ହଲଚଲ୍‌ ହୋଇଯାଇଛି।ନବ ବିଜେଡ଼ିରେ ଯୋଗ ଦେବାର ଏକ ପ୍ରକାର ଚୁଡ଼ାନ୍ତ ହୋଇ ଯାଇଛି। ଆସନ୍ତା ୨୪ ତାରିଖ ଦିନ ଏଥି ପାଇଁ ଦିନ…

ବିଜେପି ନେତାଙ୍କ ପରିବର୍ତ୍ତନ ଯାତ୍ରା

Posted by - April 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତ ରୁ ପଦଯାତ୍ରା ଆରମ୍ଭ କରିଛନ୍ତି ବିଜେପି ନେତା ବଳଦେବ ବେଦବାକ l କେନ୍ଦୁମୁଣ୍ଡାର ଜଗନ୍ନାଥ ମନ୍ଦିର…