ବିଶ୍ଵ ଓଡ଼ିଶା ସମାଜ ପକ୍ଷରୁ ଦୁଶ୍ଚିନ୍ତା ନିବାରଣ ୱେବିନାର ଆୟୋଜନ

575 0

କାନବେରା/କାଲିଫର୍ଣିଆ /ବ୍ରିସବେନ/ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ/ଯାଜପୁର:(ସ୍ନେହାଂଶୁ ଶେଖର ମହାନ୍ତି) ତା.୨୨.୬ କୋଭିଡ ମହାମାରୀ କୁ ପରାଜିତ କରିବାକୁ ହେଲେ ମାନବ ସମାଜକୁ ସୁସ୍ଥ, ସନ୍ତୁଷ୍ଟ ଏବଂ ସତେଜ ରହିବା ପାଇଁ ସଂକଳ୍ପବଦ୍ଧ ପ୍ରୟାସ କରିବାକୁ ଆମେରିକାସ୍ଥିତ ପ୍ରସିଦ୍ଧ ପ୍ରେରଣା ଦାୟକ ବକ୍ତା ମନୋଜ ଯୋଶୀ ଓ ହାସ୍ୟ ଅଭିନେତା କୁନା ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ବିଶ୍ଵ ଓଡ଼ିଶା ସମାଜ, ଅଷ୍ଟ୍ରେଲିଆ ର ଓଡ଼ିଆ ସମାଜ(ଓରିଓଜ୍) ଏବଂ ଭାରତୀୟ ଯକୃତ ରୋଗୀ ପ୍ରତିଷ୍ଠାନ(ଆଇ.ଏଲ.ପି.ଏଫ୍)ର ମିଳିତ ଆନୁକୁଲ୍ୟରେ ଆୟୋଜିତ ‘‘ସାନ୍ତ୍ଵନାର ଅନ୍ୱେଷଣ’’ ଶୀର୍ଷକ ଆନ୍ତର୍ଜାତିକ ଅନଲାଇନ ଆଲୋଚନା ଚକ୍ରରେ ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇ ଶ୍ରୀ ଯୋଶୀ ଓ ଶ୍ରୀ ତ୍ରିପାଠୀ ବର୍ତ୍ତମାନର କରୋନା କାଳରେ ନାକାରାତ୍ମକ ଭାବନାକୁ ଦୂରେଇ ଦେଇ ସାକାରାତ୍ମକ ଚିନ୍ତାଧାରାକୁ ଆପଣେଇବା ପାଇଁ ନିବେଦନ କରିଥିଲେ।

ସମସ୍ୟା କୁ ସୁଯୋଗରେ ପରିଣତ କରି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମଣିଷ ଖୁସି ର ଅନୁସନ୍ଧାନ କରିପାରିଲେ ଦୁଶ୍ଚିନ୍ତା ରୁ ମୁକ୍ତି ମିଳିବ ଏବଂ ଚିରନ୍ତନ ତୃପ୍ତି ଲାଭ ହେବ ବୋଲି ମନୋଜ ଯୋଶୀ ଦର୍ଶାଇଥିଲେ। ଭିଡିଓ କନଫରେସିଂ ଜରିଆରେ ବୈଠକ କୁ ସମ୍ବୋଧନ କରି ଚିତ୍ର ତାରକା କୁନା ତ୍ରିପାଠୀ, ମନରୁ ଡର , ଭୟ, ଦୁଶ୍ଚିନ୍ତା ଏବଂ ଆଶଙ୍କା କୁ ଦୂରେଇ ଦେଇ ବିଶ୍ଵଭରି ସୁଖ, ଶାନ୍ତି,ସନ୍ତୁଷ୍ଟି ଓ ଶ୍ରଦ୍ଧାର ତରଙ୍ଗକୁ ସଂଚାର କରିବା ସାଙ୍ଗକୁ କରୋନା ରୁ ଉଦ୍ଧାର ପାଇବା ପାଇଁ ସାମୁହିକ ପ୍ରାର୍ଥନା କରିବାକୁ ପ୍ରସ୍ତାବ ଦେଇଥିଲେ।ସ୍ବାଗତ ଭାଷଣ ପ୍ରଦାନ କରି ବିଶ୍ଵ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ଵିବେଦୀ , କରୋନା ଭୂତାଣୁ ମାନବ ଜୀବନର ଉତ୍ପତ୍ତି, ପରିଚିତି ଓ ନିସ୍କୃତିର ପରିଭାଷାକୁ ବଦଳାଇ ଦେଇଥିବା ଉଲ୍ଲେଖ କରିଥିଲେ।

ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ତଥା ସୁନାମଧନ୍ୟ ଚିକିତ୍ସାବିତ ଡଃ ନଳିନୀ ପତି, ଆଗାମୀ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ଆମକୁ ଭୂତାଣୁ ସହିତ ଚଳିବାକୁ ପଡିବ ଏବଂ ତଦନୁଯାଇ ଜୀବନଶୈଳୀ କୁ ପରିବର୍ତ୍ତନ କରି ମହାମାରୀର ପ୍ରତିଷେଧକ ବ୍ୟବସ୍ଥା ପ୍ରତି ସର୍ବାଧିକ ଅଗ୍ରାଧିକାର ଦେବାକୁ ପଡ଼ିବ ବୋଲି ସୂଚାଇ ଥିଲେ। ନିଜର ବିଶେଷଜ୍ଞ ମତାମତ ପ୍ରଦାନକରି ଆଇ.ଏଲ.ପି.ଏଫ୍ ର ପ୍ରତିଷ୍ଠାତା ଡଃ ଅଶୋକ ଚୌଧୁରୀ, ସାଂପ୍ରତିକ ଭୟଙ୍କର ସଙ୍କଟ ରୁ ନିବୃତ୍ତି ପାଇବା ପାଇଁ ପ୍ରତ୍ୟେକ ଜନସାଧାରଣ ଉଭୟ ଡାକ୍ତରୀ ଟିକା ଏବଂ କୋଭିଡ୍ ପ୍ରୋଟୋକଲ ପାଳନଋପି ସାମାଜିକ ଟିକା କୁ ଗ୍ରହଣ କରିବାକୁ ନିବେଦନ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମ କୁ ବ୍ରିସବେନରୁ ସ୍ଵାତୀ ଦାଶ ସୂଚାରୁ ରୂପେ ସଂଯୋଜନା କରିଥିଲେ। ଭର୍ଚୁଆଲ ସଭା ଆରମ୍ଭ ରେ କୋଭିଡ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅମିତ ମିଶ୍ର, କସ୍ତୁରିକା ପଟ୍ଟନାୟକ, ଶେଖର ମହାପାତ୍ର, ସତ୍ୟ ଦାଶ, ପୁଷ୍ପାଞ୍ଜଳି ବାରିକ, ରିତା ପାତ୍ର, ଗୋବିନ୍ଦ ଚନ୍ଦ୍ର ବେହେରା, ରାମପ୍ରସାଦ ମହାନ୍ତି, ଉମାକାନ୍ତ ପାଣି, ବରଦା ଦାସ, କୃପାନିଧି ବିଶ୍ଵାଳ, ବିନାୟକ ଦାସ, ଅମୀୟ ମିଶ୍ର, ଆଦ୍ରିସ୍ ବ୍ରହ୍ମଦତ୍ତ, ଦୀନେଶ ମହାନ୍ତି, ଶିବ ରଂଜନ ବିଶ୍ଵାଳ, ପ୍ରିତୀଶ ଦାଶ, ଦୀନବନ୍ଧୁ ସାହୁ, ଜଗବନ୍ଧୁ ମୁଦୁଲି, ଡଃ ସରୋଜିନୀ ପାଣି, ରୁଦ୍ର ଆଚାର୍ଯ୍ୟ, ଶ୍ରୀମନ୍ତ ବିଶ୍ଵାଳ, ଅକ୍ଷୟ ମହାନ୍ତି, ହୀରଣ୍ୟ ମହାନ୍ତି, ଗୋପବନ୍ଧୁ ପଟ୍ଟନାୟକ, ଅନିତା ପଟ୍ଟନାୟକ, ଡଃ ରବି ନାରାୟଣ ବେହେରା, କୃଷ୍ଣ ନାୟକ, ହୃଷୀକେଶ ପାତ୍ର ଓ ସରିତା ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ହୋଇଥିଲେ।

 

Related Post

ବରୀ ରେ ପୋଲିସ ଓ ସାମାଜିକ କର୍ମୀମାନଙ୍କ ସଚେତନତା କାର୍ଯ୍ୟକ୍ରମ

Posted by - January 15, 2020 353
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବୁଧବାର ୩୧ତମ ଜାତୀୟସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ କରାଯାଇଛି।…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ

Posted by - September 18, 2020 0
ଯାଜପୁର ଅଫିସ :ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିବସ କୁ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ କରାଯାଇଛି । …

ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

Posted by - November 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କୃତ ବିଷୟକୁ ବାଧ୍ୟତାମୂଳକ କରିବା ସହିତ ବିଭିନ୍ନ ବିଦ୍ୟାଳୟରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ସଂସ୍କୃତ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ତୃତୀୟ ଭାଷା ଆଇଟି ବଦଳରେ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଦର୍ଶାଯାଇଛି ।  ସଂସ୍କୃତ ଭାଷାର ସମଗ୍ର ବିଶ୍ୱର ଏକ ପ୍ରାଚିନ ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେଣୁ ବିଦ୍ୟାଳୟ ସ୍ତରରେ ସଂସ୍କତ ଭାଷାକୁ ବାଧ୍ୟତାମୁଳକ କରିବା ସହିତ ଖାଲିପଡିଥିବା ପଦବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।

ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ

Posted by - April 26, 2020 0
ବାରିପଦା:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବ।ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି। ତେବେ ପୌରାଣିକ କିମ୍ବଦନ୍ତୀ…