ଲୁହା ଶିକୁଳିରେ ବନ୍ଧା ଯୁବକର ଜୀବନ: ଚିକିତ୍ସାରେ ଅର୍ଥ ବାଧକ

638 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଜନହିତକର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଥିଲେ ହେ ତାହା ଅନେକ। ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ହୋଇରହୁଛି। ଅସହାୟ ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ସରକାରଙ୍କ ଯୋଜନା ରହିଛି, ତେବେ ଅନେକ ଅସହାୟ ଲୋକଙ୍କ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା କାରଣରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡିଅଛି। ଏଭଳି ଏକ ଜ୍ଵଳନ୍ତ ଉଦାହରଣ ଦେଖୁ ବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମରେ। ଏହି ଗ୍ରାମର ରାଇସିଂ ଦଳେଇ ଙ୍କ ବଡ଼ ପୁଅ ପୀତବାସ ଦଳେଇ(୨୩)ଙ୍କ କ୍ଷେତ୍ରରେ।

ପୀତବାସଙ୍କ କ୍ଷେତ୍ରରେ ହଠାତ ପାଗଳର ଲକ୍ଷଣ ଦେଖାଯିବା ପରେ ପରିବାର ସଦସ୍ୟ ତା ଗୋଡ଼ରେ ଲୁହା ଶିକୁଳି ବାନ୍ଧି ଏକଘରେ ରଖିବାକୁ ବାଧ୍ୟ ହେଉଛନ୍ତି। ରୋଜଗାର କ୍ଷମ ବଡ଼ ପୁଅ ବୃଦ୍ଧ ବାପା-ମା’ଙ୍କ ସାହାରା ପାଲଟିବା ପରିବର୍ତ୍ତେ ଏବେ ଏକ ପ୍ରକାର ବୋଝ ହୋଇ ଚିନ୍ତା ପାଲଟିଅଛି। ପୁଅର ଚିକିତ୍ସା ପାଇଁ ଏହି ଗରିବ ପରିବାର ପାଖରେ ଅର୍ଥ ନାହିଁ ଶେଷରେ ଭେଣ୍ଡିଆ ପୁଅକୁ ଏକ ଅନ୍ଧାର ଘରେ ଶିକୁଳିରେ ବାନ୍ଧି ରଖିବା ଛଡା ଆଉ କିଛି ରାସ୍ତା ନାହିଁ ଏହି ଗରିବ ପରିବାର ପାଖରେ। ରାଇସିଂଙ୍କ କହିବା ପ୍ରକାରେ ପୁଅ ପୀତବାସ ଆଜକୁ ଛଅ ମାସ ପୂର୍ବେ ଅଧିକ ଟଙ୍କା ରୋଜଗାର ଆଶାରେ ଗାଁର ସାଙ୍ଗ ମାନଙ୍କ ସହିତ ମାଲକାନଗିରି ଜିଲ୍ଲାରେ ଯାଇ କାମ କରୁଥିଲା।

ତେବେ ସେଠାରେ ତାର ପାଗଳାମୀ ଲକ୍ଷଣ ଦେଖି ସାଙ୍ଗ ମାନେ ତାକୁ ଘରେ ଆଣି ଛାଡିଥିଲେ। ପ୍ରଥମେ ତାକୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ ତେବେ ତାକୁ ବାହାରକୁ ନେବାକୁ କହିଥିଲେ, ଶେଷରେ ଅର୍ଥ ଯୋଗାଡ଼ ନହେବାରୁ ପୀତବାସ ର ଦେଶୀ ଔଷଧ ଓ ପରେ ଶିରା ଗୁଣିଆ ଦ୍ୱାରସ୍ଥ ହୋଇଥିଲେ।ସମୟ ବିତିବା ସଙ୍ଗେ ସଙ୍ଗେ ପୀତବାସର ପାଗଳାମି ବଢ଼ିଲା ଓ ସେ ଗାଁର ଲୋକଙ୍କୁ ଆକ୍ରମଣ କଲା ଶେଷରେ ତାକୁ ଶିକୁଳିରେ ବାନ୍ଧିରଖିଲେ।

ରାଇସିଂ କୁଲି କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ସରକାରୀ ସାହାଯ୍ୟ କହିଲେ ମାସିକ ୩୫କେଜି ଚାଉଳ।ଦୀର୍ଘ ବର୍ଷ ପୂର୍ବରୁ ଆବାସଗୃହ ମିଳିଥିଲା। ତେବେ ତାହା ଏବେ ଭାଙ୍ଗି ଯାଇଥିବାରୁ ଏବେ ସମସ୍ତେ ଏକ ଝାଟିମାଟି ଝିକର ର କୁଡ଼ିଆ ରେ ରାହୁଅଛନ୍ତି। ପୀତବାସ ହଠାତ କାହିଁକି ମାନସିକ ବିକାରଗ୍ରସ୍ତ ହୋଇଥଲେ ପରିବାର ଲୋକେ ଜାଣିପାରିଲେ ନାହିଁ। ଏଭଳି ଗରିବ ଅସହାୟ ବିକାରଗ୍ରସ୍ତ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତାଯୋଗାଇ ଦେଲେ ହୁଏତ ଚିକିତ୍ସାଦ୍ଵାରା ତାଙ୍କର ପରିବର୍ତ୍ତନ ହୋଇପାରନ୍ତା ବୋଲି ସ୍ଥାନୀୟ ବେଲଗାଁ ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀ ଏଥିନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Related Post

ରାଜ୍ୟର ୩ ନିଜାମୁଦ୍ଦିନ ଫେରନ୍ତା କ୍ୱାରେଣ୍ଟାଇନ୍‌ରେ ରହିଲେ

Posted by - March 31, 2020 601
ନୂଆଦିଲ୍ଲୀ: ଦିଲ୍ଲୀର ମରକାଜ୍ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସମାବେଶରେ ଯୋଗ ଦେଇଥିବା ୨୪ ଜଣ କରୋନା ଆକ୍ରାନ୍ତ ହେବା ସହ  ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା…

ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କମାଲ

Posted by - March 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ପ୍ରଥମ ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ…

‘ଦୁଇ ସପ୍ତାହ ଗୁରୁତ୍ଵପୂର୍ଣ୍ଣ:ସୁବ୍ରତ ବାଗଚୀ

Posted by - April 1, 2020 0
ଭୁବନେଶ୍ଵର ୦୧।୦୪:  ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଆହୁରି ଅଧିକ ସାବଧାନତା ଲୋଡା।ଶ୍ରୀ ବାଗ୍‌ଚୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ପରୀକ୍ଷା କରାଯାଇଥିବା ୬୧୦ ନମୂନାର…

ସ୍କୁଲ ଫି ଛାଡ଼କୁ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସାମ୍ୱାଦିକ ସମ୍ମିଳନୀ

Posted by - March 14, 2021 0
ବ୍ୟାସନଗର :ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଘରୋଇ ବିଦ୍ୟାଳୟ ଗୁଡିକରେ ଫି ଛାଡ଼କୁ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସାମ୍ୱାଦିକ ସମ୍ମିଳ ନୀ । ରାଜ୍ୟ…

ଏ.ଆଇ.ଏସ୍.ଏଫ୍ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ୍ ଆନ୍ଦୋଳନ,ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଆହ୍ୱାନ

Posted by - June 3, 2021 0
ଭୁବନେଶ୍ୱର: କରୋନା ମହାମାରୀ ମୁକାଵିଲାର ଭୁଲ ପରିଚାଳନା ପାଇଁ ସମଗ୍ର ଦେଶରେ ଶିକ୍ଷା ସଵୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ଵନ୍ଦ…