ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ବରଙ୍ଗପୁର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ

354 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଆଜି ଭର୍ଚୁଅଲ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଶ୍ରୀ ଆଶୁତୋଷ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସଂଘର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଏହି ବୈଠକରେ ଗତ ୧୪.୬.୨୦୨୧ ତାରିଖରେ ରାଜ୍ୟ ସଙ୍ଘ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ନେଇ ଉଦବେଗ ପ୍ରକାଶ ପାଇବା ସହିତ, ଚୁକ୍ତିଭିତ୍ତିକ ନିଯୁକ୍ତି କୁ ପ୍ରତ୍ୟାହାର କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବା ପାଇଁ ସହମତି ପ୍ରକାଶ ପାଇଥିଲା ।

ଓଡ଼ିଶା ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ଦେବା ପାଇଁ ରାଜ୍ୟ ସଂଘର ନିଷ୍ପତ୍ତି କୁ ଜିଲ୍ଲା ଶାଖା ସଙ୍ଘ ସମର୍ଥନ ଜଣାଇଥିଲେ। ରାଜସ୍ୱ ଅମଲା ମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରି ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପାମୂଳକ ରାଶି ମୃତ ବ୍ୟକ୍ତିଙ୍କ ପରିବାରର ଉତ୍ତରାଧିକାରୀଙ୍କୁ ଦେବା ସହିତ ପରିବାର ର ଜଣକୁ ସରକାରୀ ଚାକିରୀ ଦେବା ପାଇଁ ଦାବି କରିଥିଲେ। ଏହି ବୈଠକରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା କେ, ଅଶୋକ ଚକ୍ରବର୍ତ୍ତୀ, ଉପ ସଭାପତି ଧନୁର୍ଜୟ ମାଝୀ, ଆକାଶ ଗଣ୍ଡ, ସମ୍ପାଦକ, ତ୍ରିଲୋଚନ ନାୟକ,ସହ ସମ୍ପାଦକ, ମୈଥିଲି ପଟ୍ଟନାୟକ, ରମେଶ ଖୋସଲା, ସୁନୀଲ ଦାସ, କୋଷାଧ୍ୟକ୍ଷ, ସୁଶାନ୍ତ ନାୟକ, ଶ୍ରୀକାନ୍ତ ଶତପଥି, ମନ ମୋହିନୀ ହଲଦାର, ଜିତେନ୍ଦ୍ର ଚୌଧୁରୀ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Related Post

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ

Posted by - March 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି…

ତନରଡ଼ା ବଳମୁକୁନ୍ଦ ମନ୍ଦିର ପୁନଃହ ଉଦ୍ଧାର ପାଇଁ ଶୁଭ ଦେଲେ ବିଧାୟକ

Posted by - November 27, 2021 0
ଗାଙ୍ଗପୁର:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଲକ ନୁଆଁ ତନରଡ଼ା ଠାରେ ଥିବା ବଳମୁକୁନ୍ଦ ମନ୍ଦିର କୁ ଭାଙ୍ଗି ପୁଣି ନୂତନ ମନ୍ଦିର ପାଇଁ ସୋରଡ଼ା ବିଧାୟକ…

ଚଳିତ ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ: ଯାଜପୁର ଜିଲ୍ଲାପାଳ

Posted by - August 7, 2020 0
ଯାଜପୁର ଅଫିସ: ତା ୬ା୮ : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ…

ବାଇକ ଧକ୍କାରେ ୪ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର

Posted by - June 25, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଠାରୁ ମଳାସ ପଦର ମଧ୍ୟବର୍ତ୍ତୀ ସ୍ଥାନରେ ବାଇକ ଧକ୍କା ଦେବାରୁ ପ୍ରଥମେ ଜଣେ ସାଇକେଲ ଚାଳକ ଓ ପରେ…

ନବରଙ୍ଗପୁର ରେ ପ୍ରଭୂ ଶ୍ରୀଅରବିନ୍ଦ ଙ୍କ ” ପବିତ୍ର ଦେହଂଶର ପ୍ରତିଷ୍ଠାର ୧୭ ତମ ବାର୍ଷିକ ଉତ୍ସବ ” ଅନୁଷ୍ଠିତ

Posted by - September 20, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଦଶହରା ପଦା ରେ ସ୍ଥିତଶ୍ରୀମା ଶ୍ରୀଅରବିନ୍ଦ ପାଠଚକ୍ର ରେ ପ୍ରଭୂ ଶ୍ରୀଅରବିନ୍ଦ ଙ୍କ ” ପବିତ୍ର ଦେହଂଶର ପ୍ରତିଷ୍ଠାର ୧୭ ତମ…