ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରବି ଧାନ ସଂଗ୍ରହ ରେ ଅବ୍ୟବସ୍ଥା କୁ ନେଇ ସମବାୟ ସମିତିରେ ଉତ୍ତେଜନା। ଭାରପ୍ରାପ୍ତ ଏ ଆର ସି ଏସ ଏବଂ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଙ୍କୁ ଘେରିଲେ ଉତ୍ତ୍ୟକ୍ତ ଚାଷୀ। ଦଶରଥପୁର ବ୍ଲକ କମାରଡ଼ିହ ସେବା ସମବାୟ ସମିତି ରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା । ଆଜି ସମିତିକୁ ମିଲର ଗାଡି ଆସି ଧାନ ନେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ କୌଣସି ଗାଡି ସେଠାରେ ପହଂଚି ନଥିଲା। ଫଳରେ ବର୍ଷା ରେ ଚାଷୀଙ୍କ ଧାନ ଓଦା ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପରେ ଘଟଣା ସ୍ଥଳରେ ପହଞ୍ଚି ଭାରପ୍ରାପ୍ତ ଏ ଆର ସି ଏସ ଶରତ ଚନ୍ଦ୍ର ମଲିକ ଏବଂ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ ସ୍ଥାନୀୟ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ଚାଲିଥୁବା ବେଳେ ଉତ୍ୟକ୍ତ ଚାଷୀମାନେ ଗେଟ ବାହାରପଟୁ ତାଲା ମାରିଦେଇଥିଲେ ।ଧାନ ସଂଗ୍ରହ ପ୍ରକ୍ରିୟା କୁ ସରଳିକରଣ କରିବା ସହିତ ତୁରନ୍ତ ଧାନ ସଂଗ୍ରହ କରିବାକୁ ଦାବି କରିଥିଲେ। ଖବର ପାଇ ମଙ୍ଗଳପୁର ପୋଲିସ ସେଠାରେ ପହଁଚି ତାଲା ଫିଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଚାଷୀ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ବାଇଟ:ଚାଷୀ