ବେଲ ବଗିଚା ନାଁ ରେ ଲକ୍ଷାଧିକ ଟଙ୍କା ଘୋଟାଲା

504 0

ବୌଦ୍ଧ:(ଚିତରଂଜନ ସିଂ) ସୁଚନା ଫଳକ ଲାଗିଲା, ଦୁଇ ଚାରିଟି ଗଛ ବି ଲାଗିଲା କିନ୍ତୁ ପ୍ରକଳ୍ପର ସମୟ ଆବଧି ସରିବା ପୁର୍ବରୁ ସମସ୍ତ ବିଲ ଉଠାଗଲା । ହେଲେ ନାଁ ଅଛି ଗୋଟିଏ ବି ଗଛ କି ହିତାଧିକାରେ ପାଇଲେ ଟଙ୍କା । ବୌଦ୍ଧ ଜିଲ୍ଲା ଉଦ୍ୟାନ ବିଭାଗ ନାଁରେ ଆସିଛି ଏଭଳି ସାଂଘାତିକ ଦୁର୍ନିତି । କଥାରେ ଅଛି ମାମୁଁ ଘରେ ଗୋଠେ ଗାଇ, ରାତି ପାହିଲେ ମୋଟେ ନାହିଁ ।  ମାଧପୁର ଗ୍ରାମର ରବିନ୍ଦ୍ର କହଁର ନାମକ ଜଣେ ହିତାଧିକାରୀ ଙ୍କ ଚାଷ ଜମିରେ ଆମ୍ବ ବଗିଚା କରାଇଦେବା ନାଁରେ ଜମିର ପଟା ଓ ଜମି ମାଲିକଙ୍କ ଦସ୍ତଖସ୍ତ ନେଲେ ଉଦ୍ୟାନ ବିଭାଗର କର୍ମଚାରୀ । ଏହାପରେ ଆମ୍ବ ଲଗାଇବା ନାଁ ରେ ଲଗାଇଲେ ବେଲ ଗଛ । ୨୦୧୮-୧୯ ଆର୍ôଥକ ବର୍ଷରେ ୧୧ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ହୋଇଥିବା ବେଲ ବଗିଚା କାର୍ଯ୍ୟ ୨୦୨୧ ରେ ସରିବା କଥା । ହେଲେ ଏବେ ବଗିଚାରେ ନାଁ ଅଛି ଗଛ କି ବଗିଚାର କୌଣସି ବାସ୍ନା ।

ରବିନ୍ଦ୍ର କହଁର ଙ୍କ ଜମିରେ ଦୁଇ ଚାରିଟି ବେଲ ଗଛ ଲଗାଇବା ସହିତ, ଗଛର ସୁରକ୍ଷା ପାଇଁ ତାରବାଡ ମଧ୍ୟ ଦିଆଗଲା । ସୁଚନା ଫଳକ ନିର୍ମାଣ ହେଲା । ପରେ ସମସ୍ତ ବିଲ ଉଠାଇବା ପରେ ତାରବାଡ ଉଠାଇ ନିଆଗଲା । କିଭଳି ବେଲବଗିଚା ନାଁରେ ବ୍ୟାପକ ଘୋଟାଲା କରିଛି ଉଦ୍ୟାନ ବିଭାଗ ଶୁଣନ୍ତୁ କଣ କହୁଛନ୍ତି ହିତାଧିକାରୀ । ଉଦ୍ୟାନ ବିଭାଗରେ ବେଲ ବଗିଚା ନାଁ ରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବାବେଳେ ଏହି ଦୁର୍ନିତି ପଛରେ ବିଭାଗର ତଳ ସ୍ତରରୁ ଯେ ବଡବଡ ବାବୁ ମାନଙ୍କର ରହି ସିଧାସଳଖ ହାତ । ଭଗବାନ ଙ୍କ ବର ପାଇଲା ଭଳି ଏଭଳି ଦୁର୍ନିତି କରି ଲକ୍ଷାଧିକ ଟଙ୍କା ଚଳୁ କରୁଛି ବିଭାଗ ।

ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅଚଂଳବାସୀ ବାରମ୍ବାର ଦାବି କଲେ ସୁଧା ଏହାର ତଦନ୍ତ ହଉନଥିବାରୁ ବାବୁ ମାନେ ଜିଲ୍ଲାରେ କେବଳ ବେଲ ନୁହଁ ଆମ୍ବ ବଗିଚା ନାଁରେ ମଧ୍ୟ କୋଟିକୋଟି ଟଙ୍କା ସରକାରୀ ତହବିଲରୁ ହରିଲୁଟ କରିଛନ୍ତି । ଏପଟେ ଜିଲଲ୍‌ାରେ ଥିବା ଭିଜିଲାନ୍ସ ବିଭାଗ ହାତବାନ୍ଧି ବସିଥିବାବେଳେ ଏହାର କ୍ରାଇମବ୍ରାଂଚ ତଦନ୍ତ କରି ଦୁର୍ନିତିରେ ଲିପ୍ତ ଥିବା ବାବୁ ମାନଙ୍କ ବିରୋଧରେ ଦୃଷ୍ଟାନ୍‌ତ ମୁଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପଟେ ଏ ସମ୍ପର୍କରେ ଜିଲ୍ଲା ଉଦ୍ୟାନ ବିବାଗର ଅଧିକାରୀ ଯୋଗେନ୍ଦ୍ର ନାଥ ମହାପାତ୍ର ପଚାରିବାରୁ ଏ ବାବଦରେ ତଦନ୍ତ କରାଯିବା ପରେ କଣ ହୋଇଛି ଜଣାପଡିବ ବୋଲି କହିଛନ୍ତି । ମାଧପୁର ରେ ବେଲବଗିଚା ନାଁରେ ହୋଇଥିବା ଲକ୍ଷାଧିକ ଟଙ୍କାର ଦୁର୍ନିତି ଉପରୁ କେବେ ଉଠୁଛି ପରଦା ତା ଉପରେ ରହିଛି ସମସ୍ତଙ୍କ ନଜର ।

Related Post

ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା

Posted by - December 24, 2020 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା କାଳିଆପାଣି ଟାଟା ମାଇନ୍ସରେ କାର‌୍ୟ୍ୟରତ ମହିଳା କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।ଏହି ମହିଳା ଶ୍ରମିକ ମାନେ ବଗିଚା କାମରେ ଦୀର୍ଘ ୨୦ ବର୍ଷ ଧରି ନିୟୋଜିତ ଥିଲେ । କିନ୍ତୁ କଂପାନି କର୍ତୁପକ୍ଷ ସେମାନଙ୍କୁ କୌଣସି କାରଣ ନ ଦର୍ଶାଇ ବିହସ୍କୃତ କରିବା ପଂଳରେ ସେମାନେ ଭୋକ ଉପବାସରେ ଦିନ କାଟୁଛନ୍ତି,ତେଣୁ ମହିଳା ମାନଙ୍କୁ ପୁନଃର୍ବାର କଂପାନିରେ କାର‌୍ୟ୍ୟକରିବାର ସୁଯୋଗ ଦେବାକୁ ଜିଲାପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

ଯାଜପୁରରେ ନବ ନିର୍ମାଣ ପକ୍ଷରୁ ବନ୍ଦ ଡାକରା 

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଜେପି ଛାତ୍ରୀ ରୁଚିକାକୁ ନ୍ୟାୟ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ମୃତ୍ୟୁକୁ ଦୁଇ…

ଭୁସୁଡ଼ିଲା ଅସ୍ଥାୟୀ ପୋଲ ବେଲଗୁଣ୍ଠା ରୁ ବଳିପଦର ଯାତାୟାତ ବିଛିନ୍ନ

Posted by - September 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଚଢ଼ିଆ ପଲ୍ଲୀ ଠାରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଟି ବୋଡାନଦୀର ବନ୍ୟା ପାଣିରେ ଧୋଇ…

ପାରିବାରିକ କଳହରୁ ସ୍ବାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ, ପରେ ଗଛରେ ରସି ଲଗାଇ ସ୍ୱାମୀର ଆତ୍ମହତ୍ୟା

Posted by - August 24, 2022 0
ପାଟଣାଗଡ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଳପଡା ଥାନା ଡେବ୍ରିପାଲି ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ ହେବା ପରେ…

ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁର ଖୋଲିଲା ରହସ୍ୟ,୩ ବନ୍ଧୁ ଗିରଫ

Posted by - October 17, 2021 0
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ କମିସନରେଟ ପୁଲିସକୁ ବଡ ସଫଳତା ମିଳିଛି। ମନୀଷ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା…