ଡାକ୍ତରଖାନା ଅଛି ହେଲେ ନାହାଁନ୍ତି ଡାକ୍ତର । କେଉଁଠି ପାଂର୍ମାଷିଷ୍ଟ ରୋଗୀ ଦେଖୁଛନ୍ତି ତ ଆଉ କେଉଁଠି ଡାକ୍ତରଙ୍କୁ ଅପେକ୍ଷା କରି ରୋଗୀ ଘରକୁ ପେଂରୁଛି । ଯାଜପୁର ବିଂଝାରପୁର ବ୍ଲକର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ଦେଖାଦେହାଇଛି ଡାକ୍ତର ସମସ୍ୟା । ଯାହା ପଂଳରେ ରୋଗୀ ହେଉଛନ୍ତି ହନ୍ତସନ୍ତ । ସେପଟେ ଆଗକୁ ନିର୍ବାଚନ ଥିବା ଦୃଷ୍ଟିରୁ ଏହାକୁ ପ୍ରସଂଗ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ବିଜେପି ମହିଳା ମୋର୍ଚା ପକ୍ଷରୁ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଦାବୀ କରିଛି । ସେପଟେ ଆବଶ୍ୟକତା ଅନୁଯାୟୀ ଡାକ୍ତର ପଦବୀ ପୁରଣ କରାଯାଉଛି ବୋଲି ଜବାବ ରଖିଛନ୍ତି ସ୍ଥାନୀୟ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।
ନାହାଁନ୍ତି ଡାକ୍ତର,ହନ୍ତସନ୍ତ ହେଉଛନ୍ତି ରୋଗୀ । ଡାକ୍ତରଖାନା ସମ୍ମୁଖରେ ରୋଗୀଙ୍କ ଭିଡ । ଡାକ୍ତର ନଥିବାରୁ କେଉଁଠି ପାଂର୍ମାଶିଷ୍ଟ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ତ ଆଉ କେଉଁଠି ଡାକ୍ତରକୁ ଅପେକ୍ଷା କରି କରି ରୋଗୀ ଘରକୁ ପେଂରୁଛି । ଅତିଗୁରୁତର ରୋଗୀତ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛି । ଏ ଦୃଶ୍ୟ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର । କେବଳ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାହିଁକି ଏହି ବ୍ଲକ ଅଧିନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ଏକା ପରିସ୍ଥିତି । ବିପଦ ଆପଦ ସମୟରେ ରୋଗୀଙ୍କୁ କେବଳ ଭଗବାନ ଭରଷା ।ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କେବଳ କୋଠା ବାଡି ନିର୍ମାଣ କରାଯାଇଛି ସତ । କିନ୍ତୁ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକ ଡାକ୍ତର ନାହାଁନ୍ତି । ପଂଳରେ ବିଂଝାରପୁର ଅଂଚଳ ଭଳି ଗ୍ରାମାଂଚଳରେ ଭୁଷୁଡିପଡିଛି ସ୍ୱାସ୍ଥ୍ୟ ସେବା । ବାରମ୍ବାର ଡାକ୍ତର ନିଯୁକ୍ତି ନେଇ ଦାବୀ କରାଯାଇଥିଲେ ହେଁ ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଆଗକୁ ନିର୍ବାଚଚ ଥିବାରୁ ଏହାକୁ ପ୍ରସଂଗ କରି ବିଜେପି ମହିଳା ମୋଚର୍୍ା ଆନ୍ଦୋଳନକୁ ଓହ୍ଲାଇଛି । ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ବ୍ଲକର ପ୍ରତ୍ୟେକ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି କରି ଧାରଣା ଦିଆଯାଇଥିଲା । ଯାହାର ଜବାବ ଦେବାକୁ ଯାଇ ପର୍ଯ୍ୟାୟକ୍ରମେ ଡାକ୍ତରନିଯୁକ୍ତି ଦିଆଯାଉଛି ବୋଲି ସ୍ଥାନୀୟ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ସପେଂଇ ଦେଇଛନ୍ତି ।