ଯାଜପୁର ଜିଲା ପାଣିକୋଇଲି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଂଟର ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ହୋଇଛି । ୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଟ୍ରମା କେୟାର ସେଂଟର ଯାଜପୁର,ଭଦ୍ରକ,କେନ୍ଦୁଝର ଓ ବାଲେଶ୍ୱର ଜିଲାବାସୀଙ୍କ ପାଇଁ କାମରେ ଆସିବ ବୋଲି ମନ୍ତ୍ରୀ କହିଥିଲେ । ପାଣିକୋଇଲି ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଏହି ଟ୍ରମା କେୟାର ସେଂଟର ବେଶ ଉଦ୍ଧିଷ୍ଟ ହେବ ବୋଲି ମନ୍ତ୍ରୀ କହିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,କୋରେଇ ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Facebook Notice for EU!
You need to login to view and post FB Comments!