ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ବାପା ଙ୍କ ଦୁଇ ବର୍ଷ ପୂର୍ବେ ଦେହାନ୍ତ ହେଇ ଯାଇଛି ମା, ଆଉ ଜଣଙ୍କ ହାତ ଧରି ପଳାଇଲେ l ଏହା ପରେ ୫ କୁନିକୁନି ସନ୍ତାନଙ୍କ ଉପରେ ମାଡିବସିଲା ଦୁଃଖ ର ପାହାଡ଼ l ଏମାନ ଭିତରୁ ସବା ବଡ଼ ଥିଲେ ଦଶମନ୍ତ । ସେ କିନ୍ତୁ ହାର ମାନି ନଥିଲେ l ଅନ୍ୟ ୪ ଜଣ ଭାଇ ଭଉଣୀ କୁ ମଣିଷ କରିବା ପାଇଁ ମୂଲ ଲାଗିବା ପାଇଁ ଅଣ୍ଟା ଭିଡି ଆଗେଇ ଆସିଲେ l ଯେଉଁ ବୟସ ରେ ନାଚିକୁଦି ଜୀବନ ବିତାଇବା କଥା ସେହି ବୟସ ରେ ସାନ ଭାଇଭଉଣୀଙ୍କ ମୁହଁ ରେ ଗଣ୍ଡେ ଆହାର ଓ ଭଲ ପୋଷାକ ଦେବା ପାଇଁ ମୁଲିଆ ସାଜିଲେ ଦଶମନ୍ତ l
ଏହିଭଳି ଚିତ୍ର ଦେଖିବା କୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଡୁଡୁଙ୍ଗଯୋର ଗ୍ରାମ ରେ l ଗ୍ରାମର ୧୮ ବର୍ଷୀୟ ଆଦିବାସୀ ଯୁବକ ଦଶମନ୍ତ ଜାନୀ ଙ୍କ ଅବସ୍ଥା ଦେଖିଲେ ସରକାରଙ୍କ ଯୋଜନାର ବାସ୍ତବ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଥିବା ବେଳେ ଏଠାରେ ବାସ୍ତବ ଚିତ୍ର କିନ୍ତୁ ଓଲଟା ରହିଛି l ଆଦିବାସୀ କଲ୍ୟାଣ ବିଭାଗ ଦ୍ଵାରା ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ ପଢାଇ ବା ସହ ବିଭିନ୍ନ ଖର୍ଚ୍ଚ ବହନ କରାଯାଉଛି l କିନ୍ତୁ ଏହି ଯୋଜନା ସବୁର ସଠିକ ରୂପାୟନ ହୋଇପାରୁନି l ଫଳରେ ଆଦିବାସୀ ପିଲାଙ୍କ ଜୀବନ ଅନ୍ଧାର ରେ ଠେଲି ହେଇ ଯାଉଛି l ଡୁଡୁଙ୍ଗଯୋର ଗ୍ରାମର ଧର୍ମୁ ଜାନୀ ଓ ଦେମତୀ ଜାନୀ ଙ୍କ ୫ ସନ୍ତାନ ମଧ୍ୟରେ ଦଶମନ୍ତ ବଡ଼ ପୁଅ l
ଧର୍ମୁ ମଜୁରି ଲାଗି ପରିବାର ପୋଷଣ କରିବା ସହ ପିଲାମାଙ୍କୁ ପାଠ ପଢାଇ ଭଲ ମଣିଷ କରିବାକୁ ସ୍ଵପ୍ନ ଦେଖିଥିଲା l ବଡ଼ପୁଅ ଦଶମନ୍ତ କଳାହାଣ୍ଡି ଜିଲ୍ଲା ଏକ ହଷ୍ଟେଲ ରେ ରଖି ପାଠ ପଢାଉ ଥିଲେ l ସେ ଠାରେ ରହି ଦଶମନ୍ତ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଥିଲେ l କିନ୍ତୁ ଆର୍ଥିକ ଅନଟନ କାରଣ ରୁ ଦଶମନ୍ତ ଆଗକୁ ପାଠ ନପଡି ବାପା, ମା’ ଙ୍କୁ କଷ୍ଟ ଦୂର କରିବା ପାଇଁ ମୁଲ ଲାଗି ଥିଲେ l ତେବେ ୨ ବର୍ଷ ତଳେ କୌଣସି ରୋଗରେ ବାପା ଧର୍ମୁ ଙ୍କ ମୃତ୍ୟୁ ହୋଇଗଲା l ପରେ ମା ଦେମତୀ ମଧ୍ୟ୍ୟ ନିଜର ୫ଟି ସନ୍ତାନ କୁ ଛାଡି ଅନ୍ୟ ଜଣକୁ ବିବାହ କରି ଚାଲିଯାଇଥିଲେ l ବର୍ତମାନ ୪ ଭାଇଭଉଣୀଙ୍କ ବୋଝ ଦଶମନ୍ତ କାନ୍ଦରେ । ଜମି ବାଡ଼ି କିଛି ନଥିବା ରୁ ମୁଲ ଲାଗି ଭାଇ ଭଉଣୀଙ୍କା ପେଟ ପୋଷୁଛନ୍ତି ଦଶମନ୍ତ l ଭାଇଭଉଣୀ ଙ୍କୁ ପାଠ ପଢ଼େଇ ବା ଇଚ୍ଛା ଥିଲେ ମଧ୍ୟ୍ୟ ଆର୍ଥିକ ସ୍ଥିତି ଠିକ ନଥିବାରୁ ତାହା ସମ୍ଭବ ହେଇ ହୋଇ ପାରୁନି l ସରକାରୀ ସାହାଯ୍ୟ ଭାବେ କେବଳ ୨୫ କେଜି ଚାଉଳ ମିଳୁଛି l ବାପା ଧର୍ମୁ ଜୀବିତ ଥିବା ସମୟରେ ତାଙ୍କୁ ସରକାର ଙ୍କ ତରଫରୁ ପକ୍କାଘର ଖଣ୍ଡେ ମିଳିଥିଲା l ବର୍ତମାନ ତାହା ଭଗ୍ନ ଅବସ୍ଥା ରେ ରହିଛି l ସେହି ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥା ରେ ଭାଇଭଉଣୀ ଙ୍କ ସହ ଦଶମନ୍ତ ମୁଣ୍ତ ଗୁଞ୍ଜୁଛନ୍ତି l ଏହି ଅସହାୟ ଭାଇଭଉଣୀ ଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି, ଶେଷରେ ଚକଲାପଦର୍ ସରପଞ୍ଚ ଙ୍କୁ ଆମ ପ୍ରତିନିଧି ଯୋଗା ଯୋଗ କରିଥିବା ବେଳେ ସରପଞ୍ଚ ଉକ୍ତ ପରିବାର କୁ ଅତିଶିଘ୍ର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି