ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ , କେବେ କେଉଁଠି ଭୋଟ ହେବ ଜାଣନ୍ତୁ

1216 0

ଆଜି ନିର୍ବାଚନ କମିସନର ସୁନୀଲ ଆରୋରା ୨୦୧୯ ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ପାଇଁ ମତଦନ ହେବ। ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟରେ୍ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା ପାଇଁ ମତଦାନ ହେବ।

ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ହେବ ମତଦାନ। ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ହେବ ଭୋଟ ଗ୍ରହଣ।

୨୦୧୪ ନିର୍ବାଚନରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ କାରଯାଇଥିବା ବେଳେ ଏଥର ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ପର୍ଯ୍ୟାୟରେ ଏଭଳି ବୃଦ୍ଧି କରାଯାଇଥିବା ବା ପଛରେ କେନ୍ଦ୍ର ନିର୍ବାଚନ ଆୟୋଗ କହିଛନ୍ତି।୨୦୧୯ ଲୋକସଭା ନିର୍ବାଚନରେ ଦେଶର ୯୦ କୋଟି ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ ଥିବା ନୂଆ ଭୋଟରଙ୍କ ସଂଖ୍ୟା ହେଉଛି ୧.୫ କୋଟି।

Related Post

Leave a comment

Your email address will not be published.