ସାବିତ୍ରୀରେ ସୂର୍ଯ୍ୟଙ୍କୁ ଲାଗିବ ପରାଗ; ପୂଜା ସମୟ ନେଇ ଦ୍ୱନ୍ଦରେ ସାବିତ୍ରୀ

529 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସଧବା ଓଡି଼ଆଣିଟିଏ ଉତ୍କଣ୍ଠାର ସହିତ ଚାହିଁ ରହିଥାଏ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିକୁ I ଏହି ଦିନ ସେ ତାର ଜନ୍ମଜନ୍ମାନ୍ତରର ସାଥୀ ତଥା ଇହ କାଳ ପରକାଳର ଦେବତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ନିଷ୍ଠାର ସହ ପାଳିଥାଏ ସାବିତ୍ରୀ ବ୍ରତ I କିନ୍ତୁ ଚଳିତ ବର୍ଷ ଏହି ବ୍ରତ ପାଳନକୁ ନେଇ ଦ୍ଵନ୍ଦରେ ଅଛନ୍ତି ସାବିତ୍ରୀ ମାନେ I ପ୍ରକାଶ ଥାଉକି ଚଳିତ ବର୍ଷ ଜୁନ୍ ୧୦ ତାରିଖରେ ସାବିତ୍ରୀ ଅମାବାସ୍ୟା ସାଙ୍ଗକୁ ଏକା ଦିନରେ ପଡ଼ୁଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ I ଏହା ହିଁ ସାବିତ୍ରୀ ମାନଙ୍କ ଚିନ୍ତାର କାରଣ I ହିନ୍ଦୁ ପାଞ୍ଜି ଅନୁଯାୟୀ, ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ଗୋଟାଏ ୪୨ ମିନିଟରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ ।

ଯେହେତୁ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗେ, ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ ଓ ପୂଜା ପାଠ କରାଯାଏ ନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । ତେଣୁ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ମହିଳାଙ୍କ ମନରେ ଅମାବାସ୍ୟା ଦିନ ପୂଜା କରିବା ସମୟକୁ ନେଇ ସନ୍ଦେହ ରହିଛି ଯେ କେଉଁ ସମୟରେ ମହିଳାମାନେ ପୂଜା କରିବେ I କିନ୍ତୁ ସାବିତ୍ରୀ ମାନଙ୍କ ଏହି ସନ୍ଦେହକୁ ମୋଚନ କରିଛନ୍ତି କିଛି ଜଣାଶୁଣା ଜ୍ୟୋତିଷ ବିଶାରଦ I ସେମାନଙ୍କ ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ହିଁ ଶୁଭ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଥାଏ I କିନ୍ତୁ ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ଯ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ ।

ତେଣୁ ବିବାହିତା ମାନେ ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ଏହି ପୂଜାରେ କୌଣସି ଦୋଷ ଲାଗିବନି । ଅମାବାସ୍ୟା ତିଥି ଜୁନ୍ ନଅ ତାରିଖ ବୁଧବାର ଅପରାହ୍ଣ ଏକ ଘଣ୍ଟା୫୭ ମିନିଟ୍ ରୁ ଆରମ୍ଭ ହୋଇ ଜୁନ୍ ୧୦ ତାରିଖ ଗୁରୁବାର ଚାରି ଘଣ୍ଟାରେ ସମାପ୍ତ ହେଉଥିବା ବେଳେ ଜୁନ୍ ୧୦ତାରିଖରେ ସାବିତ୍ରୀ ବ୍ରତ ପାଇଁ ଶୁଭ ମୁହୂର୍ତ୍ତ ରହିଥିବା ଜ୍ୟୋତିଷ ବିଶାରଦମାନେ ପ୍ରକାଶ କରିଛନ୍ତି I ଅନ୍ୟଦିଗରେ ସାବିତ୍ରୀରେ ସାବିତ୍ରୀଙ୍କ ଅପେକ୍ଷା ସତ୍ୟବାନଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି I ଲକ୍ ଡ଼ାଉନ୍ ରେ ପକେଟ୍ କୁ ମହଙ୍ଗା ମାଡ଼ ଏବଂ ସାବିତ୍ରୀଙ୍କୁ ଖୁସି କରିବା ପାଇଁ ଶାଢ଼ୀ ଚୁଡ଼ି କିଣିବାକୁ ଘରୁ ବାହାରିଲେ ମୋଟା ଅଙ୍କର ଫାଇନ୍ ସାଙ୍ଗକୁ ପୋଲିସ୍ ର ଲାଠି ମାଡ଼ ସତ୍ୟବାନଙ୍କ ହୋସ୍ ଉଡାଇଦେଇଛି I

Related Post

ପୁରୀ: ପିପିଲି ପଟ୍ଟନାୟକିଆ ଛକରେ ଟ୍ରିପଲ୍‌ ମର୍ଡର, ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ନିର୍ମମ ହତ୍ୟା, ପୁଲିସର ଛାନଭିନ ଆରମ୍ଭ

Posted by - July 15, 2019 0
ପିପିଲି : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେ ଟ୍ରିପଲ ମର୍ଡର ହୋଇଛି। ବିଚ୍‌ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ।…

ରାଜ୍ୟ ପଣ୍ୟାଗାର ନିଗମର ରାସ୍ତା କାମରେ ଅନିୟମିତତା ଅଭିଯୋଗ

Posted by - August 27, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋଲକୋ କଲୋନୀପଡା ନିକଟରେ ଥିବା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ କୁ ଯିବା ପାଇଁ ରହିଥିବା ରାସ୍ତା…

ରାଜସ୍ୱ ମନ୍ତ୍ରୀ ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

Posted by - November 27, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ, ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟା, ସମଗ୍ର ରାଜ୍ୟରେ…

ଚେତିଲା ଜିଲ୍ଳା ପ୍ରଶାସନ, ମହାଲିଙ୍ଗ ହଷ୍ଟେଲ୍ ରେ ତଦନ୍ତ ଆରମ୍ଭ

Posted by - November 3, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ମମିତା ମେହେର ହତ୍ୟାକାଣ୍ଡ ପାଇଁ ଉଭୟ ରାଜ୍ଯ ସରକାର ଓ ପ୍ରଶାସନ ବହୁ ସମାଲୋଚନା ର ଶିକାର ହେଉଥିବା ବେଳେ ସାରା ରାଜ୍ୟରେ…

ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ

Posted by - September 10, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଖିଳ ଭାରତ ଛାତ୍ର ସଂଘ ଯାଜପୁର ଜିଲା ଶାଖା ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ…