ବିଶିଷ୍ଟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀ ଙ୍କ କରୋନାରେ ପରଲୋକ

704 0

ଛତିଆ:(ପ୍ରମୋଦ ନାୟକ )ରାଜ୍ୟର ଜଣେ ସୁନାମଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କର କରୋନାରେ ପରଲୋକ ହୋଇଯାଇଛି। ତିନି ଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ ହଷ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ଅବସ୍ଥା ଅଧିକ ଖରାପ ହେବା ସହିତ ରବିବାର ଦିନ ସେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ତ୍ରିପାଠୀଙ୍କ ଘର ଯାଜପୁର ଜିଲା ବଡଚଣା ବ୍ଲକର ଛତିଆ ଅଞ୍ଚଳ ନେଳିଆ ଶାସନରେ।

ସେ ବହୁ ବର୍ଷ ହେଲା ଅଞ୍ଚଳରେ ଜଣେ ବିଶିଷ୍ଟ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଚନ ଦେଇ ସୁନାମ ଅର୍ଜନ କରିଥିଲେ। ମାନସ ଚକ୍ର ଉପାଧି ପାଇବା ସହିତ ପ୍ରାର୍ଥନା ଚାନେଲ ସହିତ ବିଭିନ୍ନ ଚାନେଲରେ ପ୍ରବଚ ଦେଇ ଆସୁଥିଲେ।ତାଙ୍କର ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଏନେଇ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜନ୍ମଜୟ ଲେଙ୍କା, ପୁର୍ବତ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହ୍ଲାଦ ନନ୍ଦ, ଅମର ନାୟକ, ମାଧବାନନ୍ଦ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।

Related Post

ଜୁରାବନ୍ଧ ଗ୍ରାମରେ ଏସଡିପିଓ,ଲୋକଙ୍କ ସହ ବସି କଲେ ଆଲୋଚନା

Posted by - December 25, 2021 0
ବଙ୍ଗୋମୁଣ୍ଡା:( ଅଭିମନ୍ୟୁ ବହିଦାର)- ଆଜି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମାଓ ପ୍ରବଣ ଅଞ୍ଚଳ ଜୁରାବନ୍ଧ ଗ୍ରାମକୁ ଆସି କଣ୍ଟାବାଞ୍ଜି ଏସଡିପିଓ ଡ଼ଃ ହୃଷିକେଶ ମେହେର ଲୋକଙ୍କ…

ଆଦର୍ଶ ଶିକ୍ଷକଙ୍କ ପରଲୋକ

Posted by - April 27, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭବାନୀପାଟଣା-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ…

ତିନି ଜିଲ୍ଲା ର ପ୍ରସିଦ୍ଧ ବାହୁଡ଼ା ଯାତ୍ରା:- ଅମ୍ବାଦଳା ସହର ର ଦଧିବାମନ ମହାପ୍ରଭୁଙ୍କ ଯାତ୍ରା

Posted by - July 9, 2022 0
ମୁନିଗୁଡା:(ରାମାକାନ୍ତ ପୋଢାଲ) ଅମ୍ବାଦଳା ସହର ର ପ୍ରସିଦ୍ଧ ପବିତ୍ର ବାହୁଡ଼ା ଯାତ୍ରା ଆଜି ମହାପ୍ରଭୁ ଦଧିବାମନ ଭକ୍ତ ମାନଙ୍କ ସହ ଗୁଣ୍ଡିଚା ମନ୍ଦିର ରୁ ବାହାରି ନିଜ…