Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

1295 95

ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ।ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍‌ଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ରହି ବୈଜୟନ୍ତଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ। ଏହାପରେ ବୈଜୟନ୍ତ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଭେଟିଥିଲେ।

ବିଜେପିରେ ଯୋଗଦାନ ଅବସରରେ ବୈଜୟନ୍ତ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି। ଓଡ଼ିଶାରେ ପରିବର୍ତ୍ତନ ସହ ଦେଶକୁ ଆଗକୁ ନେବାକୁ ଏଭଳି ନେତୃତ୍ୱ ଦରକାର। ତାସହ ବିଜେଡି ସରକାର ଉପରେ ବର୍ଷିଥିଲେ ବୈଜୟନ୍ତ। ଓଡ଼ିଶାରେ ଶାସନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଖାସ୍ କରି ମହିଳା ଓ ଶିଶୁମାନଙ୍କ ପ୍ରତି ନିର୍ଯାତନା ଓ ଅପରାଧ ଦ୍ରୁତ ଗତିରେ ବଢ଼ିଛି।

Related Post

ହାତୀ ଆକ୍ରମଣ ରେ ଭାଙ୍ଗିଲା ଘର, ଜଣେ ଗୁରୁତର

Posted by - January 11, 2021 0
ନୀଳଗିରି:(ସୌମ୍ୟାସାଲ ବାରିକ) କୁଳଡିହା ଅଭୟାରଣ୍ୟର ନୀଳଗିରି ଉପଖଣ୍ଡ ଅଧିନ ଜୁଣିଆ ଗ୍ରାମରେ, ରାତି ଅଧରେ ଗାଁରେ ପଶିଲ ରେ ହାତୀ ପଲ । ଖଳାରେ ସୁଖାଯାଇଥିବା ଧାନ ଖାଇବା…

ଏଆରଏସଏସ କମ୍ପାନୀ ଗାଡ଼ିରେ ବିନା କାଗଜପତ୍ରରେ ବାଲି ଚାଲାଣ

Posted by - October 29, 2021 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ବାଲି ଚୋରାଚାଲାଣ ଅଭିଯୋଗରେ ଆଜି ସକାଳୁ ଏ ଆର ଏସ ଏସ କମ୍ପାନୀର ଦୁଇଟି ହାଇୱା ଟ୍ରକ କୁ ବଲାଙ୍ଗିର ଯୁଡୋ ଆସୋସିଏସନର…

୯ ଲୋକସଭା ଓ ୩୪ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି ଦଳ ,ସମୀକ୍ଷା ଆରମ୍ଭ

Posted by - May 27, 2019 0
ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ ।…

ଗୀତା ମେହେଟ୍ଟା କାହିଁକି ପ୍ରତ୍ୟାଖ୍ୟାନ କଲେ ପଦ୍ମଶ୍ରୀ ପୁରସ୍କାର, ପଢନ୍ତୁ ଜାଣନ୍ତୁ

Posted by - January 27, 2019 0
ଭୁବନେଶ୍ବର:କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ତାଙ୍କ ନା ରଖିଥିବା ଜାଣିବା ପରେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଗୀତା ।ହେଲେ ପ୍ରମୁଖ…

There are 95 comments

Leave a comment

Your email address will not be published.