ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ

687 0

ଭୁବନେଶ୍ୱର: ପୁଣି ଲକଡାଉନ ବଢ଼ାଇଲେ ରାଜ୍ୟ ସରକାର କରୋନା ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି ଶେଷ ହେଉଥିବାବେଳେ ଏହାକୁ ଆଜି ପୁଣି ୧୬ଦିନ ପାଇଁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି। ଅର୍ଥାତ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଳବତ୍ତର ରହିବ। ଏଥିସହ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପୂର୍ବ ପରି ଜାରି ରହିବ।  ଅନ୍ୟପଟେ ସଂକ୍ରମଣ କମୁଥିବାରୁ ୩ଟି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ କରାଯାଇଛି। ନୂଆପଡା, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ କୋହଳ କରାଯାଇଛି। ପୂର୍ବପରି ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ୨୦ ଜଣଙ୍କୁ ନେଇ ଶୁଦ୍ଧିକ୍ରିୟା କରାଯିବ।

ପୂର୍ବ ଲକ୍‌ଡାଉନ୍‌ରେ ଜାରି ସମସ୍ତ କଟକଣା ପୂର୍ବ ପରି ଜାରି ରହିବ। ପୂର୍ବ ଘୋଷଣାରେ ଯାହା କଟକଣାମୁକ୍ତ ତାହା ଜାରି ରହିବ। ଦୋକାନ ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହିବ।ତେବେ ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ଲକଡାଉନ୍ ଲାଗିବା ଫଳରେ ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଏହାର ଅବଧି ବୃଦ୍ଧି କରିଛନ୍ତି ।  ସଂକ୍ରମଣ କମିଲେ କଟକଣା ମଧ୍ୟ କୋହଳ ହେବ । ତେବେ ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ।ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ। ପରିବା, ସଉଦା, ଛାତ୍ରଛାତ୍ରୀଙ୍କ ପଢାବହି ଦୋକାନ ଖୋଲା ରହିବ।

ପୂର୍ବଭଳି ଗ୍ୟାରେଜ୍ ଓ ଗାଡି ମରାମତି ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି। କମ୍ପ୍ୟୁଟର, ମୋବାଇଲ ମରାମତି, ଇଲେକ୍ଟ୍ରି, ଇଲେକ୍ଟ୍ରିକାଲ ମରାମତି ଦୋକାନ, ଏସି, କୁଲର, ଓ୍ଵାଟର ପ୍ୟୁରିଫାୟର ମରାମତି ଦୋକାନା ଖୋଲା ରହିବ। ଏହି ପରି ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ। କ୍ଷୀର ବିକିବାକୁ କେବଳ ଓମଫେଡ ଦୋକାନ ଖୋଲା ରହିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। କିନ୍ତୁ ଓମଫେଡ ଦୋକାନରେ ଚା, କଫି ବିକ୍ରି ମନା।

Related Post

କ୍ୱାରେଣ୍ଟିନ୍ ଗୃହ ରୁ ଶତାଧିକ ଗୁଜୁରାଟ ଫେରନ୍ତା ଫେରାର ପରେ କଠୋର ହେଲେ ଓଡିଶା ସରକାର

Posted by - May 3, 2020 0
ଭୁବନେଶ୍ବର :ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୧୬ ଜଣ ଲୋକ ଗଞ୍ଜାମରେ ପହଞ୍ଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ…