ନୀଳଗିରିକୁ ବେଶି କ୍ଷତି ଘଟାଇବ ୟସ!;୧୨ହଜାର ଲୋକ ସ୍ଥାନାନ୍ତର

453 0

ଭୁବନେଶ୍ୱର:ଧାମରା ଠାରୁ ମାତ୍ର ୪୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୪୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଲ୍ୟାଣ୍ଡଫଲ ସାମାନ୍ୟ ବିଳମ୍ବ ହୋଇପାରେ | ଅନ୍ୟପଟେ ଆଇଏମଡି ଡ଼ିଜିଙ୍କ ଆକଳନ ଅନୁସାରେ ଦିନ ୧୦ଟାରୁ ୧୧ଟା ଭିତରେ ଲ୍ୟାଣ୍ଡଫଲ କରିବାର ପ୍ରକ୍ରିୟା ଆରମ୍ଭ ହେବ | ମଧ୍ୟାହ୍ନ ସୁଦ୍ଧା ଏହା ଉପକୂଳ ଅତିକ୍ରମ କରିବ |

ବାତ୍ୟା ୟସ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ମୁତୟନ ହୋଇଥିବା କର୍ମଚାରୀ ଓ ଅଧିକାରୀମାନେ ଅଧିକ ସଜାଗ ହୋଇ ପଡ଼ିଛନ୍ତି। ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳଟି ବେଶି କ୍ଷତି ଘଟିବା ଅନୁମାନ କରି ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ସୁଧା ନୀଳଗିରି ବ୍ଲକ, ପୌରାଞ୍ଚଳ ଓ ଔପଦା ବ୍ଲକରୁ ମୋଟ ୧୧ହଜାର ୮୦୧ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରର ଚାନ୍ଦିପୁର ଓ ଏହାର ଆଖପାଖ ଅଞ୍ଚଳରେ ବାତ୍ୟା ୟସ ଲ୍ୟାଣ୍ଡଫଲ କରିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରଶାସନକୁ ଜଣାଇଥିଲେ। ମଙ୍ଗଳବାର ଅପରାହ୍ନ ୩ଟା ସୁଧା ବାତ୍ୟା ୟସ ଓଡ଼ିଶା ଉପକୂଳକୁ ଧୀରେ ଧୀରେ ପାଖେଇ ଆସୁଥିବା ଏବଂ ଏହା ପାରାଦୀପଠାରୁ ୨ଶହ କିମି ଦୂରରେ ରହିଥିବା ସୂଚନା ଦିଆଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଏହା ଭଦ୍ରକ ଜିଲା ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦିଆଯିବା ପରେ ବାଲେଶ୍ୱର ଜିଲା ପ୍ରଶାସନଠାରେ ଅଧିକ ତତ୍ପରତ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅପରାହ୍ନରେ ନୀଳଗିରି ଗସ୍ତରେ ଆସିଛନ୍ତି। ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ସେ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଧାମରାରେ ଲ୍ୟାଣ୍ଡଫଲ କଲେ ନୀଳଗିରି ଉପଖଣ୍ଡର ଔପଦା ବ୍ଲକ ଏବଂ ନୀଳଗିରି ବ୍ଲକର ବଣସୀମା ଅଞ୍ଚଳ ବେଶି ପ୍ରଭାବିତ ହେବ ବୋଲି କୁହାଯାଉଛି। ଔପଦା ବ୍ଲକ ଦେଇ ନୀଳଗିରିର କୁଲଡିହା ଅଭୟାରଣ୍ୟ, ବରହମପୁର ଦେଇ ଏହା ମୟୂରଭଞ୍ଜ ଜିଲାର କପ୍ତିପଦା ଅଞ୍ଚଳରେ ବେଶି ପ୍ରଭାବିତ କରିବ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି।ବରହମପୁର ଅଞ୍ଚଳରେ ଅଗ୍ନିଶମ ବିଭାଗର ୨ଟି ଦଳ ଓ ଏନଡିଆରଏଫର ଗୋଟିଏ ଦଳ ବରହମପୁରରେ ମୁତୟନ ଅଛନ୍ତି। ସେହିପରି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କ ନିର୍ଦେଶରେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ଉପଖଣ୍ଡ ପୁଲିସ ଅଧିକାରୀ ରୀତେଶ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅନିତା ନାୟକ, ପୌର ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ, ବରହମପୁର ହାସପାଳାଳ ଡାକ୍ତର ସୂରଜ ଜେନା, ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ରୂପେଶ ଦାଶ ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Related Post

ନବରଙ୍ଗପୁର ପୌର ନିର୍ବାଚନରେ ବାଜି ମାରିନେଲା ବିଜେପି

Posted by - March 27, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ପୌର ନିର୍ବାଚନ ରେ ନବରଙ୍ଗପୁର ପୌର ଅଧ୍ୟକ୍ଷ ରେ ବାଜିମାରିଲା ବିଜେପି ପାର୍ଥି କୁନୁ ନାୟକ ତେବେ ନବରଙ୍ଗପୁର ପୌର…

ଧାନ ଅମଲ ସମୟରେ ବର୍ଷା,ଚାଷି ମୁଣ୍ଡରେ ଚଡକ,ଚିନ୍ତାରେ ଚାଷି କୂଳ

Posted by - November 23, 2021 0
ବରଗଡ/ଅତାବିରା:ରାଜ୍ୟରେ ପ୍ରାୟ ସମସ୍ତ ସ୍ଥାନରେ ଖରିଫ ରୁତୁ ଧାନ ଅମଲ କ୍ଷମ ହୋଇ ଆସୁଛି ।ଚାଷି ଭାଇମାନେ ତାଙ୍କ ମୁଣ୍ଡ ଝାଲ ତୁଣ୍ଡେ ମାରି କଷ୍ଟ ଉପାର୍ଜିତ…

ହଇଜା ଗ୍ରସ୍ତ ଅଞ୍ଚଳକୁ ପ୍ରଶାସନିକ ସହାୟତା ପୂର୍ବରୁ ଏନ ଭାସ୍କର ରାଓଙ୍କ ସହାୟତା

Posted by - July 23, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜକୁ ପ୍ରାୟ ୨ ସପ୍ତାହ ବିତିଗଲାଣି କାଶୀପୁର ବ୍ଲକ ର ପାଖାପାଖି ସମସ୍ତ ପଞ୍ଚାୟତରେ ଡାଇରିଆ ଗ୍ରସ୍ତ…

ପଞ୍ଚାୟତ ନିର୍ବାଚନ ଜୋର ଧରିଲା, ଉଦ୍ଘାଟନ ହେଲା ବିଜେଡି କାର୍ଯ୍ୟାଳୟ

Posted by - November 23, 2021 0
କାଶୀପୁର:( ଅଞ୍ଜନ ନାଏକ)ରାୟଗଡା ଜିଲ୍ଲା କାଶୀପୁର ଠାରେ ବ୍ଲକ ବିଜେଡି କାର୍ଯ୍ୟାଳୟ ର ଉଦ୍ଘାଟନ ସମାରହ କାର୍ଯ୍ୟ ଶେଷ ହୋଇଛି।ଏହି କାର୍ଯ୍ୟକ୍ରମରେ କାଶୀପୁର ବ୍ଲକ ର ବିଭିନ୍ନ…

ଶୀତଲଷଷ୍ଟି ଯାତ୍ରା ଶିବବିବାହ ସମ୍ପନ୍ନ

Posted by - June 5, 2022 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ସମ୍ବଲପୁର ର ପ୍ରସିଦ୍ଦ ଶୀତଲଷଷ୍ଟି ଯାତ୍ରା ରେ ଦେବଦେବ ମହାଦେବ ଙ୍କ ସହ ଜଗଜ୍ଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ଟି ସମ୍ପନ୍ନ ହୋଇଛି…