ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ୩୦ ତମ ବଳିଦାନ ଦିବସ ପାଳିତ,କୋଭିଡ ସଚେତନତା ଓ ମାସ୍କ ବଣ୍ଟନ

717 0

ନୀଳଗିରି:(ସୌମ୍ୟାସାଇ ବାରିକ)ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ, ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ୩୦ ତମ ବଳିଦାନ ଦିବସ, ସମଗ୍ର ଦେଶ ରେ ପାଳିତ ହେଉଅଛି। ସମଗ୍ର ଓଡ଼ିଶା ରେ କଂଗ୍ରେସ ପକ୍ଷରୁ ଏହି ବଳିଦାନ ଦିବସ ପାଳନ କରା ଯାଇଛି। ଅନୁରୂପ ଭାବେ, ନୀଳଗିରି କଂଗ୍ରେସ କମିଟି ପକ୍ଷରୁ, ନୀଳଗିରି ସ୍ଥିତ କଂଗ୍ରେସ୍ ଭବନ ପରିସର ରେ, ସ୍ବର୍ଗତ ଗାନ୍ଧୀ ଙ୍କ ବଳିଦାନ ଦିବସ ପାଳିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ ରେ, ତାଙ୍କର ତୈଳ ଚିତ୍ର ରେ କଂଗ୍ରେସ ର ବରିଷ୍ଠ ନେତା ମାନେ ମାଲ୍ଲ୍ୟାର୍ପଣ କରିବା ସହିତ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ତାଙ୍କର ଦେଶ ପ୍ରତି ପ୍ରାଣ ବଳି, ମହାନ ତ୍ୟାଗ, ଭାରତ ଇତିହାସ ରେ, ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି, ତାଙ୍କର ସ୍ମୃତି ଚାରଣ ଅବସର ରେ, ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତା ମାନେ, ତାଙ୍କ ବକ୍ତବ୍ୟ ରେ କହିଥିଲେ ।

ପରେ ପରେ ଦେଶ କୋଭିଡ ପାନଡେମିକ ମଧ୍ୟ ଦେଇ, ଗତି କରୁଥିବା ରୁ , ସାଧାରଣ ରେ କୋଭିଡ ସଚେତନତା ସୃଷ୍ଟି କରିବା ପାଇଁ, ନୀଳଗିରି ବଜାର ରେ ବୁଲି ବୁଲି ସାଧାରଣ ଲୋକଙ୍କୁ ସଚେତନ କରାଇବା ସହିତ ମାକ୍ସ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ନୀଳଗିରି କଂଗ୍ରେସ ବ୍ଲକ ସଭାପତି ଡଃ. ମନୋରଂଜନ ପଣ୍ଡା , ବରିଷ୍ଠ କଂଗ୍ରେସ ନେତା ବିଶ୍ଵନାଥ ଦାସ, ଯୁବ କଂଗ୍ରେସ ସଭାପତି ନିଗମ ମହାପାତ୍ର , ପ୍ରଫୁଲ୍ଲ ବେହେରା ଙ୍କ ସମେତ ବରିଷ୍ଠ କଂଗ୍ରେସ୍ ନେତା ଓ ଯୁବ କଂଗ୍ରେସ ର ସଦସ୍ୟ ମାନେ ଉପସ୍ଥିତ ରହି, ସହଯୋଗ କରିବା ଦେଖିବାକୁ ମିଳିଛି ।

Related Post

ଦାନ ବାନ୍ଧୁଛି ଲଘୁଚାପ,ଆସନ୍ତା ୨୦ ରୁ ପୁଣି ବର୍ଷିବ

Posted by - September 16, 2020 0
ଭୁବନେଶ୍ବର :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି (ବୁଧବାର) ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ବଙ୍ଗୋପସାଗରରେ ଏକ ଲଘୁଚାପ ଏବେ ଦାନା…

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦଲାଲର ଆଖ୍ୟା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କନ୍ଧ ଯୁବ ସମାଜ

Posted by - June 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଦିବାସି ନେତା ନିରଞ୍ଜନ ବିଶିଙ୍କୁ ବିଜେଡ଼ି ଦଳ ରାଜ୍ୟସଭା ସାଂସଦ ରୂପେ ଦିଲ୍ଲୀକୁ ପଠାଇବା ପରେ ଏବେ ଆଦିବାସୀ ସଂଘରେ ନିରଞ୍ଜନ ବିଶିଙ୍କୁ ଦଲାଲର…

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଉପରେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ, ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର

Posted by - December 23, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା…

ବାଲି ଘାଟ ଉପରେ ଚଢାଉ କରି କଳାହାଣ୍ଡି ଏନ୍ଫୋର୍ସମେଣ୍ଟ ଟିମ ୧୧ ହାଇବା ରୁ ୧ ଲକ୍ଷ ୫୫ ହଜାର ୬ଶହ ଟଙ୍କା ଫାଇନ

Posted by - June 11, 2022 0
କେସିଙ୍ଗା :(ପୀତେଶ ପଟେଲ)ଚୋରା ବାଲି ଚାଲାଣ ନେଇ ଜିଲ୍ଲା ରେ ଗଠିତ ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ ଛେନା ଗାଁ ବାଲି ଘାଟ ରେ ଚଢ଼ାଉ କରାଯାଇ ୧୧…

ଅଗଷ୍ଟ ୧୨ ତାରିଖରେ ଏହି ଦେଶ ରେ ପଞ୍ଜୀକରଣ ହେବ କୋଭିଡ ଟୀକା

Posted by - August 8, 2020 0
ନୂଆଦିଲ୍ଲୀ: COVID-19 ଟିକା ଦଉଡ ରେ  ସବୁଠାରୁ ବଡ ବିକାଶ କୁହାଯାଇପାରେ, ରଷିଆ  ଅଗଷ୍ଟ ୧୨, ୨୦୨୦ରେ COVID-19 ଟିକା ପଞ୍ଜିକରଣ କରିବାରେ ବିଶ୍ଵର ପ୍ରଥମ ଦେଶ…