Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନୀଳଗିରି ଡାକ୍ତରଖାନା ର ବିଭିନ୍ନ ସମସ୍ୟା ନେଇ, ସି. ପି. ଆଇ. (ଏମ୍) ର ରାସ୍ତା ରୋକ

588 0

ନୀଳଗିରି:(ସୌମ୍ୟା ସାଇ ବାରିକ)ସି.ପି.ଆଇ. ( ଏମ୍), ନୀଳଗିରି ଆଞ୍ଚଳିକ କମିଟି, ପକ୍ଷରୁ ଆଜି ରାସ୍ତା ରୋକ କରା ଯାଇଛି। ସୂଚନା ରୁ ଜଣା ପଡିଛି, ନୀଳଗିରି ଡାକ୍ତରଖାନା ର ରୋଗୀ ମାନଙ୍କ ସେବା ର ଉନ୍ନତି, ଡାକ୍ତର ମାନଙ୍କର ସୁରକ୍ଷା ଓ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ, ନୀଳଗିରି ବାଇପାସ୍ ଛକ ରେ, ପୂର୍ବାହ୍ନ ୯ ଘଟିକା ରୁ ରାସ୍ତା ରୋକ କରାଯାଇଥିଲା । ଘଟଣା ସ୍ଥଳ କୁ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଆସି ଆନ୍ଦୋଳନକାରୀ ଙ୍କ ସହିତ ଦାବି ସଂପର୍କ ରେ ଆଲୋଚନା କରିଥିଲେ ।

ଦୁଇ ଦିନ ମଧ୍ୟ ରେ ସମସ୍ତ ଦାବି ପୂରଣ ହେବ ବୋଲି, ପ୍ରତିଶ୍ରୁତି ଦେବା ପରେ, ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା । ଏହି ରାସ୍ତା ରୋକ ରେ ସି.ପି.ଆଇ.ଏମ୍. ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ ପାତ୍ର , ଯୋଗନନ୍ଦ ଦାଶ , ପିତାମ୍ବର ମଡ଼ୁଆଲ , କାଳିଆ ପାତ୍ର , ପରମାନନ୍ଦ ବେହେରା , ହେମନ୍ତ ସେଠୀ , ଅନ୍ନପୂର୍ଣ୍ଣା ମଲିକ , ମିତା ରାଣୀ ପରିଛା, ଭଗବାନ ମହାନ୍ତି , କୁନା ପାତ୍ର ପ୍ରମୁଖ ଏହି ରାସ୍ତା ରୋକ ର ନେତୃତ୍ୱ ନେଇଥିବା ବେଳେ, ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ କର୍ମୀ ଉପସ୍ଥିତ ଥିଲେ।

Related Post

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସଜ୍ଜିତ

Posted by - August 8, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତର ପର୍ଯ୍ଯନ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା…

ବୌଦ୍ଧରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ

Posted by - November 16, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି…

ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା

Posted by - March 20, 2021 0
ଭୁବନେଶ୍ବର: ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା। ଏବେ ପୁଣି ଥରେ ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି…