ଗୃହ ଉଦଘାଟନ ପରେ ଫଳକ ଭାଙ୍ଗିଲେ କେନ୍ଦ୍ର ମନ୍ତ୍ରୀ ଙ୍କ ଅନୁଗତ କହୁଥିବା ସମର୍ଥକ

232 0

ନୀଳଗିରି:(ସୌମ୍ୟାସାଇ ବାରିକ)ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସର ରେ, ନୀଳଗିରି ଟ୍ରକ୍ ମାଲିକ ସଂଘ ର ଅନୁଦାନ ରେ, ହସ୍ପିଟାଲ୍ ପରିସର ରେ ୪ ଟି କେବିନ୍ ଗୃହ ର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଉଦଘାଟନୀ ଫଳକ ରେ କେନ୍ଦ୍ର ମନ୍ତ୍ରୀ ଙ୍କ ନାମ ନଥିବାରୁ, କିଛି ସମୟ ପାଇଁ ହସ୍ପିଟାଲ୍ ପରିସରରେ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ରୁ ଜଣା ପଡିଛି- ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜି ଅପରାହ୍ନ ୧୦ ଘଟିକା ସମୟ ରେ ଏହି କେବିନ୍ ଗୃହ ଗୁଡ଼ିକର ଉଦଘାଟନୀ ଉତ୍ସବ ର ଆୟୋଜନ କରାଯାଇଥିଲା । ଉଟାଘଟାନ ର ଅବ୍ୟବହିତ ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଅତ୍ୟନ୍ତ ଅନୁଗତ ସମର୍ଥକ ବୋଲାଉଥିବା କିଛି ଯୁବକ, ଏସ.ଡି.ଏ.ମୋ. ଅଜୟ କୃଷ୍ଣ ସାମଲ ଙ୍କୁ ତାଙ୍କ ଅଫିସ୍ ଗୃହ ପରିସର ରେ, କାହିଁକି କେନ୍ଦ୍ର ମନ୍ତ୍ରୀ ଙ୍କ ନାମ ଫଳକ ରେ ଲେଖା ଯାଇ ନାହିଁ ବୋଲି ପ୍ରଶ୍ନ ପଚାରିବା ସହିତ ଏହି ଉତ୍ସବ କୁ ତତ୍କାଳ ବନ୍ଦ କରିବାକୁ କହିଥିଲେ ।

ଏହି କଥା କୁ ନେଇ ସେଠାରେ କିଛି ସମୟ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏସ.ଡି.ଏମ୍.ଓ. ଶ୍ରୀ ସାମଲ ଙ୍କ ଠାରୁ ଖବର ପାଇ,ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ ନୀଳଗିରି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି, ହସ୍ତକ୍ଷେପ କରିବା ପରେ, ପରିସ୍ଥିତି ସାମାନ୍ୟ ହୋଇଥିଲା। ଏହି ସମୟ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ଚାରିଟି କେବିନ୍ ଗୃହ ର ଶୁଭ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ସ୍ଥଳ ରେ ସଂଘ ର ସଭାପତି ସୁରଞ୍ଜନ୍ ମହାପାତ୍ର, ସମ୍ପାଦକ ଶାନ୍ତନୁ ବିଶ୍ଵାଳ , ଉପଦେଷ୍ଟା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ତଥା ସଂଘ ର ଶତାଧିକ ସଦସ୍ୟ ଉଦ୍ଘାଟନ ସ୍ଥଳୀ ରେ ଉପସ୍ଥିତ ଥିଲେ।

ପରେ ପରେ ଉଦ୍ଘାଟନ ସ୍ଥଳରୁ ବିଧାୟକ ଶ୍ରୀ ନାୟକ ଏସ .ଡି.ଏମ୍.ଓ. ଶ୍ରୀ ସାମଲ ଙ୍କୁ ସାକ୍ଷାତ କରିବା ପରେ, ଟ୍ରକ୍ ମାଲିକ ସଂଘ ଦ୍ୱାରା ଏନ୍.ଏ.ସି. କଲ୍ୟାଣ ମଣ୍ଡପ ରେ, ଏଥି ନିମନ୍ତେ ଆୟୋଜିତ ଏକ ସଭା ରେ ଯୋଗଦାନ କରିବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ, ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଙ୍କ ଅତ୍ୟନ୍ତ ଅନୁଗତ ବୋଲାଉଥିବା କିଛି ସମର୍ଥକ , ନୂତନ ଭାବେ ଉଦ୍ଘାଟିତ କେବିନ୍ ଗୃହ ରେ, ଲାଗିଥିବା ଫଳକ କୁ ଭାଙ୍ଗି ଦେଇଥିବା ଦେଖା ଦେଇଛି ।ଏହିଘଟଣା ପରେ, ବି. ଜେ. ପି. ଦଳ ର ଅନ୍ତଃ କନ୍ଦଳ ପଦା ରେ ପଡିଛି ବୋଲି, ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।

ଏନ୍.ଏ.ସି. କଲ୍ୟାଣ ମଣ୍ଡପ ରେ ଆଯୋଜିତ ଉତ୍ସବ ରେ, ମଞ୍ଚାସୀନ ଅତିଥି ମାନେ, ଏହିଭଳି ହିନ ମାନ୍ୟତା, ଅମନବିକ ଘଟଣା ର ଘୋର ନିନ୍ଦା କରିବା ସହିତ, ଦୁର୍ବୃତ ଙ୍କ ବିରୁଦ୍ଧ ରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ସଭା ରେ ସଂଘ ର ଉପଦେଷ୍ଟା ଶ୍ରୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟ ରେ କହିଥିଲେ, ସଂଘ ର ସଭାପତି , ସମ୍ପାଦକ ତଥା ସମସ୍ତ ସଦସ୍ୟ ଙ୍କ ଏଭଳି ସେବା ମନୋଭାବ ପୂର୍ଣ୍ଣ କର୍ମ କୁ ଉଚ୍ଚ ପ୍ରଶଂସା କରିବା ସହିତ ସାଧୁବାଦ୍ ଜଣାଇଥିଲେ। ଅପର ପକ୍ଷରେ ଯେଉଁ ମାନେ କେନ୍ଦ୍ର ମନ୍ତ୍ରୀ ନାମ ଧରି ଏଭଳି ହିନ କାର୍ଯ୍ୟ କରି ଛନ୍ତି , ସେମାଙ୍କ ବିରୁଦ୍ଧରେ, ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ବିଧାୟକ ଶ୍ରୀ ନାୟକ ମୁଖ୍ୟ ଅତିଥି ଭାବେ କହିଥିଲେ, ନୀଳଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଦୁଇଟି ଏ.ସି. କେବିନ୍ ଓ ଦୁଇଟି ସାଧାରଣ କେବିନ୍ ( ଟ୍ରକ୍ ମାଲିକ ସଂଘ ଅନୁଦାନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା

ଗୁରୁତର ରୋଗୀ ମାନଙ୍କର ଚିକିତ୍ସା ପାଇଁ, ନିଶ୍ଚିତ ଭାବେ ଆବଶ୍ଯକତା କୁ ପୂରଣ କରିବ । ସଂଘ ର ସଭାପତି ଶ୍ରୀ ମହାପାତ୍ର , ସମ୍ପାଦକ ଶ୍ରୀ ବିଶ୍ଵାଳ ଏବଂ ସଭାର ଉପ ସ୍ଥିତ ସଦସ୍ୟ ମାନେ ଦୃଢ଼ ସ୍ୱର ରେ ଉପରୋକ୍ତ ଘଟଣା ର ନିନ୍ଦା କରିବା ସହିତ , ସରକାର ଙ୍କ ସମ୍ପତି ଓ ଗଣତନ୍ତ୍ର ଉପରେ ଖୁଲମଖୁଲା ଆକ୍ରମଣ ବୋଲି କହିଥିଲେ। ଏହି ଦୁର୍ବୃତ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ବୋଲି, ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି ।

Related Post

ବାଉଁଶ ଚାରା ରୋପଣରେ ମହାଦୁର୍ନୀତି

Posted by - May 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)  ସବୁଜ ବନାନୀ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରତିବର୍ଷ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ…

ମମିତା ହତ୍ୟାକାଣ୍ଡ ଘଟଣା ର ଅନୁଧ୍ଯାନ ପାଇଁ କଳାହାଣ୍ଡି ରେ ମହିଳା କମିଶନ

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ର ତଦନ୍ତ ପାଇଁ ରାଜ୍ଯ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଙ୍କ ସହ…

ବିଶ୍ବ ପ୍ରସିଦ୍ଧ ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

Posted by - December 16, 2021 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ )ତା.15/12/2021 ବିଶ୍ବ ପ୍ରସିଦ୍ଧ ରଙ୍ଗବତୀର ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ହୃଦଘାତରେ ଅସୁସ୍ଥ । ମଙ୍ଗଳବାର ସନ୍ଧ୍ୟାରେ ସେ ନିଜ ଗାଁ କୁଚିଣ୍ଡା…