ରାଜ୍ୟ ରେ ରେକର୍ଡ ଭାଗିଲା କୋରନା ସଂକ୍ରମଣ

689 0

ଭୁବନେଶ୍ବର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ୍ ସଂଖ୍ଯା‌ । ଦିନକରେ ୮୦୦ ଶହ ପାଖାପାଖି ପଜିଟିଭ୍ ଚିହ୍ନଟ‌ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୭୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ ସେଣ୍ଟରରୁ ୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଲୋକାଲ୍ କେସରୁ ୩୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଦିନରେ ୧୧୮ ନୂଆ କେସ୍‌ ସାମ୍ନାକୁ ଆସିଛି ।

ସେହିପରି ଅନୁଗୁଳରୁ ୧୭, ବାଲେଶ୍ବରରୁ ୬, ବରଗଡରୁ ୪୮, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧୪, ବୌଦ୍ଧରୁ ୨, କଟକରୁ ୪୬, ଦେଓଗଡରୁ ୧, ଢେଙ୍କାନାଳରୁ ୩, ଗଞ୍ଜାମରୁ ୯,ଜଗତସିଂହପୁରରୁ ୯, ଯାଜପୁରରୁ ୧୬,ଝାରସୁଗୁଡାରୁ ୩୧,କଳାହାଣ୍ଡିରୁ ୩୮,କନ୍ଧମାଳରୁ ୪,କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୩୯, କୋରାପୁଟ ୯,ମାଲକାନଗିରି ୨, ମୟୁରଭଞ୍ଜ ୨୪, ନବରଙ୍ଗପୁର ୨୩, ନୟାଗଡ ୭,ନୂଆପଡା ୩୧,ପୁରୀ ୪୩,ରାୟଗଡା ୧୪,ସମ୍ବଲପୁର ୪୫,ସୋନପୁର ୭ ଓ ଷ୍ଟେଟ ପୁଲରୁ ୨୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ଯପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୩ଲକ୍ଷ ୪୪ହଜାର ୬୪୭କୁ ବୃଦ୍ଧି ପାଇଛି। ୩ଲକ୍ଷ ୩୮ହଜାର ୪୧୬ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛି ୪ହଜାର ୨୫୫।ବର୍ତ୍ତମାନ ଓଡିଶା ରେ ଟୀକା କରଣ ଚାଲୁ ରହିଛି।ସରକାରୀ ନିୟମ ଅନୁସାରେ ୪୫ ବର୍ଷ ରୁ ଅଧିକା ଥିବା ନାଗରିକ ଙ୍କୁ ଟୀକା କରଣ କରାଯାଉଛି।ବହୁ ଲୋକ ଏଥିରେ ସାମିଲ ହେଉଥିବାର ଦେଖା ଦେଉଛି।

Related Post

କଳାହାଣ୍ଡିର କାଶ୍ମୀରରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Posted by - December 23, 2021 0
କଳାହାଣ୍ଡି:(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବାଯୋଗୁଁ ସମଗ୍ର ରାଜ୍ୟରେ ଶୀତର ପ୍ରକୋପ…

ଭାଙ୍ଗିଲା ଦାମେଇପାଳି ପୁରୁଣା ସ୍କୁଲ ଘର, ଅଳ୍ପକେ ବଞ୍ଚିଲେ ଛାତ୍ରୀ ଛାତ୍ର, ଘଟଣା ସ୍ଥଳ ପରିଦର୍ଶନ କଲେ ବିଡ଼ିଓ

Posted by - September 24, 2022 0
ଖପ୍ରାଖୋଲ :  (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ଦମେଇପାଲି ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୁରୁଣା ଘର ଶୁକ୍ରବାର ମଧ୍ୟାହ୍ନ ରେ ଆକସ୍ମିକ…