ଗୁଜରାଟର କଚ୍ଛ ଅଞ୍ଚଳରେ ଉଡ଼ୁଥିବା ଏକ ପାକିସ୍ତାନୀ ଡ୍ରୋନ୍କୁ ଭାରତୀୟ ସେନା ଖସାଇ ଦେଇଛନ୍ତି।ଗତକାଲି ରାତିରେ ଏହି ଡ୍ରୋନ୍କୁ ଅମ୍ବାସା ଗାଁରେ ଖସାଇ ଦିଆଯାଇଥିବା ସୂଚନା ମିଳିଛି।ଭାରତୀୟ ବାୟୁସେନା ଆକ୍ରମଣ ପରେ ରାଗରେ ପାକିସ୍ତାନ। ବଲିଉଡ ସିନେମା ରିଲିଜ୍ ଉପରେ ଜାରି କରିଛି କଟକଣା। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ।ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି ବା PEMRAକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ଭାରତୀୟ ବିଜ୍ଞାପନ ଉପରେ ବି ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଲେଖିଛନ୍ତି। ସେପଟେ ଭାରତର ବିମାନ ଆକ୍ରମଣକୁ ଦୃଢ଼ ଭାବରେ ଖଣ୍ଡନ କଲା ପାକିସ୍ତାନ। ଭାରତ କହୁଥିବା ଆକ୍ରମଣ କଥା ମନଗଢ଼ା ବୋଲି କହିଲା ପାକିସ୍ତାନ। ତେବେ ଭାରତ ଉପରେ ପ୍ରତି ଆକ୍ରମଣ ବି କରାଯିବ ବୋଲି କହିଲା ପାକିସ୍ତାନ।
ପାକିସ୍ତାନରେ ବାୟୁସେନାର ଆକ୍ରମଣ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ। ଦିଲ୍ଲୀ ଜବାହରଲାଲ୍ ନେହେରୁ ଭବନରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲେ।ଏଲଓସିରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ରାଜସ୍ଥାନ ଚୁରୁରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ରହିଛି।ମୋତେ ଏ ମାଟିର ରାଣ। ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି। ଦେଶ ଠାରୁ ବଳି ଆଉ କୌଣସି ଜିନିଷ ବଡ଼ ନୁହେଁ ବୋଲି ମୋଦି କହିଛନ୍ତି।

ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦେଲା ଭାରତୀୟ ସେନା,ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି : ମୋଦି
Facebook Notice for EU!
You need to login to view and post FB Comments!