Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ରେମୁଣା ରେ ‘ଭାରତ ବନ୍ଦ’ ପ୍ରଭାବ ରେ ଜୀବନ ଯାତ୍ରା ବ୍ୟାହତ

413 0

ରେମୁଣା:(ସମରେନ୍ଦ୍ର ବାରିକ)ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ନୟ ସମିତି ତରଫରୁ ତିନୋଟି କୃଷି କଳା ଆଇନ, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି, ସରକାରୀ ଶିଳ୍ପ ଓ କଳକାରଖାନା ଗୁଡିକ କର୍ପୋରେଟ କମ୍ପାନୀ କୁ ବିକ୍ରି କରିବା , ଫସଲ ସର୍ବ ନିମ୍ନ ସହାୟକ ଦରକୁ ଆଇନ ଗତ ମାନ୍ୟତା,ଟୋକନ ପାଇଥିବ ଚାଷୀ ର ଧାନକୁଏମ ଏସ ପି ରେ ତୁରନ୍ତ କ୍ରୟ କରିବା, ଭାଗଚାଷୀ ଙ୍କୁ ଚାଷୀ ର ମାନ୍ୟତା, ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ, ସମସ୍ତ ଙ୍କୁ ରୋଜଗାର, ଶିକ୍ଷାଓ ଚିକିତ୍ସା , ଯାତ୍ରୀବାହୀ ଟ୍ରେନ କୁ ତୁରନ୍ତ ଚାଲୁକରିବା ଦାବିରେ ଭାରତବନ୍ଦ ଡାକରାରେ ଆଜି ଜାତୀୟ ରାଜପଥ ୧୬,ଜ୍ଯୋତି ମୋଟର ନିକଟରେ ରାଜପଥ କୁ ଆନ୍ଦୋଳନ କାରୀ ଅବରୋଧ କରିଥିଲେ। ଆଜିକୁ ୧୪୦ଦିନ ଧରି, ଦିଲ୍ଲୀ ରେ ଚାଷୀ ଆନ୍ଦୋଳନ ଚଳାଇ ଆସିଛନ୍ତି। ଚାଷୀ ଙ୍କ ମଧ୍ୟରୁ ପ୍ରାୟ୩୦୦ରୁ ଉର୍ଦ୍ଧ ଚାଷୀ ଶହୀଦ ହେଲେଣି।

କେନ୍ଦ୍ରସରକାର କର୍ଣପାତ କରୁନାହିଁ। ସେଥିପାଇଁ ସାରାଦେଶରେ ଚାଷୀ ମାନଙ୍କ ର ଏହି ଆନ୍ଦୋଳନ କୁ ସମର୍ଥନ କରି ବନ୍ଦ ପାଳନ କରାଯାଇଛି ବୋଲି ଉପସ୍ଥିତ ନେତା ତଥା କୃଷକ ମାନେ କହିଛନ୍ତି ।ରେମୁଣା ଗୋଲେଇ, ରେମୁଣା ବଜାର, ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ, ଜାତୀୟ ରାଜପଥ ରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା। ଏଥିରେ କୃଷକ ନେତା ପ୍ରେମ ରଞ୍ଜନ ପାତ୍ର,ପ୍ରଶନ୍ନ ଷଡଙ୍ଗୀ,ଅଖୟ ରଣା, ଭଗବାନ ମହାନ୍ତି, ସିକନ୍ଦର ଖାଁ, ନିରଂଜନ ବେହେରା,ତରୁଣ ଦାସ, ପ୍ରତାପ ସେଠୀ ,ପ୍ରଦୀପ ଦାସ, ମଣ୍ଟୁ ନାୟକ, ପ୍ରତାପ ବାରିକ,ଉତ୍ତମ ଜେନା, ଜାକିର ଖାଁ, ସୁଶାନ୍ତ ନାଥ, ପପୁ ଦାସ,ପିଙ୍କୁଲୁ ଦାସ,ଇବ୍ରାହିମ ଖାଁ,ବିଜୟ ଦାସ,ହରିଆ ଦାସ, ରତ୍ନାକର ଭୁକ୍ତା ,ସନାତନ ଜଳଦାସ, ଲକ୍ଷ୍ମୀ ଧରି ମେଳା ପ୍ରମୁଖ ସାମିଲ ଥାଇ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା

Related Post

ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୧୮ ଛାତ୍ର ଛାତ୍ରୀ ଅସୁସ୍ଥ, ଦୁଇ ଡାକ୍ତର ଖାନା ରେ ଭର୍ତ୍ତି

Posted by - October 19, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରି ବ୍ଲକ ଅନ୍ତର୍ଗତ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଝିଟିପିଟି ବାହାରିବା ଖଟଣା ଓ ସେହି ଖାଦ୍ୟକୁ ଖାଇ 18ଜଣ…

ଶ୍ରାବଣର ମାସର ଶେଷ ସୋମବାର ହରିଶଙ୍କରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

Posted by - August 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ଶ୍ରାବଣର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ…

ଚଢା ଦାମରେ ମଦ ବିକ୍ରି ହେଉଥିବା ନେଇ ସାଂଘାତିକ ଅଭିଯୋଗ,କୋଭିଡ଼ ଟିକସ ପରେ ଗୁପ୍ତ ଟିକସ

Posted by - May 27, 2020 0
ଭୁବନେଶ୍ୱର: ଅନ୍‌ଲାଇନ୍‌ ମଦ ବେପାରରେ ସ୍ଥିତି ସୁଧୁରୁନି। ଗତ କାଲି ଭଳି ଆଜି ମଧ୍ୟ ବିଭିନ୍ନ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁଲିସ-ମଦ୍ୟପଙ୍କ…

ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ 

Posted by - October 30, 2022 0
ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦର ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ ସିଂହପୁର କାଳି ମଣ୍ଡପ ପରିସରେର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ବିଶିଷ୍ଟ ସାହିତ୍ୟିକ ଦୂର୍ଯ୍ୟୋଧନ ସାମଲ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୂର ଯୋଗ ଦେଇ ଓଡିଆ ମାନଙ୍କର ଅସ୍ମିତା ଓ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚିତି ସମ୍ପକର୍ରେ ବଣ୍ଣର୍ନା କରିଥିିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଯୋଗଦେଇ ମହାଭାରତୀୟ ଦର୍ଶନରେ ବ୍ୟକ୍ତିର ଚରିତ୍ର ଗଠନ ସାମାଜିକ , ନୈତିକ ତଥା ଅଧ୍ୟାତ୍ମିକ ଜୀବନକୁ ପ୍ରଭାବିତ କରିବ ବୋଲି କହିଥିଲେ ।  ସମ୍ମାନୀତ ଅତିଥି ଭାବେ କିଟ୍ ଓ କିସ ସାମାଜିକ ଉନ୍ନୟନ ବିଭାଗ ନିର୍ଦ୍ଦେଶିକା କାବ୍ୟାପ୍ରିୟଦର୍ଶିନୀ ଧଳ ଯୋଗ ଦେଇଥିଲେIଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଶ୍ରୀମୁଖ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଛେଳି ଚୋରଙ୍କୁ ଦଣ୍ଡ ଦେଲା କଙ୍ଗାରୁ କୋର୍ଟ

Posted by - February 27, 2020 446
ମୟୁରଭଞ:28/02 (ସୀତାରାମ ଦୀକ୍ଷିତ) ଖରା ଆରମ୍ଭ ହେଉଣୁ କଙ୍ଗାରୁ କୋର୍ଟର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟତଃ ପ୍ରତିବର୍ଷ ଏହି ସମୟରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଙ୍ଗାରୁ କୋର୍ଟ ପ୍ରଭାବ…