ବୁଣାକାରଙ୍କ ଲାଗି ସରକାରୀ ସହାୟତା ଦାବି

536 0

ଖୋର୍ଦ୍ଧା ୨୧ା୩: କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ ବାନ୍ଧି ବସିଛନ୍ତି। କଞ୍ଚାମାଲ ଅଭାବ, ପ୍ରସ୍ତୁତ ସାମଗ୍ରୀ ବିକ୍ରି ନ ଥିବାରୁ ବୁଣାକାରଙ୍କ ସମସ୍ୟାକୁ ଏହା ଦ୍ୱିଗଣିତ କରିଛି। ବୁଣାକାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡିଛି। ସରକାର ସମସ୍ତଙ୍କ ଲାଗି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ବୁଣାକାରଙ୍କ ଲାଗି କୌଣସି ଘୋଷଣା କରି ନ ଥିବା ଏକାଧିକ ବୁଣାକାର କହିଛନ୍ତି।

ବେଗୁନିଆ ବ୍ଲକର ରାଉତପଡ଼ାରେ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ରହିଛନ୍ତି। ବର୍ଷସାରା ଏମାନେ ତନ୍ତ ସାହାର୍ଯ୍ୟରେ ସୂତା ଲୁଗା, ପାଟବସ୍ତ୍ର, ଗାମୁଛା, ଶାଢ଼ି ପ୍ରସ୍ତୁତ କରି ପରିବାର ଚଳାଇଥାନ୍ତି। ତେବେ କରୋନା ଯୋଗୁ ଏମାନଙ୍କ କାମ ଠପ୍‌ ହୋଇଯାଇଛି। କରୋନା ସମୟରେ ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ବେପାର ଠପ ହୋଇଗଲା। କଞ୍ଚାମାଲ ଆସିପାରିଲା ନାହିଁ। ଫଳରେ ବହୁ ବୁଣାକାର କାମଧନ୍ଦା ହରାଇଲେ।

ପୂର୍ବରୁ ଯାହା ବୁଣା ଲୁଗା ଥିଲା, ତାହାର ବିକ୍ରି ହୋଇପାରିଲା ନାହିଁ। ଏବେ କଞ୍ଚାମାଲ ଦର ଉଚ୍ଚା ରହିଛି। ସରକାରୀ ସହାୟତା ନ ମିଳିଲେ, ବୁଣା କାରିଗରି ବନ୍ଦ ହୋଇଯିବ। ସେହିପରି ସାନପଦର, ସିମର, ଡାଳତୋଳା, ବାରବାଟି ଅଠରାଙ୍ଗ, ବୋଲଗଡ ବ୍ଲକ ଧଳାପଥର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ଜୀବନ ଦୁର୍ବିଷହ ହୋଇପଡିଛି।

Related Post

ଅନୁଗୁଳ:ପୁଣି ଲୁଟିଲେ ଏଟିଏମ,ପୋଲିସକୁ ଖୋଲା ଚ୍ୟାଲେଞ୍ଜ.

Posted by - August 10, 2020 0
ଅନୁଗୁଳ:(ମହେଶ ଭୋମରାଜ)ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଏଟିଏମ ଲୁଟେରା ।  ଲଗାତାର ଦୁଇ ଦିନରେ ଦୁଇଟି ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଗତକାଲି କରଡ଼ାଗାଡ଼ିଆରେ…

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Posted by - June 14, 2022 0
ଭବାନୀପାଟଣା:୧୪/୬:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଵିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରରେ ଵିଧି ବିଧାନ ପୂର୍ବକ ଦେବସ୍ନାନ ଉତ୍ସବ ଅନୁଷ୍ଠିତ…

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ

Posted by - June 5, 2019 378
ବ୍ରହ୍ମପୁର  : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ…

ଗର୍ଭବତୀ ମହିଳା ଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମ ସମସ୍ୟା ରେ ହନ୍ତସନ୍ତ

Posted by - September 3, 2020 0
ବଡ଼ବିଲ:ଦିନ କୁ ଦିନ ବଢ଼ିଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା ! ବାରମ୍ବାର ଅଭିଯୋଗ ସହିତ ଗଣମାଧ୍ୟମରେ ଖବର ପ୍ରକାଶ ହେଉଥିଲେ ମଧ୍ୟ ପ୍ରଶାସନ…