ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ରଣନୀତିକ ଆଲୋଚନା

775 0

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ ପ୍ରଭାବିତ କରିବ । ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଛି ।

ମିଳିତ ପ୍ରେସମିଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନ୍ କହିଛନ୍ତି- ରାଜନାଥଙ୍କ ସହ ଚର୍ଚ୍ଚା ସାର୍ଥକ ହୋଇଛି । ରାଜନାଥ ସିଂହ କହିଛନ୍ତି ଏଫଡିଆଇର ଲାଭ ସହ ୨ଦେଶର ସେନା ମଧ୍ୟରେ ସହଭାଗିତା, ସୂଚନା ବିନିମୟ, ଯୁଦ୍ଧ ସହଯୋଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଏହା ପ୍ରଥମ ଭାରତ ଗସ୍ତ ।

ଏକବିଂଶ ଶତାବ୍ଦୀରେ ଆମେରିକା ସହ ଭାରତର ସମ୍ପର୍କ ଆହୁରି ମଜଭୁତ୍ ହେବ ଲାଗି ଆଶା କରୁଛୁ ବୋଲି ରାଜନାଥ କହିଛନ୍ତି । ରକ୍ଷା କ୍ଷେତ୍ରରେ ଉଦାର ଏଫଡିଆଇର ଲାଭ ଉଠାଇବାକୁ ରାଜନାଥ ଆମେରିକାକୁ ଆମନ୍ତ୍ରଣ କରିଛନ୍ତି । ଭାରତୀୟ ସେନା ଓ ଆମେରିକାର ହିନ୍ଦ-ପ୍ରଶାନ୍ତ କମାଣ୍ଡର, ମଧ୍ୟ କମାଣ୍ଡର ଓ ଆଫ୍ରିକା କମାଣ୍ଡରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ସହମତି ହୋଇଛି ।

Related Post

ଓଡିଶାପାଇଁ ଯିଏ ଭଲ କରିବ ତା ସହ ରହିବୁ:ନବୀନ ପଟ୍ଟନାୟକ

Posted by - April 15, 2019 0
ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ…

କରୋନା ଭାଇରସର ସମାଧାନ ଲକ୍‌ଡାଉନ ନୁହେଁ ,ରାପିଡ୍‌ ଟେଷ୍ଟ୍‌ ଜରୁରୀ:-ରାହୁଲ ଗାନ୍ଧି

Posted by - April 16, 2020 644
ନୂଆଦିଲ୍ଲୀ: ଲକଡାଉନ ଜାରି କରି ମହାମାରୀ କରୋନାକୁ ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ…

ବିସ୍ମୟ ସ୍ରୁଷ୍ଟି କଲା ହିମାଳୟ ଗ୍ଲାସିଅର୍, ଅଚାନକ ପରିବର୍ତ୍ତନ କଲା ମାର୍ଗ

Posted by - December 20, 2021 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଆଧୁନିକ ଯୁଗର ବିକାଶ ପାଇଁ ବିପର୍ଯ୍ଯସ୍ତ ହୋଇପଡ଼ିଛି ବିଶ୍ଵ ପରିବେଶ। ଦିନ ପ୍ରତିଦିନ ଏହାର ପ୍ରତିକୂଳ ପ୍ରଭାବ ମଣିଷ ଓ ଜୀବଜନ୍ତୁ ସମେତ ଉଭୟ…

ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା

Posted by - July 4, 2019 5
ନୂଆଦିଲ୍ଲୀ ୩।୭:  ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ବୁଧବାର ସ୍ପଷ୍ଟ ହୋଇଯାଇଛି। ତାଙ୍କ ଇସ୍ତଫା ପତ୍ରର ନକଲ ଗଣମାଧ୍ୟମ ସମ୍ମୁଖକୁ ଆସିଛି। ଗତ…

କନ୍ୟା ମାନଙ୍କ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ

Posted by - December 17, 2021 0
ନୂଆଦିଲ୍ଲୀ/ଭୁବନେଶ୍ୱର:ବହୁ ପ୍ରତୀକ୍ଷିତ କନ୍ୟା ମାନଙ୍କ ବିବାହ ବୟସ ସମ୍ପର୍କୀତ ଆଇନ୍ ପରିଶେଷରେ କ୍ୟାବିନେଟ ମୋହର ହାସଲ କରିଛି। ଗତ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର ସରକାର ଙ୍କ…