ନୀଳଗିରି :(ସୌମ୍ୟା ସାଇ ବାରିକ)୨୦୧୯ ଫେବୃଆରୀ ୧୪ ତାରିଖ ରେ, ଆତଙ୍କବାଦୀ ଆକ୍ରମଣ ରେ କେଦ୍ରୀୟ ରିଜର୍ଭ ପୋଲିସ ବଳ ର ୪୦ ଜଣ ଯବାନ ସହିଦ ହୋଇଥିଲେ। ତାଙ୍କର ଦେଶ ପ୍ରତି ଅମୂଲ୍ୟ ତ୍ୟାଗ ତଥା ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି, ଜାତୀୟ ଛାତ୍ର କଂଗ୍ରେସ, ନୀଳଗିରି ଶାଖା ପକ୍ଷରୁ,ସନ୍ଧ୍ୟାରେ, ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଏହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କାଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡଙ୍ଗୀ, ବ୍ଲକ କଂଗ୍ରେସ ସଭାପତି ଡଃ. ମନୋରଞ୍ଜନ ପଣ୍ଡା, ଏନ୍. ଏ. ସି. ସଭାପତି ଉପେନ୍ଦ୍ର ବେହେରା, ନିଗମ ମହାପାତ୍ର, ପ୍ରଫୁଲ୍ଲ ବେହେରା, ସତ୍ୟଜିତ ପ୍ରଧାନ, ରଞ୍ଜିତ ପ୍ରଧାନ, ସୁଧା ରଞ୍ଜନ ମହାପାତ୍ର, ଆଦର୍ଶ ଗୌରବ ଦାସ, ଡମ୍ବରୁଧର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।