ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଲାଗି ଭିଜିଲାନ୍ସ ତଦନ୍ତ ନିର୍ଦେଶ

256 0

ଭୁବନେଶ୍ବର :ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍‍ ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଥିଲା। କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସଙ୍କ ଦ୍ୱାରା ଦାୟର ହୋଇଥିବା ପିଟିସନ ଓ ତା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ  ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ରଖିଥିବା ଉତ୍ତର ଉପରେ ଉଭୟ ପକ୍ଷର ଯୁକ୍ତିଗୁଡିକୁ ଲୋକାୟୁକ୍ତ ଅଢ଼େଇ ଘଣ୍ଟା ଶୁଣାଣି କରି ଲୋକାୟୁକ୍ତ ତାଙ୍କ ରାୟ ସଂରକ୍ଷିତ କରି ରଖିଥିଲେ ।କୋଭିଡ୍ ମୁକାବିଲା ସମୟରେ ରାଜ୍ୟ ସରକାର ବଜାର ଦରଠାରୁ ବହୁ ଅଧିକ ଦରରେ ମାସ୍କ, ପିପିଇ କିଟ୍ ଆଦି ସାମଗ୍ରୀ କିଣିଥିଲେ ଓ ଏହି କାରବାରରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରି ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଅଭିଯୋଗ କରାଯାଇଥିଲା।

ଏହି ମାମଲାରେ ସରକାରଙ୍କ ଦ୍ବାରା  କୋଭିଡ୍-୧୯ ପରିଚାଳନା ଲାଗି ସାମଗ୍ରୀ ଯୋଗାଣ ପାଇଁ ଗଠିତ  କ୍ରୟ କମିଟିର ପ୍ରାକ୍ତନ ମୁଖ୍ୟ ଆଇଏଏସ୍‌ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀଙ୍କୁ ଲୋକାୟୁକ୍ତ ସମନ କରି ଅଭିଯୋଗ ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ଏହି ଦୁଇ ଅଧିକାରୀ ଲୋକାୟୁକ୍ତଙ୍କ ଠାରେ ହାଜର ହୋଇଥିଲେ। ଏହାପରେ ଲୋକାୟୁକ୍ତ ଭିଜିଲାନ୍ସକୁ ଅଭିଯୋଗର ତଦନ୍ତ କରି ଦୁଇମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Post

ନୀଳଗିରିରେ କରୋନା ଟିକାକରଣ ର ଶୁଭାରମ୍ଭ କଲେ ସ୍ଥାନୀୟ ବିଧାୟକ

Posted by - January 17, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସମଗ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ବାଲେଶ୍ଵର ଜିଲ୍ଲାର ନୀଳଗିରି ରେ ଉପଖଣ୍ଡ ସ୍ତରୀୟ କରୋନା ଟିକାକରଣ ର, ଫିତା କାଟି ଶୁଭାରମ୍ଭ କରିଥିଲେ,…

ମଙ୍ଗଳବାରଠାରୁ ୧୪ ଜିଲା ଲକ୍‌ଡାଉନ୍‌:ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Posted by - March 23, 2020 0
ଭୁବନେଶ୍ୱର:୨୩।୦୩ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍…

ପାଟକୁରା ବିଧାନସଭା ନିର୍ବାଚନ ଲାଗି ବେଦପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ୍‌ଙ୍କୁ ଟିକେଟ ଦେଲା ବିଜେଡି

Posted by - April 29, 2019 452
ଭୁବନେଶ୍ବର:ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଦପ୍ରକାଶ ଅଗ୍ରଓ୍ବାଲ ଗତ ୨୦ ତାରିଖ ଦିନ ଇହଲିଳା ସମ୍ବରଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ…

ଫେବ୍ରୁଆରି ୫ରେ ଶେଷ ହେବ ବେଆଇନ ନିର୍ମାଣ ପାଇଁ ଥିବା ସର୍ବକ୍ଷମା ଯୋଜନାର ସମୟସୀମା

Posted by - January 22, 2020 0
ଭୁବନେଶ୍ୱର : ବେଆଇନ ନିର୍ମାଣ ପାଇଁ ସରକାର ଆରମ୍ଭ କରିଥିବା ସର୍ବକ୍ଷମା ଯୋଜନାର ମିଆଦ ଆସନ୍ତା ଫେବ୍ରୁଆରି ୫ରେ ଶେଷ ହେଉଛି । ଏହା ପରେ ଏହି…

ବନ୍ଦ ପରିବର୍ତ୍ତେ ସମ୍ବଲପୁର ଜିଲ୍ଲା କଂଗ୍ରେସ କଲା ଡିଆଇଜି ଅଫିସ ଆଗରେ ବିକ୍ଷୋଭ

Posted by - November 12, 2021 0
(ରମାକାନ୍ତ ବିଶ୍ବାଳ)ଓଡିଶା କଂଗ୍ରେସର ୬ ଘଣ୍ଟିଆ ବନ୍ଦ କୁ ହାଇକୋର୍ଟ ରୋକ ଲଗାଇବା ପରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କରିଛି ସମ୍ବଲପୁର ଡିଆଇଜି ଅଫିସ ଆଗରେ…