ଲଣ୍ଡନରେ ଓଡ଼ିଆ ସାଂସ୍କୃତିକ ସଙ୍ଘର ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣିମା ଉତ୍ସବ ପାଳନ

328 0

ଲଣ୍ଡନ:(ସୁମନ୍ତ ମାନସିଂହ)ଲଣ୍ଡନ ସ୍ଥିତ ଓଡ଼ିଆ ସାଂସ୍କୃତିକ ସଙ୍ଘ ଆନୁକୁଳ୍ୟ ରେ  ପ୍ରଥମ ଥର ପାଇଁ ୱେବ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣିମା ଉତ୍ସବ ଆୟୋଜନ କରାଯାଇଥିଲା | ସାରା ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କର ଏକ ଡିଜିଟାଲ ମଞ୍ଚରେ ମହଯୁଦି ର ସହିତ ରାଜ୍ୟର ଏହି ଗଣପର୍ବ କୁ ଯେଭଳି ଅପୂର୍ବ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳନ କରାଯାଇଥିଲା, ତାର ଦୃଶ୍ୟ ଖୂବ ନିଆରା ଓ ମନୋରମ ଥିଲା | ୟୁନାଇଟେଡ଼ କିଙ୍ଗଡମ ର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସହଯୋଗ ରେ ମହା ସମାରୋହ ରେ ଅନୁଷ୍ଠିତ ଏହି ମହୋତ୍ସବ କୁ ମୁଖ୍ୟ ଅତିଥି ଭାବରେ ଯୋଗନେଇ ଓଡିଶା ବିଧାନସଭା ର ବାଚ୍ଚସ୍ପତ୍ତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ପାରମ୍ପରିକ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ |ତାଙ୍କର ଉଦଘାଟନୀ ଭାଷଣ ରେ ଡ଼ଃ ପାତ୍ର ଓଡ଼ିଶାର ମହାନ ବୋଇତ ବନ୍ଦାଣ ପରମ୍ପରା ସଂପର୍କରେ ଉଲ୍ଲେଖ କରିବା ସହିତ ଲଣ୍ଡନ ସ୍ଥିତ ଓଡ଼ିଆ ସଂପ୍ରଦାୟ ସେମାନଙ୍କର ମାତୃ ପ୍ରଦେଶ ପାଇଁ ସାଧବ ପୁଅ ସାଜି ଧନ, ଧାନ୍ୟ ଓ ପ୍ରାଚୁର୍ଯ୍ୟ ର ବାହକ ବନିବାକୁ ଡ଼ଃ ପାତ୍ର ଆହ୍ୱାନ ଜଣାଇଥିଲେ |

ସମ୍ମାନିତ ଅତିଥି ଭାବରେ ଏହି ଅନଲାଇନ ସମାବେଶକୁ ସମ୍ବୋଧନ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ୟୁରୋପ ମହାଦେଶ ର ହୃଦଭାଗରେ ବୋଇତ ବନ୍ଦାଣ ଉତ୍ସବ ଭବ୍ୟଆକାରରେ ଆୟୋଜନ କରିଥିବାରୁ ଏଠାକାର ଓଡ଼ିଆ ଅଧିବାସୀ ମାନଙ୍କୁ ବଧାଇ ଜଣାଇଥିଲେ | ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଆ, କା , ମା, ବୈ ର ମହତ୍ୱ ଏବଂ ଓଡ଼ିଶାର ସ୍ବର୍ଣ୍ଣାଭ ନୌ ବାଣିଜ୍ୟ ଇତିହାସ କୁ ବିସ୍ତୃତ ଭାବେ ବାଖ୍ୟାନ କରିଥିଲେ |ଉପସ୍ଥିତ ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ କିଶୋରେ ଦ୍ବିବେଦୀ ସମଗ୍ର ବିଶ୍ୱ ର ସାଂସ୍କୃତିକ ରାଜଧାନୀ ଭାବରେ ପରିଚିତ ଲଣ୍ଡନ ରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଉତ୍କୃଷ୍ଟତା କୁ ଏଭଳି ବ୍ୟାପକତା ର ସହିତ ପାଳନ କରାଯିବା, ପ୍ରତ୍ୟେକ ଓଡ଼ିଆ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ | ଅନ୍ୟତମ ସମ୍ମାନୀତ ଅତିଥି ରେଭେନସା ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ସଂଜୟ କୁମାର ଶତପଥୀ ସର୍ବବ୍ୟାପି ଓ ସଦାବିଦ୍ୟମାନ ଶ୍ରୀ ଜଗନ୍ନାଥଙ୍କର ଧର୍ମ, ଦର୍ଶନ ଓ ମହିମା ସଂପର୍କ ରେ ଦୀକ୍ଷାନ୍ତ ପ୍ରବଚନ ପ୍ରଦାନ କରିଥିଲେ ।

ହାଉସ ଅଫ କମନ୍ସ ର ସଦସ୍ୟ ଡ଼ଃ ବୀରେନ୍ଦ୍ର ଶର୍ମା ଭାରତର ପୁରାତନ ମୂଲ୍ୟବୋଧ ଓ ଐତିହ୍ୟ ଦ୍ୱାରା ଆଜି ର ଯୁବସମାଜ ପ୍ରେରିତ ହେବାକୁ ନିବେଦନ କରିଥିଲେ ।  ନାଇଜେରିଆ ର ରମେଶ ବିଶ୍ୱାଳ ବିଶ୍ୱଭରି ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ଅଭିଯାନ ଉପରେ ଆଲୋକପାତ କରିଥିଲେ ।  ବାହାରିନ ଓଡ଼ିଆ ସମାଜ ର ସଭାପତି ଡ଼ଃ ଅରୁଣ କୁମାର ପ୍ରହରାଜ ସମାବେଶର ସଫଳତା ପାଇଁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ |ୟୁ.କେ. ର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଡ଼ଃ ଚେତନ ଶତପଥୀ ମନ୍ଦିର ନିର୍ମାଣର ବୃହତ ଯୋଜନା ସଂପର୍କରେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆ ରେ ସୂଚନା ପ୍ରଦାନ କରିଥିଲେ । ଓଲିଉଡ଼ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କର ଯାଦୁଗିରୀ ଉପସ୍ଥିତି ଯୁବଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥିଲା ।  ଗୁରୁ ପ୍ରଦୀପ କୁମାର ଦାସଙ୍କର ଶିଷ୍ୟଶିଷ୍ୟା ମାନେ ସଂଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ | ଇଣ୍ଟରନେଟ ଉତ୍ସବରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀଙ୍କର ମନଲୋଭା ଗୀତ ପ୍ରସ୍ତୁତି ଏବଂ ସ୍ୱାତୀ ସ୍ଵେତା ରାଉତ ଓ ସନ୍ତୋଷ ପରିଡାଙ୍କର ମନୋରଂଜକ ଭଜନ ପରିବେଷଣ ବେଶ ଉଚ୍ଚକୋଟୀର ଥିଲା । ଓଡିଶା ର ଉତ୍ସବ ଡାନ୍ସ ଇନଷ୍ଟିଚୁଟ ର କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉଚକୋଟିର ଥିଲା ।

ଭରଚୁଆଲ ସଭାର ବିଶେଷ ଆକର୍ଷଣ ବୋଇତ ବନ୍ଦାଣ ସଂପର୍କ ରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ଲୋକପ୍ରିୟ ଗୀତ ଓ ନୃତ୍ୟ ଆଧାରିତ ଭିଡିଓ କ୍ଳୀପ୍ସ, କ୍ୱିଜ କମ୍ପିଟିସନ ଏବଂ ନାନା ରଙ୍ଗବେରଙ୍ଗ ର ଡଙ୍ଗି ପ୍ରତିଯୋଗିତା ଆଦି ଥିଲା |ସମଗ୍ର ଆୟୋଜନ କୁ ୟୁ. କେ. ସ୍ଥିତ ଓଡିଶା ସମାଜ ର ସଭାପତି ସୁମନ୍ତ ମାନସିଂହ ସୁପରିଚାଳନା କରିଥିଲେ। ଦେବୀ ପଟ୍ଟନାୟକ , ମାଷ୍ଟର ଭୀଦିପ ସାହୁ ଓ ଦୀକ୍ଷୀତା ରାଉତ ମଞ୍ଚ ସଂଚାଳନା କରିଥିଲେ ।  ସୁକାନ୍ତ ସାହୁ, ଅର୍ଚ୍ଚନା ମାନସିଂହ, ଉମାକାନ୍ତ ରାଉତ, ସନ୍ତୋଷ ସାହୁ , ଅମୁଲ୍ୟ ଜେନା, ସବିତା ଦାସ, ରଶ୍ମି ନନ୍ଦ, ଶୁଭକାନ୍ତ ଦାସ ଓ ବିଜୟ ସାହୁ ପ୍ରମୁଖ ସାଂଗଠନିକ ସହାୟତା ପ୍ରଦାନ କରିଥିଲେ | ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ଼ଃ ନଳିନୀ ପତି, ୟୁ.କେ. ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ଅଧକ୍ଷ ଡ଼ଃ ସହଦେଵ ସ୍ୱାଇଁ, ସାଧାରଣ ସମ୍ପାଦକ ଡ଼ଃ ପ୍ରକାଶ ଦେ ଓ ଓସୁକ ର ସାଧାରଣ ସଂପାଦକ ଶିବରଞ୍ଜନ ବିଶ୍ୱାଳ ପ୍ରମୁଖ ଅନ୍ତର୍ଭୂକ୍ତଥିଲେ ।

Related Post

ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାପାଣିରେ ଚାଷ ନଷ୍ଟ

Posted by - October 2, 2021 0
ବଳିଆପାଳ:(ପ୍ରଭାକର ମଲ୍ଲିକ )ଚଳିତ ବର୍ଷ ଲଘୁଚାପଜନିତ ଲଗାଣ ବର୍ଷା ଓ ଜଳକାନଦୀରେ ବାରମ୍ୱାର ବନ୍ୟା ଆସିବା ଫଳରେ ଦୀର୍ଘଦିନହେବ ଚାଷଜମିରେ ପାଣିଜମିରହିବା ଫଳରେ ରୁଆ ଧାନ ପଚି…

ରାୟଗଡ ଜିଲ୍ଲାପାଳଙ୍କ ଟିକିରି ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ

Posted by - July 18, 2022 0
“ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଅନୁଧ୍ୟାନ କଲେ, ଜଳ ଉତ୍ସବୁଲି ଦେଖିଲେ, ସଂକ୍ରମିତ ଗ୍ରାମ ଗୁଡିକରେ ତୁରନ୍ତ ବିଶୋଧନ କରିବାକୁ ନିର୍ଦ୍ଧେଶ ଦେଲେ” । ରାୟଗଡ :(ରମାକାନ୍ତ ପୋଢଳ)ରାୟଗଡ…

ହାତରେ ଠେଙ୍ଗା ଧରି ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ,ସାବାଡ କଲେ ଆଇନ ଉଲଙ୍ଘନକାରୀଙ୍କୁ

Posted by - March 24, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ…

ଭବାନୀପାଟଣା ‘ରେ ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଆୟୋଜିତ

Posted by - May 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସ୍ବାଗତ ଆଇଟିସି ସମ୍ମିଳନୀ କକ୍ଷରେ ‘ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଏବଂ ରାଜ୍ୟ…

ଅଙ୍ଗନ୍ ବାଡି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ,ବାରୁଦ ଖାନା ଅଙ୍ଗନବାଡି କେନ୍ଦ୍ର ରେ ଉତ୍ତେଜନା

Posted by - September 26, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ) ଅଙ୍ଗନ୍ ବାଡ଼ି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିବାରୁ ଘଟଣା ସ୍ଥଳ ରେ ଉତ୍ତେଜନା ସୃଷ୍ଟି…