୪୨ ଝାଡ଼ଖଣ୍ଡ ହାତୀ ନୀଳଗିରି ଅଞ୍ଚଳ ରେ ପଶିଲେ

748 0

ନିଳଗିରି :(ସୌମ୍ୟା ସାଇ ବାରିକ୍ପ୍ର)ତି ବର୍ଷ ଭଳି ହାତୀପଲ ପାଚିଲା ଧାନ ସମୟରେ , ନୀଳଗିରି ଅଞ୍ଚଳ କୁ ପଶି ଆସନ୍ତି । ଝାଡ଼ଖଣ୍ଡ ର ଦଲମା ଜଙ୍ଗଲ ରୁ ଏହି ହାତୀ ପଲ , ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ସୋନ ନଦୀ ପାର ହେବା ପରେ, ଗୋପାଳ ପୁର ଜଙ୍ଗଲ ମଧ୍ୟରେ ରହି ଥିଲେ । ଆସିବା ରାସ୍ତା ରେ ଏକର ଏକର ପାଚିଲା ଧାନ କ୍ଷେତ କୁ ଦଳି ମକଚି ଦେଇଥିବା ଦେଖା ଦେଇଛି। ବିଗତ ୧୦ /୧୫ ବର୍ଷ ଧରି ଏହି ହାତୀ ପଲ ନୀଳଗିରି ରେ, ଏକ ନିର୍ଦ୍ଧିଷ୍ଟ ସମୟରେ ପ୍ରବେଶ କରି ଅନେକ ଧନଜୀବନ ହାନି କରିଥିବା ର ନଜିର ରହିଛି ।

ବାଲେଶ୍ଵର ବନଖଣ୍ଡ ଅଧିକାରୀ ବିଶ୍ଵରାଜ୍ ପଣ୍ଡା ଙ୍କ ନିର୍ଦେଶ କ୍ରମେ ନୀଳଗିରି ରେଞ୍ଜର ମନ୍ୱର୍ ଖାଁ ଓ କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ଙ୍କ ନେତୃତ୍ୱ ରେ ଦୁଇଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ , ହାତୀ ମାନଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି । ଗତ କାଲି ରାତିରେ ଗୋପାଳ ପୁର ଜଙ୍ଗଲ ରୁ ହାତୀ ମାନେ ଆସି ଜଡ଼ିବାଲି ନିକଟସ୍ଥ ବୟାରସାହି ଜଙ୍ଗଲ ରେ ରହି ଥିବା ଜଣା ଯାଇଛି । ଏହି ହାତୀ ପଲ ରେ ୫ ଟି ଦନ୍ତା ହାତୀ , ୭ଟି ଛୁଆ ହାତୀ ଓ ୩୦ ଟି ମାଇ ହାତୀ ଥିବା ଜଣା ପଡିଛି।

ଆଉ ଏକ ବିରାଟ ହାତୀ ପଲ, ନୀଳଗିରି ମୁହାଁ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ର ରୁ ସୂଚନା ମିଳିଥିବା ବେଳେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଧନଜୀବନ ନଷ୍ଟ ନ ହେବା ଏବଂ ହାତୀ ମାନଙ୍କୁ ଫେରାଇ ଦେବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।ଘଟଣା ସ୍ଥଳରେ, ନୀଳଗିରି ତହସିଲଦାର ଅଶେଷ ନାୟକ, ଆଇ. ଆଇ. ସି. ପ୍ରଭଞ୍ଜନ ବେହେରା ଓ ଡି. ଏଫ୍. ଓ. ଶ୍ରୀ ପଣ୍ଡା, ଉପସ୍ଥିତ ରହି,ହାତୀ ଘଉଡା କାର୍ଯ୍ୟକ୍ରମ କୁ ତଦାରଖ କରୁ ଥିବା ଦେଖାଯାଇଛି।

Related Post

ନୀଳଗିରି ର ପ୍ରମୂଖ ସମସ୍ୟା:ନୀଳଗିରି କୁ ଦ୍ଵିତୀୟ ୩୩ କେ. ବି. ଲାଇନ୍ ସଂଯୋଗ ଏବଂ ନୀଳଗିରି ଷ୍ଟେସନ ସାହି ରୁ ବାଲେଶ୍ଵର କୁ ଦ୍ଵିତୀୟ ରାସ୍ତା ନିର୍ମାଣ

Posted by - August 3, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ୍)ବାଲେଶ୍ଵର, ନୀଳଗିରି ଉପଖଣ୍ଡ ରେ, ଦୀର୍ଘ ଦିନ ର ଦୁଇ ପ୍ରମୁଖ ସମସ୍ୟା ନୀଳଗିରି ବାସୀ ଙ୍କୁ ବିଚଳିତ କରିଛି। ଏଥିପାଇଁ ଏପର୍ଯ୍ୟନ୍ତ ବହୁ ଚେଷ୍ଟା,…

ତାମିଲନାଡୁ ରୁ ଦାଦନ ଶ୍ରମିକ ଉଦ୍ଧାର,କିଛିଦିନ ତଳେ ଭିଡିଓ ଭାଇରାଲ ହୋଇଥିଲା

Posted by - June 17, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବାଉଁଶୁଣି ଗାଁରୁ ଦାଦନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହୋଇ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ…

ବୌଦ୍ଧ ଜିଲାପରିଷଦ ବୈଠକ ଅନୁଷ୍ଠିତ

Posted by - November 30, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ

Posted by - January 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ…

ପୌରପାଳିକା ପକ୍ଷରୁ ସହରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )  ପୌରପାଳିକା ପକ୍ଷରୁ ସହରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ରାଜସ୍ୱ ଅତିରିକ୍ତ ଜିଲାପାଳ  ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ ।  ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ ।