ବଞ୍ଚିଥିବା ବୃଦ୍ଧା, କୋର୍ଟ ଅର୍ଡର୍ ରେ ମୃତ !

320 0

ନୀଳଗିରି:(ସୌମ୍ୟା ସାଇ ବାରିକ୍)ଜଣେ ୮୫ ବର୍ଷୀୟ ବୃଦ୍ଧା ବଞ୍ଚିଥିବା ବେଳେ , ବାଲେଶ୍ଵର ଜିଲ୍ଲା ଦୌରା ଜଜ୍ ଙ୍କ ଏକ ଅର୍ଡର୍ ରେ ତାଙ୍କୁ ମୃତ ଦର୍ଶା ଯାଇଥିବା ଦେଖିବାକୁ ମିଳିଛି । ଯାହାର – ଜେ . ଓ . କୋଡ଼ ନମ୍ୱର୍ – ଓ. ଡି . – ୦୦୭୫, ଆର୍ . ଏଫ୍. ଏ. ନମ୍ୱର୍ – ୨୩୮- ୨୦୧୭ ଅଟେ । ହସ୍ତଗତ ହୋଇଥିବା ସୂଚନା ରୁ ଜଣା ଯାଇଛି – ଏହି ଅର୍ଡର୍ ଟି ୩୦ ଜୁଲାଇ ୨୦୦୯ ମସିହା ରେ ଘୋଷଣା ହୋଇଥିଲା । ଯେଉଁ ଥିରେ ‘ ରୁକ୍ମଣୀ ‘ ମୃତ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ ହୋଇଛି।

କିନ୍ତୁ ବାସ୍ତବ ଚିତ୍ର – ସମ୍ପୂର୍ଣ୍ଣ ଅଲଗା। ଏହି ମହିଳା ଜଣଙ୍କ ଏବେବି ଜୀବିତ । ନିଜର ପୁଅ ବୋହୁ ଙ୍କ ପାଖରେ ରହୁଛନ୍ତି । ନ୍ୟାୟାଳୟ ଦ୍ଵାରା ମୃତ ଘୋଷିତ ହେବା ପରେ , ସେ ଅନେକ ଆଇନଗତ ସମସ୍ୟା ର ସମ୍ମୁଖିନ ହୋଇପାରନ୍ତି । କୋର୍ଟ ଙ୍କ ଏଭଳି ଏକ ନିଷ୍ପତି ଫଳରେ , ଦୟନୀୟ ଅବସ୍ଥା ରେ ଦିନ କରୁଛନ୍ତି ସେ। ଏ ସଂପର୍କ ରେ ଅଧିକ ତଥ୍ୟ ଜାଣିବା ପାଇଁ – ତାଙ୍କ ଘରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ସେ କୁହନ୍ତି- ମୁଁ ତ ବଞ୍ଚିଛି । କୋର୍ଟ ଅର୍ଡର୍ ରେ ମୋତେ ମୃତ ବୋଲି କୁହା ଯାଇଛି ।

ନ୍ୟାୟ ପାଇଁ ସମସ୍ତେ ନ୍ୟାୟାଳୟ ର ଦ୍ବାରସ୍ଥ ହୁଅନ୍ତି । ଯଦି କୋର୍ଟ ଏଭଳି ଅର୍ଡର୍ ଦିଅନ୍ତି ତେବେ ସେ ଦୁଃଖ ଜଣାଇବେ କାହାକୁ ବୋଲି ଓଲଟି ପ୍ରଶ୍ନ କରିଛନ୍ତି । ତେବେ ଏଭଳି ଅର୍ଡର୍ ହେଲେ , ସମାଜ ଉପ ରେ ନିଶ୍ଚୟ ଭୀଷଣ କୁ ପ୍ରଭାବ ପଡ଼ିବ ବୋଲି କୁହା ଯାଇପାରିବ । ” ବେଳହୁଁ ସାବଧାନ ନ ହେଲେ , ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ଭଳି ” ଦେଶ ରେ ନ୍ୟାୟିକ ବ୍ୟବସ୍ଥା ର ସ୍ଥିତି ବିଗିଡି ଯିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶଙ୍କା କରିହେବ ।

Related Post

ମଙ୍ଗଳବାରଠାରୁ ୧୪ ଜିଲା ଲକ୍‌ଡାଉନ୍‌:ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Posted by - March 23, 2020 0
ଭୁବନେଶ୍ୱର:୨୩।୦୩ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍…

ମଣ୍ଡିରେ କାର୍ଯ୍ୟ କରିଥିବା ଶ୍ରମିକ ପାଉଣା ପାଇବେ କେବେ ?

Posted by - July 5, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସରକାର ଶ୍ରମିକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିବା ସହ ଠିକ୍ ସମୟରେ ମଜୁରୀ ପ୍ରଦାନ କୁ ଗୁରୁତ୍ଵ ଦେଉଥିଲେ ହେଁ…

ପବିତ୍ର ପଶ୍ଚିମାଞ୍ଚଲ ନୂଆଖାଇ ଉପଲକ୍ଷେ ଚାଷୀଙ୍କ ଖାତାକୁ ଆସିଲା କାଳିଆ ସହାୟତା ରାଶି

Posted by - September 2, 2022 0
ବୌଦ୍ଧ :02/09ପବିତ୍ର ନୂଆଖାଇ ଅବସରରେ ଓଡ଼ିଶାର 41 ଲକ୍ଷ ରୁ ଉର୍ଦ୍ଧ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 81ହଜାର ଭୂମିହୀନ କୃଷକ ପରିବାର କୁ ରବି…

ବାତ୍ୟା ‘ୟାସ୍‌’ ଚାଲିଯିବା ପରେ ବନ୍ୟା ଏବେ ସଂକ୍ରମଣ ଆଶଙ୍କା

Posted by - May 28, 2021 0
ଭୁବନେଶ୍ବର /ଭଦ୍ରକ /ଯାଜପୁର :ବାତ୍ୟା ୟାସ୍‌ର ପ୍ରକୋପ ଛାଡି ନଥିବା ବେଳେ ପୁଣି ଅନ୍ୟପଟେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି  । ଆଖୁଆପଦା ଆନିକଟ ଠାରେ ବୈତରଣୀ…

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

Posted by - June 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସିତାବରଡି ପଡାରେ ଏକ ବାଲ୍ୟ ବିବାହ ଚାଲିଥିବା ଖବର ପାଇ ଭବାନୀପାଟଣା ଟାଉନ…