ଚନ୍ଦନ ଶ୍ରୀକ୍ଷେତ୍ର କମିଟି ପକ୍ଷରୁ ଗୀତ ଗୋବିନ୍ଦ ପାର୍ଟ ୩ ଉନ୍ମୋଚିତ

554 0

ଯାଜପୁର ଅଫିସ :ଯାଜପୁର ସ୍ଥିତ ବିରିପଟା ଜଗନ୍ନାଥ ମନ୍ଦିର ପରିସର ରେ ଚନ୍ଦନ ଶ୍ରୀକ୍ଷେତ୍ର କମିଟି ପକ୍ଷରୁ ଗୀତ ଗୋବିନ୍ଦ ପାର୍ଟ୩ ଭଜନ ର ଶୁଭ ଉନ୍ମୋଚନ ହୋଇଯାଇଛି। ଉକ୍ତ ଉଛବ ରେ ଚନ୍ଦନ ଶ୍ରୀକ୍ଷେତ୍ର କମିଟି ର ସଭାପତି ତଥା ପ୍ରାକ୍ତନ ଜୁନଭଦ୍ରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ଉଦ୍ଘାଟକ ଭାବେ ଜୁନଭଦ୍ରା ମହାବିଦ୍ୟାଳୟ ର ଅଧ୍ୟାପକ ଦାମୋଦର ବେହେରା ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଅଭିନେତା ତଥା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କ ଉଦ୍ୟସ ରେ ହୋଇ ଥିବା ଭଜନ ଗୀତ ଗୋବିନ୍ଦ ପାର୍ଟ୩ କୁ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ସୁବାଷ ଦାସ,ଶୈଳଭାମା ମହାପାତ୍ର, ଗୀତା ଦାସ ତପୁ ମିଶ୍ର ଗାଇ ଥିବା ବେଳେ ସୋମାୟା ପତି, ଶର୍ମିଷ୍ଠା ରାଣୀ ପଣ୍ଡା ଓଡିଶୀ ନୃତ୍ୟ ସାରା ରାଜ୍ୟ ତଥା ଦେଶ ବିଦେଶରେ ସୁନାମ ଆଣିଦେବ ବୋଲି ଆଶା ବେକ୍ତ କରିଛନ୍ତି।

ମନ୍ଦିର ର ମୁଖ୍ୟ ପ୍ରତିଷ୍ଠାତା ଡ଼ଃ ସସଧର ମେଦିନି ସିଂ ମହାପାତ୍ର ସୁଦୁର ଆମେରିକା ରେ ରହି ଜଗନ୍ନାଥ ଙ୍କ ପ୍ରତି ତାଙ୍କର ଏଭଳି ମହନୀୟ କାର୍ଯ୍ୟକୁ ଭୁଇଁଅସି ପ୍ରଶଂସା କରିଥିଲେ। ଏହି ଜୟଦେବ ଗୀତ ଗୋବିନ୍ଦ ର ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡା ନିର୍ଦେଶୀତ ଭଜନ କୁ ଲୋକାର୍ପିତ କରାଇଥିଲେ।ଅନ୍ୟତମ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ, ରିଜିଓନାଲ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ବେହେରା, ଚନ୍ଦନ ଶ୍ରୀକ୍ଷେତ୍ର କମିଟି ର ସମ୍ପାଦକ ଘନଶ୍ୟାମ ରାୟ, ସମାଜ ସେବୀ ମାନସୀ ପରିଡା, ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର, ଶିଶୁ କଣ୍ଠଶିଳ୍ପୀ ମାଷ୍ଟର ଦେବେଶ୍ୱର ପ୍ରମୁଖ ଉପସ୍ଥିତ ରହି ଜୟଦେବ ଗୀତ ଗୋବିନ୍ଦ ଭଜନ ର ଲୋକାର୍ପିତ ଉଛବ ରେ ଯୋଗ ଦେଇଥିଲେ।ଶେଷ ରେ ଚନ୍ଦନ ଶ୍ରୀକ୍ଷେତ୍ର କମିଟି ର ସଭାପତି ଶ୍ରୀ ରାଉତ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ

Related Post

ନଭେମ୍ବର ୮ରେ ମୁକ୍ତିଲାଭ କରିବ ‘ମାଲ୍‌ ମହୁ ଜୀବନ ମାଟି

Posted by - October 24, 2019 227
ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ…

ଓଡିଆ ସିନେମା ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଙ୍କ ବିୟୋଗ

Posted by - June 4, 2019 0
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ବଙ୍ଗୀୟ ସୁନ୍ଦରୀଙ୍କ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ

Posted by - March 12, 2020 290
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ସୁପୁତ୍ର ପ୍ରୀତିରଞ୍ଜନ ଘଡାଇ । ବଙ୍ଗୀୟ…

ସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚିତ

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚିତ ହୋଇଯାଇଛି। ପ୍ରଧାନ ଶିକ୍ଷକ…

ଆଜିଠାରୁ ତୃତୀୟ ସମ୍ବଲପୁର ମହୋତ୍ସବ

Posted by - November 20, 2022 0
ସମ୍ବଲପୁର ୨୦/୧୧ (ରମାକାନ୍ତ ବିଶ୍ବାଳ) ଆଜି ଠାରୁ ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡ଼ି ପଡ଼ିଆ ବିର୍ସା ମଇଦାନରେ ତୃତୀୟ ସମ୍ବଲପୁର୍‌ ମହୋତ୍ସବ ଆରମ୍ଭ ହେବ I ଏହି ମହୋତ୍ସବରେ…