ଭୁବନେଶ୍ବରରେ ସାଇବର କମ୍ପ୍ଲେକ୍ସ ଉଦଘାଟିତ, ସାଇବର ଅପରାଧ ମୁକାବିଲା ଆମ ପାଇଁ ଚ୍ୟାଲେଞ୍ଜ: ପୁଲିସ ମହାନିର୍ଦେଶକ

247 0

ଭୁବନେଶ୍ବର: ସାଇବର ଅପରାଧକୁ ମୁକାବିଲା କରିବା ଲାଗି ଆଉ ପାଦେ ଆଗେଇଛି ଓଡ଼ିଶା ପୁଲିସ | ଆଜି ଭୁବନେଶ୍ବରରେ ନବନିର୍ମିତ ସାଇବର କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ପୁଲିସ ଡିଜି ଅଭୟ | କଟକରେ ଅବସ୍ଥାପିତ ସାଇବର ଥାନା ଏବେ ଏଠାରେ ଚାଲିବ |ଉଦଘାଟନ ଅବସରରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଇବର ଅପରାଧ ମୁକାବିଲା ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ | ରାଜ୍ୟରେ ଯେଉଁଭଳି ସାଇବର୍ ଅପରାଧ ହେଉଛି ତାହାର ମୁକାବିଲା ଲାଗି ପୁଲିସ କର୍ମଚାରୀଙ୍କର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି |

ଅନ୍ତତଃ ଗୋଟିଏ ଥାନାରେ ଜଣେ କର୍ମଚାରୀ ସାଇବର ଅପରାଧର ତଦନ୍ତ କରିବାକୁ ଯେପରି ସକ୍ଷମ ହେବେ ତାହା ଉପରେ ଧ୍ୟାନ ଦିଆଯାଉଛି | ପୁଲିସ କର୍ମଚାରୀଙ୍କ ତାଲିମ ପାଇଁ ଜାତୀୟ ପୁଲିସ ଏକାଡେମି ସହ ଆଲୋଚନା ହୋଇଛି | ଜାତୀୟ ପୁଲିସ ଏକାଡେମିରେ ଥିବା ନ୍ୟାସନାଲ୍ ଡିଜିଟାଲ୍ କ୍ରାଇମ୍ ରିସର୍ଚ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ଏନଡିସିଆରଟିସି) ପକ୍ଷରୁ ଏହି ତାଲିମ ପ୍ରଦାନ କରାଯିବ | ୮ଟି ପର୍ଯ୍ୟାୟରେ ତାଲିମ ଦିଆଯିବାକୁ ଲକ୍ଷ ରଖାଯାଇଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି| ଏହି ଉଦଘାଟନୀ ଉତ୍ସବରେ କେତେକ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ |

Related Post

ଅଦିନିଆ ବର୍ଷାରେ ବେଲଗୁଣ୍ଠାର ତିନି ନଦୀର ଜଳସ୍ତର ବୃଦ୍ଧି; ଧୋଇଗଲା ଡ଼ାଇଭର୍ସନ ପୋଲ

Posted by - November 15, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଅଦିନିଆ ଲଗାଣ ବର୍ଷା ଯୋଗୁଁ ବେଲଗୁଣ୍ଠା ବ୍ଳକ୍ ରେ ପ୍ରବାହିତ ବଡ଼ନଦୀ,ବୋଡ଼ା ନଦୀ ଏବଂ ଲୋହରା ଖଣ୍ଡି ନଦୀରେ ଜଳ…

ବିଜେଡ଼ି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ:ଅମିତ ସାହା

Posted by - January 29, 2019 513
ସାଲେପୁର: ଆଜି ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ହେଲିକପ୍ଟରରେ ସତ୍ୟଭାମାପୁର ଯାଇଥିଲେ। ସେଠାରେ ଅମିତ ଶାହଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଆଜି…

ଦ୍ରୌପଦୀ ମୁର୍ମୁ ଙ୍କୁ ଗୀତ ମାଧ୍ୟମରେ ଅଭିନନ୍ଦନ

Posted by - July 24, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭାରତର ରାଷ୍ଟ୍ରପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଓଡ଼ିଆ ମାଟିର ଝିଅ ଦ୍ରୋପଦି ମୁର୍ମୁ  ବିଜୟୀ ହୋଇ…

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 9, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ…

ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅନ୍ୟତ୍ର ବଦଳି ପାଇଁ ଅବିଭାବକଙ୍କ ଦାବୀ ପାଠ ପଢା ବନ୍ଦ,ସ୍କୁଲ ରେ ପଡିଲା ତାଲା

Posted by - November 25, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଶାମ୍ପୂଚ ପଂଚାୟତ ଭରତାପୁର ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମନମୁଖୀ ଓ ସ୍କୁଲ ର ବିଭିନ୍ନ ଉନ୍ନୟନ ମୂଳକ…