ସ୍ପୋର୍ଟ୍ସ ଷ୍ଟାର ତରଫରୁ ପ୍ରମୋସନ୍ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ବିଶ୍ୱ ଚେସ୍ ଚମ୍ପିୟାନ୍ ବିଶ୍ୱନାଥନ ଆନନ୍ଦ । ତେବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ ପରେ ନିଜ ଅଭିଭାଷଣରେ କହିଛନ୍ତି ଯେ, ମୁଁ ଭାବୁଛି, ଆଲମ୍ପିକ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବ ନାହିଁ । ଏହି ସ୍ବୀକୃତି ପାଇଁ ସମ୍ମାନନୀୟ ଜୁରୀମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।ସୂଚନାଯୋଗ୍ୟ ଯେ ସ୍ପୋର୍ଟ୍ସ ଷ୍ଟାର ଏସ ଆୱାର୍ଡ ତିନୋଟି କେଟାଗୋରୀରେ ଯଥା ପପୁଲାର ଆୱାର୍ଡ , ଜୁରୀ ଆୱାର୍ଡ ଏବଂ ନୋମିନେଟେଡ ଆୱାର୍ଡ ପ୍ରଦାନ କରାଯାଏ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୁରୀରେ ହିନ୍ଦୁ ଗ୍ରୁପର ଅଧ୍ୟକ୍ଷ ଏନ୍. ରାମ, ପୂର୍ବତନ ହକି କ୍ୟାପଟେନ ଏମ.ଏମ. ସୋମେୟା, ଅଲମ୍ପିଆନ ଅଞ୍ଜଳି ଭଗତ ଓ ଅଂଜୁ ବବି ଜର୍ଜ ପ୍ରମୁଖ ସଦସ୍ୟ ଅଛନ୍ତି।
ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ କ୍ରୀଡାର ସାମଗ୍ରିକ ବିକାଶ ପାଇଁ ଦୂରଦୃଷ୍ଟି, ସମ୍ବଳ ସଂଗ୍ରହ ଏବଂ ନୀତି କାର୍ଯ୍ୟାନ୍ବୟନ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶା ଏଥିରେ State of the Year for the Promotion of Sports ପୁରସ୍କାର ପାଇଛି। ଜୁରୀର ଏହି ଚୟନ ସର୍ବସମ୍ମତ ଥିଲା।
