ଏକ୍‌ଜିଟ ପୋଲ ଉପରେ ଭାରତ ନିର୍ବାଚନ ଆୟୋଗର କଟକଣା

790 0

ଭୁବନେଶ୍ୱର :ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଭଳି ଯେ କୌଣସି ପ୍ରକାର ଏକ୍‌ଜିଟ ପୋଲ ଉପରେ ଭାରତର ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି । ଆସନ୍ତା ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥିପାଇଁ ନଭେମ୍ବର ୩ତାରିଖ ସକାଳ ୬ଟାଠାରୁ ନଭେମ୍ବର ୭ ତାରିଖ ସନ୍ଧ୍ୟା ୬ଟା ୩୦ ମଧ୍ୟରେ କୌଣସି ଏକ୍ଜିଟ ପୋଲ ଆୟୋଜନ କରିବା କିମ୍ବା ଏ ସଂକ୍ରାନ୍ତରେ ଛାପା ବା ବୈଦ୍ୟୁତିକ ଗଣମାଧ୍ୟମରେ ଏ ସଂକ୍ରାନ୍ତ ଖବର ପରିବେଷଣ କରିବା କିମ୍ବା ଅନ୍ୟ ଯେକୌଣସି ପ୍ରକାର ତଥ୍ୟ ପ୍ରଘଟ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି ।

ଏଥିସହିତ ଉପନିର୍ବାଚନ ପାଇଁ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ନିର୍ବାଚନ ସଂକ୍ରାନ୍ତ କୌଣସି ଓପିନିଅନ ପୋଲର ଫଳାଫଳ ସମେତ ଅନ୍ୟ ଯେ କୌଣସି ପୋଲ ସର୍ଭେ ସଂକ୍ରାନ୍ତ ତଥ୍ୟ ପ୍ରଘଟ ବା ପ୍ରଦର୍ଶନକୁ ନିଷେଧ କରାଯାଇଛି । ଏ ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ନିୟମାବଳି ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ କ୍ର​‌ମେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ନଭେମ୍ବର ୩ରୁ ୭ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୩ଟି ରାଜ୍ୟରେ କେତେକ ଲୋକସଭା ଓ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

Related Post

ନିମ୍ନମାନର କାମ ଯୋଗୁଁ  ଛାତରୁ ଗଳୁଛି ପାଣି, ଶିଶୁମାନଙ୍କ ଚାଉଳ ସହ ବିଭିନ୍ନ ଖେଳନା ନଷ୍ଟ

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଂଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୃତନଭାବେ ନିର୍ମାଣ ହୋଇଥିବା ଅଙ୍ଗନଓ୍ବାଡି କେନ୍ଦ୍ର ରେ ଛାତରୁ ପାଣି ଗଳି ଚାଉଳ ସହ…

‘ମୁଁ ଗରିବ ଘରର ଝିଅ, ମୋତେ ନ୍ୟାୟ,ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ମିଳୁ

Posted by - September 27, 2019 0
ଧର୍ମଗଡ଼: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଘଟଣା ଦିନ ତାଙ୍କୁ ଲିଫ୍ଟ ଦେଇଥିବା ଯୁବକ ଲଳିନ୍ଦ୍ର ଶବର ହିଁ ମୁଖ୍ୟ…

ମୂକ,ବଧିର ବାଳିକା ସନ୍ଧ୍ୟା ନିଖୋଜ, ଥାନାରେ ଏତଲା ଦାଖଲ କଲେ ପରିବାର ଲୋକେ

Posted by - November 13, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଭାଟଗୁଡା ଗ୍ରାମର ମୁକ ବଧିର ବାଳିକା ସନ୍ଧ୍ୟା ନିଖୋଜ ହେବା ସମ୍ପର୍କରେ ଥାନାରେ…

ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ,‘ଖର୍ଚ୍ଚ ଦିଆଯିବ, ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କର’

Posted by - March 28, 2020 329
ଭୁବନେଶ୍ବର: କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବାର ଖବର ମିଳିଛି। ଏହି ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ…

ପରୀର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡଦେବା ଦାବିରେ ଅନଶନ

Posted by - December 6, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି)ମାଆ ରମାଦେବୀଙ୍କ 122ତମ ଜୟନ୍ତୀ ଅବସରରେ ସଂଗ୍ରାମୀ ମାଟି ବରୀରୁ ସମାଜସେବୀ ସତ୍ୟରଞ୍ଜନ କରଙ୍କ  ନେତୃତ୍ୱରେ ପରୀର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡଦେବା ଦାବିରେ ବହୁ…