ସମାଜ ସେବୀ ରାଧାକୃଷ୍ଣ ପରିଡ଼ାଙ୍କ ଅକାଳ ବିୟୋଗ । ଅଞ୍ଚଳ ରେ ଶୋକ ର ଛାୟା।

396 0

ନୀଳଗିରି: (ସୌମ୍ୟା ସାଇ ବାରିକ୍) ଜଣେ ନିର୍ଭୀକ ସ୍ପଷ୍ଟ ବାଦି ଓ ସଂସ୍କାର ଧର୍ମୀ ଚିନ୍ତା ଧାରା ର ସମାଜ ସେବୀ ଥିଲେ ରାଧା କୃଷ୍ଣ ପରିଡା । ଗତ କାଲି ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ, ଜମୁଡିହା ସ୍ଥିତ ବାସ ଭବନ ରୁ,ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ, କଟକ ରେଫର୍ କରା ଯାଇଥିଲା। କଟକ ନେବା ରାସ୍ତା ରେ ଦିନ ପ୍ରାୟ ୧.୧୦ ମିନିଟ ରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା ।

ଏହି ଖବର ବିଜୁଳି ବେଗରେ ଜନ୍ମ ମାଟି ଜାମୁଡିହା ତଥା ନୀଳଗିରି ରେ ପ୍ରସାରିତ ହେବା ପରେ, ତାଙ୍କ ଘର ପାଖରେ ଶହ ଶହ ଲୋକ ଙ୍କ ଭିଡ଼ ଜମି ଥିଲା । ରାତି ୯ ଟା ରେ ଶବ ଦାହ ସମୟରେ, ତାଙ୍କର ଚାରି ଝିଅ ଅନିତା,ନମିତା , ସସ୍ମିତା ଓ ରଶ୍ମିତା ଙ୍କ ସମେତ ଚାରି ଜ୍ବାଇଁ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁତୁରା ହରିଶ୍ ପରିଡା , ସତ୍ୟଜିତ ରାଉତ୍, ସୁରେନ୍ଦ୍ର ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ପ୍ରଫୁଲ୍ଲ ବେହେରା । ଅଧ୍ୟାପକ ପ୍ରଭାତ ରାଉତ୍ , ବାୟୁସେନା ଅଧିକାରୀ ଲକ୍ଷ୍ମୀ ଧର ସାହୁ, ସଞ୍ଜୀବ ନାୟକ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ର ବିନ୍ଦୁ ଦାଶ ଓ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ।

ତାଙ୍କ ମୃତ୍ୟୁ ରେ,ନୀଳଗିରି ରାଜ ପରିବାର ର ଜୟନ୍ତ ମର୍ଦରାଜ, ଜଗଦୀଶ ମର୍ଦରାଜ, ଶେରଗଡ଼ ର ପୂର୍ବତନ ସରପଞ୍ଚ ବନମାଳୀ ଦାସ , ନିରଞ୍ଜନ ପାଢ଼ୀ , ଶରତ ମହାନ୍ତି , ସମରେନ୍ଦ୍ର ବାରିକ୍, ଭାରତୀ ବାରିକ୍ ଙ୍କ ସମେତ ଦୈନିକ ଅପରାହ୍ନ ସମ୍ପାଦକ ବଂଶୀଧର ଜେନା ପ୍ରମୁଖ ତାଙ୍କ ଅମର ଆତ୍ମା ର ସଦ୍ ଗତି କାମନା କରିବା ସହିତ, ଏଭଳି ଦୁଃଖଦ ସମୟରେ, ଈଶ୍ବର ତାଙ୍କ ପରିବାର ବର୍ଗ ଙ୍କୁ ସହାୟ ହୁଅନ୍ତୁ ବୋଲି, କହିଛନ୍ତି ।ଏଠାରେ ସୂଚନା ଯୋଗ୍ୟ – ଜାମୁଡିହା ଠାରେ, ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ଦିଗରେ, ସେ ପ୍ରମୁଖ ଭୂମିକା ଗ୍ରହଣ କରି, ସଫଳ ହୋଇଥିଲେ।

Related Post

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

Posted by - August 8, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା…

ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର

Posted by - July 3, 2022 0
ରାୟଗଡ଼ା :୨/୭(ଅଞ୍ଜନ କୁମାର ନାଏକ) )ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆକ୍ରୋଶ ଶିକାର ହେଉଛନ୍ତି। ଯାହା ବଡ଼ଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ମିଥ୍ୟା…

ଟିଟିଲାଗଡ଼ ତାଲୁକ ଆଇନ ସେବା ସମିତି ତରଫରୁ ଶିଶୁ ଦିବସ ପାଳିତ

Posted by - November 14, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପବିତ୍ର ଶିଶୁ ଦିବସ ଉପଲକ୍ଷେ ଏବଂ ୨ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହେବାକୁ ଥିବା ପେନ ଇଣ୍ଡିଆ ଆୱାର୍ନେସ ଏବଂ ଆଉଟରିଚ କେମ୍ପେନ…

ପୁରୁଣାକଟକ ଜିଲ୍ଲlପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - November 21, 2022 0
ବୌଦ୍ଧ (ଚିତ୍ତରଞ୍ଜନ ସିଂ ). ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣୀ ମଣ୍ଡପ ଠାରେ ସୋମବାର ଜିଲ୍ଲା ପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ…

ବକେୟା ବିଦ୍ୟୁତ ଶୁଳ୍କ ନେଇ ପୁରୁଣାପଡା ଗୌନ୍ତିଆ ଙ୍କ ନାଁରେ ମାମଲା ରୁଜୁ କଲା ଟାଟା ପାୱାର

Posted by - April 25, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ ଟାଟା ପାୱାର ବିଦ୍ୟୁତ ବିତରଣ ହାତକୁ ନେବାପରେ ବକେୟା ବିଦ୍ୟୁତ ବିଲ ଆଦାୟ ଜାରିରହିଛି ।…