Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବରୀରେ କ୍ଷେତ୍ର ତଦନ୍ତ ଆଧାରରେ ପଲିଥିନ ଓ ସହାୟତା ପ୍ରଦାନ: ଜିଲ୍ଲାପାଳ

707 0

ଯାଜପୁର ଅଫିସ: ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ବରୀ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଧିରେ ଧିରେ ବନ୍ୟା ଜଳ କମୁଥିବାରୁ ଲୋକମାନଙ୍କୁ ସହଯୋଗ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ସାଧାରଣତଃ ବନ୍ୟା ଜଳ ଛାଡ଼ିବା ପରେ ତାହାର କ୍ଷତିପୂରଣ, ପଲିଥିନ ଇତ୍ୟାଦି ବଣ୍ଟନ ପାଇଁ ତଦନ୍ତ ମାଧ୍ୟମରେ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ମାନବିକ ମୂଲ୍ୟବୋଧ ଦୃଷ୍ଟି କୋଣରୁ ରାଜ୍ୟ ସାହାଯ୍ୟ ଆୟୁକ୍ତଙ୍କ ପରାମର୍ଶକ୍ରମେ ଅସୁବିଧାରେ ରହୁଥିବା ପ୍ରଭାବିତ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପଲିଥିନ ଯୋଗାଣ କରାଯାଇଥିଲା ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏହି ପଲିଥିନ ବଣ୍ଟାଚାଲିଥିବା ବେଳେ ଗୁରୁବାର କେତେକସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ପଲିଥିନ ବଣ୍ଟନକୁ ବନ୍ଦ ରଖାଯାଇଛି ବୋଲି ଜିଲ୍ଳାପାଳ କହିଛନ୍ତି ।

ସାଧାରରଣତଃ ମାଟି, ଚାଳଛପର ଘର ଗୁଡ଼ିକ ବ୍ୟାପକ ପ୍ରଭାବିତ ହୋଇଥାଏ । ଏପରିକି କିଛି ସ୍ଥାନରେ ଗୋଟିଏ ମହଲା ଛାତ ଘର ମଧ୍ୟ ଅଧାରୁଅଧିକ ବୁଡ଼ିଯାଇଥିବାର ଦେଖାଯିବାରୁ ତାହାକୁ ମଧ୍ୟ କ୍ଷତିଗ୍ରସ୍ତ ତାଲିକାରେ ରଖାଯାଇ ପଲିଥିନ ଯୋଗାଣପାଇଁ ବିଚାର କରାଯାଇଥିଲା । କିନ୍ତୁ କେତେକ କ୍ଷତିଗ୍ରସ୍ତ ହୋଇନଥିବା ଏକମହଲା ଘରେ ପାଣି ପଶିନଥିବା କିମ୍ବା ୨/୩ ମହଲା ଘରଥିବା ବ୍ୟକ୍ତି ମଧ୍ୟ ପଲିଥିନ ହାତେଇ ଥିବାର ଅଭିଯୋଗ ମିଳିବା ପରେ ପଲିଥିନ ବଣ୍ଟନକୁ ବନ୍ଦ ରଖାଯାଇଛି । ସଂପୃକ୍ତ ବ୍ୟକ୍ତି ବିଶେଷ ରାସନ କାର୍ଡ଼ ମାଧ୍ୟମରେ ପଲିଥିନ ବଣ୍ଟନ ପାଇଁ ଚାପ ସୃଷ୍ଟି କରୁଥିବା ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରକାଶ କରିବା ସହ ବଣ୍ଟନରେ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ଜଣାଇଛନ୍ତି । ତେଣୁ ଆଗାମୀ ୫/୬ ଦିନ ମଧ୍ୟରେ ୩୦ଟି ଟିମ ମାଧ୍ୟମରେ ବନ୍ୟାରେ ପ୍ରଭାବିତ ଗୃହଗୁଡ଼ିକର ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଛନ୍ତି ।

ସେହି ତଦନ୍ତ ଆଧାରରେ ପଲିଥିନ, ଘରଭଙ୍ଗା ସହାୟତା, ସରକାର ଘୋଷଣା କରିଥିବା ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରାଯିବ, ରାସନ କାର୍ଡ଼ ଏକ ପରିଚୟପତ୍ର ଭାବେ ବ୍ୟକ୍ତିର ଚିହ୍ନଟ ପାଇଁ ଆବଶ୍ୟକ ତେଣୁ ତଦନ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଭୁଲ୍‌ବଶତଃ ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ପଲିଥିନ ନେଇଛନ୍ତି ସେମାନେ ତାହାକୁ ଫେରସ୍ତ ଦେବା ପାଇଁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି । କ୍ଷତିଗ୍ରସ୍ତ ବା ପ୍ରଭାବିତ ମାନଙ୍କ ପାଇଁ ପ୍ରଶାସନ ଉଦାରପୂର୍ଣ୍ଣଭାବେ ସହାୟତା କରୁଛନ୍ତି । ତେବେ କୌଣସି କ୍ଷେତ୍ରରେ ଅନିୟମିତତା ଓ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ତେଣୁ ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଜିଲ୍ଳାପାଳ କଢ଼ା ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଜନତା ଲୋକ ପ୍ରତିନିଧି ମାନେ ଏଥିରେ ସହଯୋଗ କରିବାକୁ ଶ୍ରୀଦାସ ଅନୁରୋଧ କରିଛନ୍ତି ।

Related Post

ଆଡି ବନ୍ଧ ନହେଲେ ଭୂଗୋଳ ମାନ ଚିତ୍ରରୁ ନିଶ୍ଚିହ୍ନ ହେବ ମନମୁଣ୍ଡା,ତେଲନଦୀ କୂଳ ୧୩୨ଫୁଟ ନଦୀ ଗର୍ଭରେ ଲୀନ

Posted by - September 17, 2021 0
ବୌଦ୍ଧ (ଚିତ ରଂଜନ ସିଂ):- ଗତ କିଛି ବର୍ଷ ମଧ୍ୟରେ ମନମୁଣ୍ଡା ତେଲନଦୀ କୂଳ ପ୍ରାୟ ୧୩୨ଫୁଟ ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଜାଣିବାକୁ ମିଳିଛି।ଆଜି ମନମୁଣ୍ଡା…

ହୀରାକୁଦ ଜଳଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ, ଖର୍ଚ୍ଚ ହେବ ୨୦୦ କୋଟି

Posted by - December 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ହୀରାକୁଦ ଜଳଭଣ୍ଡାରରେ ଏବେ ଜଳ ବିଦ୍ୟୁତ ସହ ଉତ୍ପାଦନ ହେବ ସୌର ବିଦ୍ୟୁତ(solar power)। ତେବେ ଏହି ପ୍ରକଳ୍ପଟି 200 କୋଟି ବଜେଟରେ କରାଯିବ ବୋଳି…

ଆଦିବାସୀମାନଙ୍କ ହକ ଓ ଅଧିକାର ପାଇଁ ଗର୍ଜନ କଲା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ

Posted by - August 22, 2022 0
ସମ୍ବଲପୁର ୨୨/୦୮(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡ଼ିଶାରେ ଆଦିବାସୀ ଙ୍କୁ ସେମାନଙ୍କ ହକ ତଥା ଅଧିକାର ତୁରନ୍ତ ପ୍ରଦାନ ପାଇଁ ଗର୍ଜନ କରି ମହା ସମ୍ବିଳନି କରିଛି ପଶ୍ଚିମ ଓଡିଶା…

ଲାଞ୍ଚ ନେଇ ଧରା ପଡ଼ିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର୍‌

Posted by - January 9, 2020 0
ଭଦ୍ରକ: ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡାଟା ଏଣ୍ଟ୍ରି ଅପରେଟର୍ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶ୍ରମ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ

Posted by - August 25, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଠାରେ ଥିବା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ଭାଗିରଥି ଖର୍ସେଲ ୨୦ ହଜାର ଟଙ୍କା ଲାଞ୍ଚମାଗୁଥିବା ସମୟରେ…