ଯୋଡା ପୌରପାଳିକାରେ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ, ୧୦ ହଜାର ଟଙ୍କା ସୂଚନା ଫଳକକୁ ୫୦ ହଜାର ବିଲ୍

331 0

ବଡ଼ବିଲ:ଯୋଡା ପୌରପାଳିକାରେ କାଉନସିଲ ଭଙ୍ଗ ହେବା ପରେ ସରକାରୀ ଧନ କିଭଳି ଭାବେ ହରିଲୁଟ ହେଉଛି ତାହାର ଏକ ବଡ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ପୌର ଅଧିକାରୀଙ୍କ ମନମୁଖି ଖର୍ଚ୍ଚ ଏବେ ଯୋଡା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନକୁ ଦିନ ପୌରପାଳିକାର ରାସ୍ତାଘାଟର ଅବସ୍ଥା ମରାମତି ଅଭାବରୁ ଶୋଚନୀୟ ହୋଇପଡିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସୂଚନା ଫଳକ ଲଗାଇବା କାହା ସ୍ୱାର୍ଥରେ ବୋଲି ଅଭିଯୋଗ ହୋଇଛି । ପୌରପାଳିକାରେ ବିଭିନ୍ନ ୱାର୍ଡ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ମନ୍ଦିର ଏବଂ ଦୂରତା ଜାଣିବା ନିମନ୍ତେ ସୁଚନା ଫଳକ ମାନ ଲଗାଯାଇଛି । ଏକ ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି ଯେ, ଏହି ବାବଦକୁ ଶତାଧିକ ସୂଚନା ଫଳକ ଯୋଡା ପୌରପାଳିକାରେ ଲଗାଯାଇଥିବା ବେଳେ ଗୋଟିଏ ସୂଚନା ଫଳକର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରେ ଭୁବନେଶ୍ୱର ସଂସ୍କୃତି ଆସୋସିଏଟ୍ ନାମକ ଏକ ଘରୋଇ ସଂସ୍ଥା ଠାରୁ ବିନା ଟେଣ୍ଡରେ କିଣାଯାଇଛି ।

ଏହି ସୂଚନା ଫଳକ ବାବଦକୁ ମୋଟ ୪୫ ଲକ୍ଷ ୫୯ ହଜାର ୬ଶହ ୫୫ ଟଙ୍କା ୫୦ ପଇସା ଖର୍ଚ୍ଚ କରାଯାଇଛି । ଯୋଡା ଏକ କ୍ଷୁଦ୍ର ସହର ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଯେଉଁଠି ଗୋଟିଏ ଫଳକରେ କାମ ଚଳାଯାଇପାରିଥାନ୍ତା ସେପରି ସ୍ଥଳେ ୨ରୁ ୩ଟି ଲେଖାଁ ଫଳକ ଗୋଟିଏ ସ୍ଥାନରେ ପୋତାଯାଇ ଯୋଡା ଜନସାଧାରଣଙ୍କ ଟିକସ ଅର୍ଥକୁ ଅପଚୟ କରାଯାଇଛି । ଭୁବନେଶ୍ୱରରୁ କିଣାଯାଇଥିବା ଏହି ସୂଚନା ଫଳକ (ଜିନ୍ଦଲ ଷ୍ଟିଲ ଓ ଓଜନ ୨୭ କେ.ଜି.) କେନ୍ଦୁଝର, ଯୋଡା, ବଡବିଲ ମଧ୍ୟରେ ତିଆରି ହୋଇ ଏହାର ସର୍ବୋଚ୍ଚ ଦାମ ୯ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ମିଳିପାରୁଥିବା ବେଳେ ୪୯ ହଜାର ୩ଶହ ୮୮ ଟଙ୍କା ୫୦ ପଇସାରେ ଦେଇ ପ୍ରତି ସୂଚନା ଫଳକ ବିନା ଟେଣ୍ଡରେ କିଣାଯାଇ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବାଟମାରଣା କରାଯାଇଥିବା ଯୋଡା ଜନସାଧାରଣ ଅଭିଯୋଗ କରିଛନ୍ତି ।

କାଉନସିଲ ଭଙ୍ଗ ହେବା ପରେ ଚମ୍ପୁଆ ଉପଜିଲ୍ଲାପାଳ ଅଧ୍ୟକ୍ଷ ଭାବେ ପୌରପାଳିକାର କାର୍ଯ୍ୟ ଭାର ତୁଲାଇଆସିଛନ୍ତି । ତେବେ ନିର୍ବାହୀ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ଉପରେ ଏବେ ଯୋଡା ବାସୀଙ୍କ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ଏହାର ଉଚ୍ଚ ସ୍ଥରିୟ ତଦନ୍ତ ହେଲେ ଏଥିରେ ସମ୍ପୃକ୍ତ ବହୁ ପଦାଧିକାରୀଙ୍କ ମୁଖା ଖୋଲିପାରିବା ସହିତ ରାଜ୍ୟ ସରକାରଙ୍କର ବହୁ ଅର୍ଥ ଭରଣା କରାଯାଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

Related Post

ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଭାରତୀୟ କ୍ରିକେଟ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲୀ

Posted by - June 13, 2022 0
ଭୁବନେଶ୍ବର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଜୁନ୍ ୧୨ ତାରିଖ ଅପରାହ୍ଣ ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଭାପତି ତଥା…

କାର୍ତ୍ତିବ୍ୟରେ ରହି ଅସହଯୋଗ ଆନ୍ଦୋଳନ ରେ ତାଲପାଲି ଡାକ୍ତର ଖାନା ର ଆୟୂଷ ଡାକ୍ତର

Posted by - October 8, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗାଇସିଲେଟ ବ୍ଲକ ର ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମଧ୍ୟ ଅସହଯୋଗ ଆନ୍ଦୋଳନ ରେ…

ଧରାପଡ଼ିଲା ଗୋଲଡେନ୍‌ ବାବା,ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା

Posted by - January 1, 2019 0
ଭୁବନେଶ୍ୱର:ଗୋଲଡେନ୍‌ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ…

ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ,ଗୋଟିଏ ନିୟମ ହେଲା କୋହଳ, ଜାଣନ୍ତୁ କେଉଁଟି ?

Posted by - September 6, 2019 0
ପୁରୀ: ନୂଆ ଟ୍ରାଫିକ୍ ନିୟମ ପରେ ଏବେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି।ଏ ନେଇ ଟ୍ୱିନ୍…