Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ବର ଲିଙ୍କ୍‌

269 0

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ମାମଲାରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ଏକ ପ୍ରେସମିଟ୍‌ରେ ପ୍ରତିକ୍ରିୟା ରଖିଛନ୍ତି। ଡ଼ିଜିଙ୍କ କହିବା ଅନୁଯାୟୀ ରିଆଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ମାମଲାକୁ ନାରକୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ତଦନ୍ତ ଦାୟିତ୍ୱ ନେଇଛନ୍ତି।ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ମାଦକ ଦ୍ରବ୍ୟ କାରବାର ସମ୍ପୃକ୍ତି ରହିଛି କି ନାହିଁ ସେ ଦିଗ ଉପରେ ଏନସିବି ତଦନ୍ତ କରିବ। ସୁଶାନ୍ତ ସିଂହ ଓ ରିୟା ଚକ୍ରବର୍ତ୍ତୀଙ୍କୁ ମାଦକଦ୍ରବ୍ୟ ଯୋଗାଣ କରାଯାଉଥିଲା କି ନାହିଁ ସେଦିଗରେ ତଦନ୍ତ କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ଏନସିବି ନିକଟକୁ ପତ୍ର ଲେଖିଥିଲା। ଏନସିବି ନିର୍ଦେଶକ ରାକେଶ ଆସ୍ଥାନା କହିଛନ୍ତି ଯେ ସେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଇଡିର ଅନୁରୋଧ ପତ୍ର ମିଳିଥିଲା।

ଇଡିର ଅନୁରୋଧ ଓ ସୂଚନା ଆଧାରରେ ଏନସିବି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବୁଧବାର ମାମଲା ରୁଜୁ କରିଛି। ରିୟାଙ୍କ ହ୍ବାଟସଆପ୍ ଚାଟରେ ସେ ଭୁବନେଶ୍ବର ଆସିଥିବା କଥା ଜଣା ପଡ଼ିଛି। ରିୟା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସିମୋନ୍ ଖମ୍ବୋଟାଙ୍କ ସହ ହ୍ବାଟସଆପରେ ଭୁବନେଶ୍ବରରେ ଡ୍ରଗ୍ସ୍ ମିଳୁଥିବା କଥା ଲେଖିଛନ୍ତି। ଏହି ହ୍ବାଟସଆପ୍ ଚାଟ୍ ୨୦୨୦ ,ମାର୍ଚ୍ଚ ୧୮ତାରିଖର ବୋଲି ଜଣା ପଡ଼ିଛି। ସେ ସିମୋନଙ୍କୁ ଭୁବନେଶ୍ବର ଗଞ୍ଜେଇ ଏବଂ ସବୁପ୍ରକାର ନିଶା ଦ୍ରବ୍ୟର ଭଲ ପେଣ୍ଠସ୍ଥଳୀ ବୋଲି କହିଛନ୍ତି। ତେବେ ରିୟା ଭୁବନେଶ୍ବର କାହା ସହ ଆସିଥିଲେ ଏବଂ କେଉଁଠି ରହିଥିଲେ ତାହା ଏବେ ଜଣା ପଡ଼ି ନାହିଁ।

Related Post

ଜାତୀୟ ଚେସ ପ୍ରତିଯୋଗିତା ଓଡିଶାରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଝିଅ

Posted by - June 18, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସମ୍ପ୍ରତି ରାଜ୍ୟ ଚେସ ସଂଘ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟା ଚେସ ପ୍ରତିଯୋଗିତା ଚାଲିଛି।୧୪ବର୍ଷରୁ କମ ବାଳିକା ବର୍ଗରେ ବୌଦ୍ଧ ଜିଲ୍ଲାର ଝିଅ ଶାନ୍ତି ସାହୁ…

ମାଁ ସମଲେଶ୍ବରୀଙ୍କ ଦର୍ଶନ କରି କାର୍ଯ୍ୟ ଆରମ୍ଭ କଲେ ସମ୍ବଲପୁର ର ନୂତନ ଜିଲ୍ଲାପାଳ ଅନନ୍ୟା ଦାସ

Posted by - June 23, 2022 0
ସମ୍ବଲପୁରର:(ରମାକାନ୍ତ ବିଶ୍ବାଳ)୨୦୧୫ ବ୍ୟାଚ ଆଇଏଏସ ଅଫିସର, ଭାରତୀୟ ପ୍ରଶାସନିକ ସେବା ସର୍ବ ଭାରତୀୟ ସ୍ତରରେ ୧୬ ନମ୍ବର ସ୍ଥାନ ଅଧିକାର କରିଥିବା ଅନନ୍ୟା ଦାସ ଗତକାଲି (ବୁଧବାର)…

ବିଜେବି କଲେଜ ର ଛାତ୍ରୀ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି

Posted by - July 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ବିଜେବି କଲେଜ ର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା…

କଳାହାଣ୍ଡି ଶିକ୍ଷା ବିଭାଗ ରେ କେଳେଙ୍କାରୀ, ୩୯ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ହଡପ କରି ମହିଳା କର୍ମଚାରୀ ଫେରାର୍

Posted by - October 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପୁଣି ଏକ କେଳେଙ୍କାରୀ ଚର୍ଚା ର ବିଷୟ ହୋଇଛି ।ଭବାନୀପାଟଣା ବ୍ଲକ୍…

ପୁଣି ଶିଶୁ କନ୍ୟା ଅଲୋଡ଼ା, ରାସ୍ତାକଡ଼ରୁ ଉଦ୍ଧାର ହେଲା ନବଜାତକ

Posted by - January 10, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପୁଣି ଶିଶୁ କନ୍ୟା ହେଲା ଅଲୋଡ଼ା। ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ କନ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବଡ଼ଚଣା…