ଓଡ଼ିଶାର ସୁନ୍ଦରଗଡରୁ ଅପହରଣ ହୋଇଥିବା ନାବାଳିକାକୁ ଗତ ୮ ତାରିଖ ଦିନ ରାଜସ୍ଥାନର ଝୁନଝୁନଠାରେ ଉଦ୍ଧାର କରିଥିଲା ଦିଲ୍ଲୀ ମହିଳା କମିଶନ । ଏବେ ଯୁବତୀ ଜଣଙ୍କ ଗର୍ଭବତୀ ଅଛନ୍ତି । ସୁନ୍ଦରଗଡ ଲାଠିକଟା ଥାନା ଅଞ୍ଚଳରେ ରହୁଥିବା ଏହି ଯୁବତୀଙ୍କୁ ତାଙ୍କ ବାପାଙ୍କ ବିନା ଅନୁମତିରେ ତାଙ୍କର କିଛି ସମ୍ପର୍କୀୟ ରାଜସ୍ଥାନର ମୁକେଶ ଅଗ୍ରୱାଲ ଓ କିଷାନ ଅଗ୍ରୱାଲଙ୍କୁ ବିକ୍ରି କରିଦେଇଥିଲେ । ଝିଅର ଉଦ୍ଧାର ପାଇଁ ବାପା ବାରମ୍ବାର ପୋଲିସକୁ କହି ବିଫଳ ହେବା ପରେ ଦିଲ୍ଲୀ ମହିଳା କମିଶନଙ୍କୁ ଗତ ଜାନୁଆରୀରେ ଜଣାଇଥିଲେ । ଦିଲ୍ଲୀ ମହିଳା କମିଶନର ଆଣ୍ଟି ଟ୍ରାଫିକିଙ୍ଗ ଟିମ ଚଢାଉ କରି ନାବାଳିକାକୁ ଉଦ୍ଧାର କରି ଦିଲ୍ଲର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
Facebook Notice for EU!
You need to login to view and post FB Comments!