ବରୀରେ ବନ୍ୟା, ବରୀ-କଳାମାଟିଆ ଯୋଗାଯୋଗ ବିଛିନ୍ନ, ଜିଲ୍ଲାପାଳଙ୍କ ବନ୍ୟାଂଚଳ ପରିଦର୍ଶନ

504 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛି । ନୂଆନଈର ବନ୍ୟା ଜଳ ମାଡିଆସି ବରୀ-କଳାମାଟିଆ ରାସ୍ତା ସାଇ ମନ୍ଦିର ନିକଟରେ ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ବରୀ-କଳାମାଟିଆ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ଖରସ୍ରୋତା ଶାଖା ତନ୍ତିଘାଇ ନଦୀରେ ବନ୍ୟାଜଳ ବୃଦ୍ଧି ଘଟିଛି । ଯାହାଫଳରେ ଅଙ୍ଗାଳୋ, ମଧୁସୂଦନପୁର, ଅନ୍ୟାସୀପୁର , ବାଲିବିଲି, ଅରଙ୍ଗାବାଦ, ରତଳାଙ୍ଗ , ବୋଦୁଅ, ଉଦୟନାଥପୁର , ରମ୍ପା ପଂଚାୟତର ପାଟ ଜମିରେ ବନ୍ୟାଜଳ ମାଡି ଯାଇଛି । ସନ୍ଧ୍ୟାରେ ରମ୍ପା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି ।

ବିରୂପା, କେଲୁଅ ନଦୀରେ ବନ୍ୟାଜଳ ସମାନ୍ୟ ବୃଦ୍ଧି ଘଟିଥିଲା ବେଳେ ଗମୁଁ, ଶେରପୁର, ମହାକାଳପଡା ପଂଚାୟତରେ ପାଟ ଜମିରେ ବନ୍ୟାଜଳ ମାଡିଯାଇଛି । ମୋଟ ବରୀ ବ୍ଲକ୍‌ର ୨ ହଜାର ହେକ୍ଟର ଚାଷଜମିରେ ବନ୍ୟା ଜଳ ମାଡିଯିବା ଦ୍ୱାରା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ନଦୀ ବନ୍ଧର ରେନକୋର୍ଟ ଗୁଡିକ ବାଲିବସ୍ତା ପକାଯାଇ ମରାମତି କରାଯାଉଛି । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଶିବାନନ୍ଦ ସ୍ୱାଇଁ ପ୍ରମୁଖ ବନ୍ୟାଂଚଳ ପରିଦର୍ଶନ କରି ତହସିଲ କାର୍ଯ୍ୟାଳୟରେ ଏ ନେଇ ସମୀକ୍ଷା ବୈଠକ କରିଥିଲେ । ଏଥିରେ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସ ଉପସ୍ଥିତ ରହି ବନ୍ୟା ନିୟନ୍ତ୍ରଣ ଉପରେ ଜିଲ୍ଲାପାଳ ଦାସଙ୍କ ସହ ଆଲୋଚନା କରିଥିଲେ ।

ଏଥି ସହିତ ଦେବେନ୍ଦ୍ର ଦାସ ବ୍ରାହ୍ମଣୀ ନଦୀ କୂଳ ବସ୍ଥି ସାହୁପଡା, ମମାଟିଆପଡା ଆଦି ଗ୍ରାମ ବୁଲି ବନ୍ୟା ବପନ୍ନଙ୍କୁ ଭେଟିଥିଲେ । ବନ୍ୟାକୁ ମୁକାବିଲା କରିବା ପାଇଁ ୩ଟି ବୋଟ ବ୍ୟବସ୍ଥା କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ରଖାଯିବା ପାଇଁ ବ୍ୟବସ୍ଥା ଚାଲିଛି । ତେବେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ନଦୀ ମାନଙ୍କରେ ବିପଦ ସଂକେତ ତଳେ ବନ୍ୟା ପାଣି ପ୍ରବାହିତ ହେଉଛି । ବନ୍ୟା ପରିସ୍ଥିତି ସଙ୍ଗିନ ହେଲେ ପ୍ରଶାସନ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସାରିଛି ବୋଲି କୁହାଯାଇଛି ।

Related Post

ମୃତ୍ୟୁ ବି ଏମିତି ଆସେ , ଧରାଧରି ହୋଇ ବୁଡ଼ି ଗଲେ ତିନି ସାଙ୍ଗ

Posted by - November 17, 2020 0
ରେମୁଣା:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତ ର, ତିନି ନଦୀ ର ସଙ୍ଗମ ସ୍ଥଳ କାଠ ସଂଗଡ଼ା ଘାଟ ରେ ଗାଧୋଇବାକୁ ଯାଇ,…

ମିଥ୍ୟା ଆରୋପ ପ୍ରତିବାଦ ରେ ପୂର୍ବତନ ସରପଞ୍ଚ ଙ୍କ ସାମ୍ବାଦିକ ସମ୍ମିଳନୀ

Posted by - February 4, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ନୀଳଗିରି ବ୍ଳକ, ପିଠାଅତା ପଞ୍ଚାୟତ ର ପୂର୍ବତନ ସରପଂଚ, ତାଙ୍କ ଉପରେ ଲଗା ଯାଇଥିବା, ସମସ୍ତ ମିଥ୍ୟା ଆରୋପ କୁ ଏକ ସାମ୍ବାଦିକ ସମ୍ମିଳନୀରେ, ଖଣ୍ଡନ…

ପଛୁଆ ପାଣିର ବନ୍ୟା ,ଏବେ ବି ବହୁ ଗାଁ ପାଣିଘେରରେ , ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଛିନ୍ନ, ଚାଷଜମି ଜଳମଗ୍ନ.

Posted by - August 18, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ୫ଦିନ ପରେ ସୁଧୁରି ନାଇଁ ବନ୍ୟା ପରିସ୍ଥିତି, ବଢୁଛି ବିପନ୍ନଙ୍କ ଦୁର୍ଦଶା। ହୀରାକୁଦ ଡେମର ୪୦ଟି ଗେଟ ଖୋଲାଯାଇ ଡେମର ବନ୍ୟାଜଳ…

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

Posted by - November 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ବେଳେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିସ୍କାର କରିବା ଦାବୀରେ…

ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ

Posted by - October 8, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ । ସ୍ତାନୀୟ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତିକା…