ବିଦ୍ୟାବାଲନ ଙ୍କ ସମ୍ବଲପୁରୀ ଶାଢୀ କିଣିଲେ ଓଡିଆ ଝିଅ

504 0

ଭଦ୍ରକ :ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ର ନିଲାମ ଜିତିଛନ୍ତି ଭଦ୍ରକର ଦେବାଂଶୀ ମିଶ୍ର । ଆଇଆଇଟି ଗୌହାଟୀରେ ସିଭିଲ ଇଂଜିନିୟରିଂ ପାଠ ପଢ଼ୁଥିବା ଦେବାଁଶୀ ୫୫ ହଜାର ଟଙ୍କାରେ ଏହି ନିଲାମ ଜିତିଛନ୍ତି । ଅନଲାଇନ୍‌ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଯାଇଥିବା ବ‌େଳେ ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା

ଆଗ୍ରହୀ ବ୍ୟକ୍ତିବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ୍‌ ଫର୍ମସ୍‌’ରେ ଆବେଦନ କରିଥିଲେ । ଆଉ ଶେଷରେ ଦେବାଂଶୀ ସର୍ବାଧିକ ମୂଲ୍ୟ ଦେଇ ଏହି ଶାଢ଼ିକୁ ହାତେଇଛନ୍ତି ବୋଲି ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌ ‌ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ ଶାଢ଼ି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯାଇଛି ।

Related Post

ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ 

Posted by - January 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ କ୍ରମେ ବଳକା ଖାଦ୍ୟ ବଂଟନ କରାଗଲା ଯାଜପୁର ଜିଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତର ପୂର୍ବତନ ସରପଂଚ ଦର୍ଶନ ପତିଙ୍କ ଦ୍ୱାଦଶ କ୍ରିୟାରେ ହୋଇଥିବା ଭୋଜିରେ ବିପୁଂଳ ପରିମାଣର ଖାଦ୍ୟ ବଳି ପଡିଥିଲେ । ପରିବାର ଲୋକେ ସାମାଜିକ ଗଣମାଧ୍ୟମ ଯୋଗେ ଯାଜପୁର ଖବର କୁ ଜଣାଇଥିଲେ ।  ଯାଜପୁର ଖବର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଶୋକ ଦାସ ପାଂଉଣ୍ଡେସନ ର ମିଳିତ ଉଦ୍ୟମ କ୍ରମେ ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ଏହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ।

ରଜ ପର୍ବରେ ଜିଲ୍ଲପାଳ କୋମଳମତୀ ଶିଶୁଙ୍କ ମୁହଁରେ ହସ ଫୁଟାଇଲ

Posted by - June 15, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ…

ଡାକ୍ତର ଦେଖାଇଲେ ମହାନତା,କଲେ ବିପଦପୂର୍ଣ୍ଣ ସଫଳ ଅସ୍ତ୍ରୋପଚାର ବଞ୍ଚାଇଲେ ପ୍ରସୂତି ଓ ନବଜାତକ ଜୀବନ

Posted by - July 19, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ଜଣେ ଆସନ୍ନ ପ୍ରସବା ଗର୍ଭ ଜନିତ ଯନ୍ତ୍ରଣା ରେ ଛଟପଟ ହୋଇ ଶୁକ୍ରବାର ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲା ।ତାର ରିସ୍କି…

ପର୍ବତ ରୋହଣ ପ୍ରଶିକ୍ଷଣରେ ବଡ଼ବିଲର ବିଷ୍ଣୁ ନାରାୟଣ ମହାନ୍ତ

Posted by - November 27, 2019 0
ବଡ଼ବିଲ,ତା ୨୫ ନଭେମ୍ବର (ସୀତାରାମ ଦୀକ୍ଷିତ) ପର୍ବତ ରୋହଣ ପ୍ରଶିକ୍ଷଣରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ଜଗଦୀଶ ମହାନ୍ତଙ୍କ ପୁଅ ବିଷ୍ଣୁ ନାରାୟଣ ମହାନ୍ତ । ସେ ନେହରୁ…