ଖୁଲମ ଖୁଲା ପଦାରେ ବୁଲୁଛନ୍ତି କରୋନା ସନ୍ଦିଗ୍ଧ,କାହାରି ନିଘା ନାହି

487 0

ଭୁବନେଶ୍ବର: ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ସ୍ତରରେ ଭାରତର ଅବସ୍ଥା କରୋନା ସଂକ୍ରମିତରେ ଜୁଡୁବୁଡୁ। ସେହିପରି ରାଜ୍ୟରେ କରୋନାର ତାଣ୍ଡବ ଦିନକୁ ଦିନ ଉଗ୍ରରୂପ ଧାରଣ କରିଚାଲିଛି। ଯାହାଦ୍ୱାରା ଭୟ ଓ ଆଶଙ୍କାରେ ଜୀବନ ଓ ଜିବିକା ଉପରେ ଘୋର ପ୍ରଭାବ ପଡୁଛି। ଏହି ପରୀପ୍ରେକ୍ଷୀରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମିତରେ ଅନ୍ୟ ଜିଲ୍ଲାକୁ ପଛରେ ପକାଇ ପ୍ରଥମସ୍ଥାନ ଅଧିକାର କରିସାରିଲାଣି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ରେ କରୋନା ସଂକ୍ରମିତ ଅନ୍ୟ ଜିଲ୍ଲା  ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବ୍ଲକ ସଦର ମହକୁମା ବୋଲଗଡ ପଞ୍ଚାୟତରେ ଗତ ୨ଦିନ ମଧ୍ୟରେ ର‍୍ୟାପିଡ ଆଣ୍ଟିଜେନ ଟେଷ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୧୯କୁ ଛୁଇଁ ସାରିଲାଣି।ଏହି ପରି କେତେକ ପଞ୍ଚାଯତ ରେ ଟେଷ୍ଟ ହେଉନଥିବା ମଧ୍ୟ ଦେଖା ଯାଉଛି।

ତେବେ ଜିଲ୍ଲା ର କେତେକ ବ୍ଲକ ରେ ସଂକ୍ରମିତ ସନ୍ଦିଗ୍ଧ ବ୍ୟକ୍ତି ବାହାରେ ଖୁଲମ୍‍ଖୁଲା ବିଶ୍ରୁଙ୍ଖଳିତ ଭାବେ ବଜାର ତଥା ରାସ୍ତା ଘାଟରେ ଘୁରି ବୁଲୁଛନ୍ତି। ଅପରପକ୍ଷେ ଯେଉଁମାନେ କରୋନା ଚିହ୍ନଟ ହୋଇଛନ୍ତି,ସେମାନଙ୍କ ସେଠାକାର ପ୍ରଶାସନର କୈାଣସି ଦେଖାଶୁଣା ନାହିଁ। ଚିହ୍ନଟ ପରେ ସେମାନେ ସମସ୍ତ ଜାଗାରେ ଅନାୟାସରେ ତଥା ଅବାଧରେ ବୁଲୁଥିବାର ଦେଖିବାକୁ ମିଳୁଛି। ପଜିଟିଭ ବ୍ୟକ୍ତିମାନଙ୍କର ସଂକ୍ରମିତ ହେବାକୁ ନେଇ ଟିକିଏ ହେଲେ ଭୟ ନଥିବା ପରି ଜଣାଯାଉଛି।ଯଦି ଏଭଳି ଅବସ୍ଥା ଆଗକୁ ଲାଗି ରହେ କରୋନା ନିଶ୍ଚିତ ଭାବେ କାୟା ବିସ୍ତାର କରି ବ୍ଲକର ସମସ୍ତ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Related Post

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

Posted by - July 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପଯ୍ୟନ୍ତ ହରଭଙ୍ଗା…

ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ

Posted by - May 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧକ୍ଷ ବିଷ୍ଣୁଚରଣ…

ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଛନ୍ଦାମୁଣ୍ଡ ଗ୍ରାମବାସୀ

Posted by - November 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ଗ୍ରାମରେ ନିଦୀଘାଟ ନିର୍ମାଣ ପ୍ରକଳ୍ପର ସ୍ଥାନ ଅଦଳବଦଳକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ।…

ଡାକ୍ତରଙ୍କୁ ଗୁଳିମାଡ଼:ଡାକ୍ତର ଓ ମେଡିସିନ ଦୋକାନୀ ଗୁରୁତର

Posted by - December 15, 2019 421
ଖୋର୍ଦ୍ଧା ୧୫।୧୨: କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଗୁଳିମାଡରେ ଡାକ୍ତର ମାନସ ଦାସ ଓ ଜଣେ ମେଡିସିନ ଦୋକାନୀ କର୍ମଚାରୀ ଆହତ ହୋଇଛନ୍ତି…

ବେଷ୍ଟ ମହିଳା ପୋଲିସ ଅଫିସରଙ୍କର ଦବଙ୍ଗ ଗିରି,ଥାନାରେ ଥାର୍ଡ ଡିଗ୍ରୀ,ଭିଡିଓ ଭାଇରାଲ

Posted by - May 18, 2020 378
ଭୁବନେଶ୍ବର/କେନ୍ଦୁଝର  :(ସୀତାରାମ ଦୀକ୍ଷିତ)କେଁନ୍ଦୁଝର ଜିଲ୍ଲା ପାଟଣା ଥାନାର କାର୍ୟ୍ୟରତ ଥାନାଧିକାରୀ ସଂଧ୍ୟାରାଣୀ ଜେନା ।କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ ପୋଲିସ ଅଫିସର ପଦକ ମଧ୍ୟ…