ବିକ୍ରମତିରଣ ପଂଚାୟତରେ ବ୍ୟାପକ ଦୁର୍ନିିତି ଓ ଅନିୟମିତତା ହୋଇଥିବା ଅଭିଯୋଗ

530 0

ଯାଜପୁର :(ଆନନ୍ଦ ଚଦ୍ର ସାହୁ )ଯାଜପୁର ଜିଲା ବଡଚଣା ବ୍ଲକ ରେ ଅବିଭକ୍ତ ବିକ୍ରମତିରଣ ପଂଚାୟତରେ ବ୍ୟାପକ ଦୁର୍ନିିତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପଂଚାୟତକୁ ଆସୁଥିବା ସରକାରୀ ଅନୁଦାନ କୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଚକ୍ରାନ୍ତ କରି ଅର୍ଥକୁ ହରିଲୁଟ କରୁଥିବା ଅଭିଯୋଗ ହୋଇଛି । ଆମ ଗାଁ ଆମ ବିକାଶ ଯୋଜନାରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କାକୁ ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ସାମଲ ।

ଅଭିଯୋଗ ମୁତାବକ ପଂଚାୟତରେ ମନରେଗା ଯୋଜନାରେ ମେସିନରେ କାମ କରାଯାଉଛି ପଂଳରେ ଶ୍ରମିକ ମାନେ କାମ ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁମାନେ ଅଯୋଗ୍ୟ ଭାବେ ଚିହ୍ନଟ ହୋଇଥିଲେ ସେମାନଙ୍କୁ ଯୋଗ୍ୟ କରାଯାଇଛି । ଏଭଳି ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ସର୍ବେଶ୍ୱର । ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

Related Post

ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ

Posted by - September 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ୧୬ଦିନ ଧରି ଭକ୍ତ ଙ୍କୁ ଦର୍ଶନ ଦେବେନି ମା । ଅଞ୍ଚଳରେ ଭକ୍ତି ଭାବର ଲହରୀ ଖେଳି ଯାଇଛି। ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ…

ମାସ୍କଟ ମାଧ୍ୟମରେ ପାଳିତ ହେଲା ବିଶ୍ୱ ଗଣ୍ଡା ଦିବସ

Posted by - September 23, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ବିଶ୍ୱ ଗଣ୍ଡା ଦିବସ।ଏ ନେଇ ନନ୍ଦନକାନନରେ ପାଳିତ ହୋଇଯାଇଛି ଗଣ୍ଡା ଦିବସ।ବିଶ୍ୱରେ ବିଲୁପ୍ତ ହୋଇ ଆସୁଥିବା ଗଣ୍ଡାଙ୍କ ସଂଖ୍ୟା କିପରି ବୃଦ୍ଧି ପାଇବ ଓ ଏହାର…

ପଶ୍ଚିମ ଓଡ଼ିଶାର ନନ୍ଦନକାନନର ମାନ୍ୟତା ଲାଭ କରିବ ବୌଦ୍ଧର ପରିବେଶ ପାର୍କ

Posted by - November 1, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ…

ଜୀବନ ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା, ଗାଁ ଗାଁ ବୁଲି ସର୍ଭେ ବେଳେ ଟଳିପଡିଲେ ଅଙ୍ଗନଓ୍ବାଡୀ କର୍ମୀ

Posted by - May 5, 2020 0
କେନ୍ଦୁଝର ୫।୫: (ସୀତାରାମ ଦୀକ୍ଷିତ )କେନ୍ଦୁଝରରେ ଜଣେ କୋରୋନା ଯୋଦ୍ଧା ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । କୋରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ…