ଭୁବନେଶ୍ବର :ବିଜେଡିରେ ୪୫ ଜଣଙ୍କୁ ନୂଆ ସମ୍ପାଦକ ଓ ୪୧ ଜଣଙ୍କୁ ନୂଆ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ନିମନ୍ତେ ପୂର୍ବରୁ ବରିଷ୍ଠ ଉପସଭାପତି, ସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସମ୍ପାଦକ ଭାବରେ ପ୍ରାୟ ୫ ଡ଼ଜନ ନେତାଙ୍କୁ ନିଯୁକ୍ତି ଦେଇଥିଲେ । ଏବେ ଦଳରେ ୪୫ ଜଣ ସମ୍ପାଦକ ଓ ୪୧ ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ପ୍ରଥମଥର ପାଇଁ ବିଜେଡିର ପଦାଧିକାରୀ ତାଲିକା ୧୫୦ରୁ ଅଧିକ ହୋଇଥିବାବେଳେ କୋଷାଧ୍ୟକ୍ଷ ପଦବୀ ପାଇଁ ଏପର୍ଯ୍ୟନ୍ତ କାହାରି ନାମ ଘୋଷଣା ହୋଇନି। ଆଜି ଦଳର ସମ୍ପାଦକ ଓ ଯୁଗ୍ମ ସମ୍ପାଦକ(ପ୍ରଥମଥର) ତାଲିକା ଘୋଷଣା ହୋଇଛି। ସମ୍ପାଦକ ପଦବୀରେ ୪୫ଜଣ ଓ ଯୁଗ୍ମ ସମ୍ପାଦକ ପଦବୀରେ ୪୧ଜଣଙ୍କୁ ଥଇଥାନ କରାଯାଇଛି ।ନିଯୁକ୍ତି ପାଇଥିବା ୯୬ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ପ୍ରାୟ ୪୫ ବର୍ଷରୁ କମ୍ । ୪୫ରୁ ୫୦ ବର୍ଷ ମଧ୍ୟରେ ଖୁବ୍ କମ୍ ଯୁବ ନେତା ଏହି ନୂଆ ତାଲିକାରେ ସାମିଲ ହୋଇଛନ୍ତି । ପ୍ରଥମ ଓ ଦ୍ବିତୀୟ ପିଢ଼ି ନେତାଙ୍କୁ ସହାୟତା ଦେବା ନିମନ୍ତେ ତୃତୀୟ ପିଢ଼ିକୁ ଦଳରେ ପ୍ରସ୍ତୁତ କରାଯାଉଥିବା ଏହି ନୂଆ ତାଲିକାରୁ ସ୍ପଷ୍ଟ ହୋଇ ଯାଇଛି ।