ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ତନଖି

373 0

ଯାଜପୁର ଅଫିସ :ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍‌ାର ବିଭିନ୍ନ ସ୍ଥାନରେ ତନଖି କରାଯାଇଚ୍ଥି । ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣ ପାଇଁ ବିବିଧ ପଦକ୍ଷେପ ନେଉଥିବା ପରିପ୍ରେକ୍ଷୀରେ ରାସାୟନିକ ସାର ସଠିକ ମୂଲ୍ୟରେ କୃଷକଙ୍କ ନିକଟରେ ଉପଲବ୍ଧ କରାଇବାକୁ ପ୍ରୟାସ କରିଚ୍ଥନ୍ତି । ତେବେ କେତେକ ସାର ବିକ୍ରୟ କେନ୍ଦ୍ରରୁ ମାତ୍ରାଧିକ ୟୁରିଆ ସାର କ୍ରୟ କରିଥିବା ୨୦ ଜଣ କୃଷକଙ୍କ ଆବଶ୍ୟକତା ଓ ଏହାର ଉପଯୋଗକୁ ତନଖି କରିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଳ୍‌ାପାଳ ଶ୍ରୀ ଦାସ ଯାଜପୁର ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ଓ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଯଥାକ୍ରମେ ବଡଚଣା, ରସୁଲପୁର, ଦଶରଥପୁର ଏବଂ ଯାଜପୁର ରୋଡର ମୋଟ ୨୦ ଜଣ ଚାଷୀଙ୍କୁ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମହାନ୍ତି ଏକ ଟିମ୍‌ର ନେତୃତ୍ୱ ନେଇ ଚ୍ଥତିଆ, ବାଲିଚନ୍ଦ୍ରପୁର, ହରିପୁର, ରାମବାଗ, ଅଣ୍ଢେଇଗୋଡା ଇତ୍ୟାଦି ସ୍ଥାନର ଚାଷୀ ମାନଙ୍କ ଦ୍ୱାରା କ୍ରୟ କରାଯାଇଥିବା ୟୁରିଆ ସାରର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ସେହିପରି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମିଶ୍ର ଅନ୍ୟ ଏକ ଟିମ୍‌ର ନେତୃତ୍ୱ ନେଇ ଯାଜପୁର ରୋଡ ଚାଷୀ ମାନଙ୍କର ଅନୁଧ୍ୟାନ କରିଥିଲେ । ବାସ୍ତବରେ ଚାଷ ଜମି ପାଇଁ ଆବଶ୍ୟକୀୟ ୟୁରିଆ ସାର ଠାରୁ ଏହି ଚାଷୀମାନେ ଅଧିକ କ୍ରୟ କରିଥିବାରୁ ଏହା ମାଧ୍ୟମରେ କଳାବଜାରର ଆଶଙ୍କା ରହିଚ୍ଥି । ଏହି ଚାଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ଅତିରିକ୍ତ ଜିଲ୍ଳ୍‌ାପାଳ ସୁପାରିଶ କରିଚ୍ଥନ୍ତି । ଏହି ତନଖିରେ କୃଷି ଉପନିର୍ଦ୍ଦେଶକ ଶରତ କୁମାର ପୃଷ୍ଟି, ପ୍ଳାଣ୍ଟ ପ୍ରୋଟେକ୍ସନ ଅପିଂସର ଶ୍ରୀଧର ଦାସ, ଯାଜପୁର କୃଷି ଅଧିକାରୀ ବିମଳକାନ୍ତି ରପ୍ତାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ

Related Post

ଭଉଣୀ ଗୀତାଙ୍କର ପଦ୍ମଶ୍ରୀ ସମ୍ମାନ ଗ୍ରହଣ ନ କରିବା ନିଷ୍ପତ୍ତି ରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - January 29, 2019 0
‘ମୋ ଭଉଣୀ ଯାହା ଚାହିଁବ ତାହା କରିବ, ଏଥିରେ ତା’ର ସଂପୂର୍ଣ୍ଣ ଅଧିକାର ରହିଛି।’ ଏହା କହିଲେ ଭାଇ ନବୀନ ପଟ୍ଟନାୟକ।ନ୍ୟୁୟର୍କରେ ରହୁଥିବା ଗୀତା ଏକ‌ ପ୍ରେସ୍…

ବର୍ଷାରେ ଧୋଇଗଲା ହାଲେରଯୋର ଅସ୍ଥାୟୀ ପୋଲ ଧର୍ମଗଡ଼ -ଜୁନାଗଡ ପରିବହନ ବିଚ୍ଛିନ୍ନ

Posted by - July 13, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ)ଗତ ଦୁଇ ଦିନ ଧରି ହେଉଥିବା ଲଗାଣ ବର୍ଷାରେ ବଡବସୁଲ ହାଲେରଯୋର ଅସ୍ଥାୟୀ ପୋଲ ଧୋଇ ହେବା ଯାଇଛି । ଫଳରେ ଧର୍ମଗଡ-ଜୁନାଗଡକୁ…

ବିଭିନ୍ନ ପୁଜା ମଣ୍ଡପରେ ବିଜୟା ଦଶମୀ ରେ ସିନ୍ଦୁରଖେଳ

Posted by - October 15, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ହେଉଛି ପବିତ୍ର ବିଜୟୀ ଦଶମୀ , ଆଜି ବିଭିନ୍ନ ପୁଜା ମଣ୍ଡପରେ ଦଶମୀ ପୁଜା ପାଉଛନ୍ତି ମାଁ । ତେବେ ସମ୍ବଲପୁର ବଡବଜାର ବଙ୍ଗାଳିପଡା…

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

Posted by - January 19, 2020 0
ଭୁବନେଶ୍ୱର ୧୯।୦୧ – ନିରବୀ ଯାଇଛି ଏକ ସ୍ବର ।  ସେହି ମହାବାହୁଙ୍କ ପାଖକୁ ଚାଲିଯାଇଛନ୍ତି ସୁନନ୍ଦା ପଟ୍ଟନାୟକ।  ଏହି ମର୍ମସ୍ପର୍ଶୀ କଣ୍ଠ ପ୍ରତିଟି ଓଡ଼ିଆର ହୃଦୟକୁ…

Comments are closed.