ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ

391 0

ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩ ଜଣ, ଅନୁଗୁଳ ପୌରାଞ୍ଚଳରୁ ୩ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୩ ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୨ ଜଣ, କଣିହାଁ, ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ବନରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ଚାରିଜଣ ଯାକ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୯,୩୬,୪୫ ଓ ୫୨ ବର୍ଷ ଅଟେ।ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ତିନିଜଣଙ୍କ ମଧ୍ୟରେ ଦୁଇଜଣ ମହିଳାଙ୍କ ବୟସ ୨୯ ଓ ୫୦ ବର୍ଷ ହୋଇଥିବା ବେଳେ ଜଣେ ପୁରୁଷଙ୍କ ବୟସ ୩୨ ବର୍ଷ ଅଟେ।

ଅନୁଗୁଳ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ତିନିଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଯାହାଙ୍କ ବୟସ ୨୬ ଓ ୪୯ ଏବଂ ସେମାନେ ଦୁଇଟି ପୃଥକ ପେଡ କ୍ୱାରେଣ୍ଟଟାଇନରେ ରହିଥିବା ବେଳେ ତାଙ୍କର ପଜିଟିିଭ ବାହାରିଥିବା ଜଣାପଡିଛି। ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଛନ୍ତି।ଅନୁଗୁଳ ବ୍ଲକ ଅଞ୍ଚଳର ତିନିଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୮,୫୬ ଓ ୬୦ ବର୍ଷ ଅଟେ।ଏମାନେ ସମସ୍ତେ ଭୁବନେଶ୍ୱର ର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥିବା ଜଣାପଡିଛି ।

କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ପୁରୁଷ ଓ ଜଣେ ୬୫ ବର୍ଷୀୟା ମହିଳା ଅଛନ୍ତି।କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ମହିଳା ଆକ୍ରାନ୍ତଙ୍କ ବୟସ ୪୬ ବର୍ଷ ଅଟେ।ସେହିପରି ତାଳଚେର ପୌରାଞ୍ଚଳର ଜଣେ ୪୩ ବର୍ଷୀୟା ମହିଳା ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥବା ଜଣାପଡିଛି।

ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିିଭ ହୋଇଥିବା ଜଣାପଡିଛି।୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।ଇତି ମଧ୍ୟରେ ସୁସ୍ଥ ହୋଇଥିବା ୯ ଜଣଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୩୭୭ କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୮୬ ରେ ପହଞ୍ଚିଲା।

Related Post

କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ବରୀ ଯାତ୍ରା

Posted by - October 19, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୈଜ୍ଞାନିକ ଯୁଗରେ ମଧ୍ୟ ପଶୁବଳୀ କୁ ବିଶ୍ୱାସ କରୁଛି ମାନବ ସମାଜ! ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଓ…

ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

Posted by - November 13, 2019 0
ମୟୁରଭଞ୍ଜ:11/11/2019 ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ପଞ୍ଚାୟତ ଖଟୁଆପଡା ଗ୍ରାମବାସୀଙ୍କ ବ୍ଲକ ସମ୍ମୁଖରେ ଧାରଣା ଓ ବିକ୍ଷୋଭ…

‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ର

Posted by - December 15, 2019 101
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବାଦ ପରିବେଷଣ ସମୟରେ ସତ୍ୟତା ଓ ନିରପେକ୍ଷତା ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣଲୋକଙ୍କ ବିଶ୍ୱସନୀୟତା…

ଦୁର୍ନୀତି ନିବାରଣ ସଚେତନତା ସଭା

Posted by - November 5, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ)  ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର ସରକାରୀ ମହାବିଦ୍ୟାଳୟ ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି…