Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

୨ ପୁଟର ପାଣି ମଧ୍ୟରେ ସ୍ୱାଧୀନତା ଦିବସ ପାଳନ

428 0

ମାଲକାନଗିରି:(ଅବଦୁଲ ଘନି ) ଆଜି ଦେଶ ପାଳନ କରିଛି ୭୪ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଛନ୍ତି । କରୋନା ମହାମାରୀ ସମୟରେ ଦେଶବାସୀଙ୍କ ମନରେ ସାହସ ଭରିଛନ୍ତି । ଆତ୍ମନିର୍ଭରର ମନ୍ତ୍ର ପଢାଇଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ତ୍ରିରଙ୍ଗା ଉଡ଼ାଇ କରୋନା ବିପତ୍ତି ସମୟରେ ନିବେଶ ପ୍ରସ୍ତାବ ବୃଦ୍ଧି ପାଇଥିବାର ଗୋଲାପୀ ଚିତ୍ର ରଖିଛନ୍ତି ।କୋଭିଡ ନିୟମ ମାନି ଜିଲ୍ଲା ସ୍ତରରେ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ, ବେସରକାରୀ ଅନୁଷ୍ଠାନ ସବୁଠି ଉଡ଼ିଛି ତ୍ରିରଙ୍ଗା । ହେଲେ ବିଡ଼ମ୍ବନାର ବିଷୟ ହେଉଛି ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ପାଣି ଘେରରେ ପତାକା ଉତ୍ତୋଳନ କରିବାକୁ ପଡ଼ିଛି ।

ଆମେ କହୁଛୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କଥା ।ଏହି ଦୃଶ୍ୟ ମାଥିଲି ବ୍ଲକର କୌଣସି ଅପହଂଚ ଇଲାକାର ନୁହଁ । ମାଥିଲି ବ୍ଲକ ସଦର ମହକୁମାରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟର ଦୃଶ୍ୟ । ୨ ପୁଟର ପାଣି ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ରାଜୁ କ୍ଷିତି ପତାକା ଉତ୍ତୋଳନ କରିଛନ୍ତି ।ଯଦି ଅଗଷ୍ଟ ମାସରେ ବର୍ଷା ହେଉଛି, ତାହାହେଲେ ଏଠାରେ ପ୍ରତିବର୍ଷ ଏପରି ଘଟଣା ଦେଖିବାକୁ ମିଳୁଛି । ମରାମତି ଅଭାବରୁ କାର୍ଯ୍ୟାଳୟ କୋଠାରୁ ପାଣି ଗଳୁଛି । ବସିବାକୁ ମଧ୍ୟ ଜାଗା ମିଳୁନି । କାର୍ଯ୍ୟାଳୟରେ ପାଣି ଭର୍ତ୍ତି ହୋଇଯାଉଛି । କାଗଜପତ୍ର ଭିଜି ନଷ୍ଟ ହୋଇଯାଉଛି । ତଥାପି ସରକାରଙ୍କୁ ଅଧିକ ରାଜସ୍ୱ ଦେଉଥିବା ବିଭାଗର କାର୍ଯ୍ୟାଳୟ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ ।

ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି । ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର ହୋଇଛି । ମରାମତି କରାଯିବା ସହ ପାଣି ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି କହିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । କିନ୍ତୁ ପରବର୍ତ୍ତୀ ସମୟରେ ଏକଥାକୁ ଭୁଲି ଯାଇଛି । ଏଣୁ ଏବେ ପୁଣି ପାଣି ଘେରରେ ପତାକା ଉତ୍ତୋଳନ କରିବାକୁ ପଡ଼ିଛି ।ତୁରନ୍ତ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏବେ ଦେଖିବାର କଥା, ଗ୍ରାମ୍ୟ ଉନ୍ନୟନ ବିଭାଗ ମରାମତି କରୁଛି ନା ସାଧାରଣତନ୍ତ୍ର ଦିବସରେ ମଧ୍ୟ ପାଣି ଘେରରେ(ବର୍ଷା ହେଲେ) ପତାକା ଉଡ଼ାଇବା ପାଇଁ ସୁଯୋଗ ଦେଉଛି ।

ଅନ୍ୟପକ୍ଷେ ଲଗାଣ ବର୍ଷା ତଥା ବନ୍ୟା ପରିସ୍ଥିତି ସତ୍ତ୍ୱେ ବିିଭିନ୍ନ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମାଥିଲି ବ୍ଲକ କାର୍ଯ୍ୟାଳୟଠାରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା, ପଂଚାୟତ କାର୍ଯ୍ୟାଳୟରେ ପିିଇଓ ଅଶୋକ ମହାରଣା, ଜଳଯୋଗାଣ କାର୍ଯ୍ୟାଳୟରେ ହିମାଂଶୁ ଶେଖର ପ୍ରଧାନ, ଗାନ୍ଧୀ ଛକଠାରେ ଡି.ଗୁରୁମୂର୍ତ୍ତି, ପୁରୁଣା ଲକ୍ଷ୍ମଣ ନାୟକ ଭବନଠାରେ ପୂର୍ବତନ ସରପଂଚ କାନାମ ରାଜୁ ନାୟକ, ନୂତନ ଲକ୍ଷ୍ମଣ ନାୟକ ଭବନଠାରେ ସଂଗ୍ରାମୀ ଲକ୍ଷ୍ମଣ ନାୟକ ଙ୍କ ନାତି ମୁକୁନ୍ଦ ନାୟକ ପତାକା ଉତ୍ତୋଳନ କରିଛନ୍ତି । ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ କରାଯାଇଛି ।

Related Post

ବହୁ ଘାତ ପ୍ରତିଘାତ ପରେ ଶେଷ ହେଲା ନାଏବ ସରପଞ୍ଚ ନିର୍ବାଚନ

Posted by - April 2, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଳକ ରେ ନାଏବ ସରପଞ୍ଚ ନିର୍ବାଚନ ସୁରଖୁରରେ ସମାପ୍ତ ହୋଇଥିବା ବେଳେ ଦୁର୍ଗମ ଥୁଆମୂଳ…

ବେଆଇନ ଭାବେ ବନ୍ଧୁକ ଫୁଟାଇ ବିଜୟ ସେଲିବ୍ରେସନ କଲେ ବିଜେଡି କାଉନସିଲର

Posted by - March 26, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲର । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦିନିକିଆ ଯାଜପୁର ଗସ୍ତ

Posted by - February 20, 2019 0
ଯାଜପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଯାଜପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଜିଲାର ୪୯୯ କୋଟି…

ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ

Posted by - September 14, 2019 0
ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ, କେନ୍ଦୁଝର,୧୪/୯କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ହାତୀକୁଚା…

‘ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ: ନବୀନ ପଟ୍ଟନାୟକ

Posted by - April 1, 2019 508
ଭୁବନେଶ୍ୱର: ଓଡ଼ିଶାରେ ତ୍ରିପୁରା ଭଳି ରେଜଲ୍ଟ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।ଓଡ଼ିଶାରେ ନିର୍ବାଚନ ଫଳାଫଳ ତ୍ରିପୁରା…